ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ବେଙ୍ଗଲରୁ ବାପା ଆସି ପୁଅର ମୃତଦେହକୁ ମାଗିବାରୁ ଅଧିକାରୀ କହିଲେ- କେହି ଜଣେ ବିହାର ନେଇଯାଇଛି
Advertisement
Article Detail0/zeeodisha/odisha1729922

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ବେଙ୍ଗଲରୁ ବାପା ଆସି ପୁଅର ମୃତଦେହକୁ ମାଗିବାରୁ ଅଧିକାରୀ କହିଲେ- କେହି ଜଣେ ବିହାର ନେଇଯାଇଛି

Odisha train tragedy: "ସେମାନେ ମୋତେ କହିଲେ ଯେ ମୃତଦେହକୁ ଅନ୍ୟ କେହି ଦାବି କରିଛନ୍ତି, ତେଣୁ ଅଧିକାରୀମାନେ ତାଙ୍କ ପୁଅର ମୃତଦେହ ବିହାରକୁ ପଠାଇଥିଲେ । ମୋତେ କିଛି ବୁଦ୍ଧି ବାଟ ଦେଖାଯାଉ ନାହିଁ । ମୁଁ ବର୍ତ୍ତମାନ କ’ଣ କରିବି? ମୁଁ ମୋ ପୁଅର ମୃତଦେହ ପାଇପାରୁ ନାହିଁ ।"

ସୌ: ସୋସିଆଲ ମିଡିଆ

Odisha train tragedy: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ଥିଲା ଭାରତର ତୃତୀୟ ଭୟାନକ ଟ୍ରେନ୍ ଦୁର୍ଘଟଣା । ଯାହା ୨ ଜୁନରେ ବାଲେଶ୍ୱର ବାହାନଗାରେ ଘଟିଥିଲା ​। ବାଙ୍ଗାଲୋର ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ, କରମଣ୍ଡଳ ଏକ୍ସପ୍ରେସ ଓ ଏକ ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨୮୮ ଜଣ ପ୍ରାଣ ହରାଇଛନ୍ତି ଓ ଏକ ହଜାରରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି ।

ଏହି ଦୁର୍ଘଟଣାର ପାଞ୍ଚ ଦିନ ପରେ ମଧ୍ୟ ଲୋକମାନେ ଦୁର୍ଘଟଣା ଟ୍ରେନରେ ଯାତ୍ରା କରୁଥିବା ଆତ୍ମୀୟ ତଥା ପ୍ରିୟଜନ ଲୋକଙ୍କୁ ଖୋଜୁଛନ୍ତି । ସେମାନଙ୍କ ମଧ୍ୟରେ କୋଲକାତାର ଜଣେ ପିତା ମଧ୍ୟ ଅଛନ୍ତି । ଯିଏ ଅନେକ ଦିନ ହେବ ନିଜ ପୁଅର ମୃତଦେହ ଖୋଜୁଥିଲେ । କିନ୍ତୁ, ପୁଅର ମୃତଦେହ ବିଷୟରେ କିଛି ଜଣାପଡି ନଥିଲା । ବାଲେଶ୍ୱର ଦୁର୍ଘଟଣା ପରେ ବାପା ପୁଅର ମୃତଦେହ ସଂଗ୍ରହ କରିବାକୁ ଓଡିଶା ପହଞ୍ଚିଥିଲେ । କିନ୍ତୁ ସେଠାକୁ ଆସିବା ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅର ମୃତଦେହ ନିଖୋଜ ହୋଇଯାଇଛି ।

ତିରୁପତିରୁ ଫେରୁଥିଲା ପୁଅ 
ରିପୋର୍ଟ ଅନୁଯାୟୀ ମୃତଙ୍କ ପିତାଙ୍କ ନାମ ଶିବନାଥ ଓ ମୃତକଙ୍କ ନାମ ବିପୁଲ ରୟ । ଶିବନାଥ ପଶ୍ଚିମବଙ୍ଗର ବାସିନ୍ଦା । ତାଙ୍କ ପୁଅ ତିରୁପତିରୁ ଘରକୁ ଫେରୁଥିଲେ । ଏହି ସମୟରେ ଟ୍ରେନ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଶିବନାଥ ଟିଭିରେ ପୁଅର ଫଟୋ ଦେଖିଥିଲେ । ଏହା ପରେ ସେ ବିପୁଲଙ୍କ ମୃତଦେହ ସଂଗ୍ରହ କରିବାକୁ ଓଡିଶା ଆସିଥିଲେ । ଏଠାକୁ ଆସି ସେ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ମୃତଦେହ ନିଖୋଜ ହୋଇଯାଇଛି ।

ବାଲେଶ୍ୱର ସହାୟତା ବିଭାଗ ତାଙ୍କୁ ଭୁବନେଶ୍ୱରର AIIMS ଯିବାକୁ ପରାମର୍ଶ ଦେଇଥିଲା । କୁହାଯାଇଥିଲା ଯେ ତାଙ୍କ ପୁଅର ମୃତଦେହ ସେଠାରେ ରଖାଯାଇଛି । ଏହା କହିବା ସମୟରେ ଶିବନାଥ କାନ୍ଦିବାକୁ ଲାଗିଥିଲେ । ସେ ଆହୁରି କହିଛନ୍ତି, "ଯେତେବେଳେ ମୁଁ ଭୁବନେଶ୍ୱରରେ ପହଞ୍ଚିଲି, ସେତେବେଳେ ମୁଁ ବିପୁଲଙ୍କ ମୃତଦେହ ଖୋଜିବାକୁ ଚେଷ୍ଟା କଲି । କିନ୍ତୁ ମୁଁ ପାଇଲି ନାହିଁ ମୁଁ ସେଠାରେ ଥିବା ଶବ ବ୍ୟବଚ୍ଛେଦ ବିଭାଗର ଅଧିକାରୀମାନଙ୍କୁ ପଚାରିଲି, ଯେଉଁଠାରେ ଶବ ସଂଖ୍ୟା ୧୪ ଅଛି, ତା’ପରେ ସେମାନେ ମୋତେ କହିଲେ ଯେ ମୃତଦେହକୁ ଅନ୍ୟ କେହି ଦାବି କରିଛନ୍ତି, ତେଣୁ ଅଧିକାରୀମାନେ ତାଙ୍କ ପୁଅର ମୃତଦେହ ବିହାରକୁ ପଠାଇଥିଲେ । ମୋତେ କିଛି ବୁଦ୍ଧି ବାଟ ଦେଖାଯାଉ ନାହିଁ । ମୁଁ ବର୍ତ୍ତମାନ କ’ଣ କରିବି? ମୁଁ ମୋ ପୁଅର ମୃତଦେହ ପାଇପାରୁ ନାହିଁ ।"

ରିପୋର୍ଟ ଅନୁଯାୟୀ, ଶବ ବ୍ୟବଚ୍ଛେଦ ଅଧିକାରୀମାନେ ଶିବନାଥଙ୍କ ଡିଏନ୍ଏ ନମୁନା ପରୀକ୍ଷା ପାଇଁ ନେଇଛନ୍ତି ଓ ରିପୋର୍ଟ ଆସିବାକୁ ୬ଦିନ ଅପେକ୍ଷା କରିବାକୁ କହିଛନ୍ତି ।

ଏହା ବି ପଢନ୍ତୁ: 7th Pay Commission: ସରକାରୀ କର୍ମଚାରୀଙ୍କ ବୃଦ୍ଧି ହେବ ୮ ହଜାର ଟଙ୍କା ବେସିକ ସେଲାରି! ୩ ଗୁଣ ବୃଦ୍ଧି ପାଇପାରେ ଫିଟମେଣ୍ଟ ଫ୍ୟାକ୍ଟର୍

ଏହା ବି ପଢନ୍ତୁ: Costa Rican Zoo: ବିନା ସାଥିରେ ମାଇ କୁମ୍ଭୀର ଜନ୍ମ ଦେଲା ଏକ ଛୁଆ; ରହସ୍ୟମୟ ଘଟଣା ଘଟିବା ପରେ ବର୍ତ୍ତମାନ ସାରା ବିଶ୍ୱ ଚକିତ