Horrific Accident: ରାଜପଥରେ ଭୟଙ୍କର ଦୁର୍ଘଟଣା, ୩ ଯୁବକ ମୃତ
Advertisement
Article Detail0/zeeodisha/odisha2242674

Horrific Accident: ରାଜପଥରେ ଭୟଙ୍କର ଦୁର୍ଘଟଣା, ୩ ଯୁବକ ମୃତ

Accident News: ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସିଛି । ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩ଜଣ ଯୁବକଙ୍କ ଜୀବନ ଯାଇଛି ।

Horrific Accident: ରାଜପଥରେ ଭୟଙ୍କର ଦୁର୍ଘଟଣା, ୩ ଯୁବକ ମୃତ

Accident News: ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୩ ଯୁବକଙ୍କ ଜୀବନ । ଏପରି ଏକ ଦୁର୍ଘଟଣା ଘଟିଛି ବିହାର ଭାଗଲପୁର ରଙ୍ଗରା ଥାନା ଅନ୍ତର୍ଗତ ଭବାନୀପୁର ନିକଟ ଜାତୀୟ ରାଜପଥ ୩୧ରେ । ଆଜି ସକାଳ ସମୟରେ ରାଜପଥରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଚିତ୍ରରୁ ଆପଣ ସ୍ପଷ୍ଟ ଅନୁମାନ କରିପାରୁଥିବେ ।

ମିଳିଥିବା ଖବର ମୁତାବକ, ଦୃତ୍ତଗତୀରେ ପୂର୍ଣ୍ଣିଆରୁ ଆସୁଥିବା କାରଟି ଭବାନୀପୁର ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଦୃତ୍ତଗତୀରେ ଆସୁଥିବା ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇଟି ଗାଡିର ଗତୀ ଅଧିକ ଥିବାରୁ ଧକ୍କା ହେବା ଫଳରେ କାରର ଛାତ ଉଡିଯାଇଥିଲା। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ତିନି ଜଣ ଯୁବକ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ । ଏଥିସହ ଅନ୍ୟ ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ସବ-ଡିଭିଜନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଘଟଣାସ୍ଥଳରେ ଗାଡି ଛାଡି ଫେରାର୍ ହୋଇଯାଇଛି ।

ସୂଚନା ପାଇବା ମାତ୍ରେ ନିକଟସ୍ଥ ଫାଣ୍ଡିରୁ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । କାରରେ ଫସି ରହିଥିବା ମୃତଦେହ ଗୁଡ଼ିକୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ସମସ୍ତ ମୃତ ଯୁବକଙ୍କ ବୟସ ୨୮ରୁ ୩୨ ମଧ୍ୟରେ ହୋଇଥିବା ଜଣାପଡିଛି । ୩ବନ୍ଧୁ ମିଶି ଏକ ଢାବା ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ ବୋଲି ସୂଚନା ମିଳିଛି ।

Also Read- Katrina Kaif: ଗର୍ଭବତୀ ଅଛନ୍ତି କି କ୍ୟାଟ୍ରିନା ? ସୋସିଆଲ ମିଡିଆରେ ଖବର ଭାଇରାଲ୍

Also Read- Shukra Gochar 2024: ବୃଷ ରାଶିରେ ଶୁକ୍ରଙ୍କ ପ୍ରବେଶ, କର୍କଟ ସମେତ ୬ଟି ରାଶିକୁ ଧନ ଲାଭ