‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ଲାଗି ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୨୩ରେ
Advertisement
Article Detail0/zeeodisha/odisha1875876

‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ଲାଗି ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୨୩ରେ

ଭୁବନେଶ୍ୱରରେ ଏକ ଘରୋଇ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶ୍ରୀ କୋବିନ୍ଦ ଓଡ଼ିଶା ଆସିଛନ୍ତି ଏବଂ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ଲାଗି ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୨୩ରେ

ଭୁବନେଶ୍ବର : ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ଲାଗି ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୨୩ରେ ବସିବ । କମିଟିର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ (former president ramnath kovind) ଏହି ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ଏକ ଘରୋଇ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶ୍ରୀ କୋବିନ୍ଦ ଓଡ଼ିଶା ଆସିଛନ୍ତି ଏବଂ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୋଟିଏ ଥରରେ ସବୁ ରାଜ୍ୟ ଲୋକସଭା ନିର୍ବାଚନ କରିବା ପାଇଁ ଚିନ୍ତା କରି ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ଶ୍ରୀ କୋବିନ୍ଦ ଅଧ୍ୟକ୍ଷ ଥିବାବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, କଂଗ୍ରେସ ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ, ପୂର୍ବତନ ମନ୍ତ୍ରୀ ଗୁଲାବନବୀ ଆଜାଦ, ୧୫ତମ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନ୍‌କେ ସି, ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନେରାଲ ସୁବାସ ସି କାଶ୍ୟପ , ଆଇନ୍‌ଜୀବୀ ହରିଶ ସାଲ୍‌ଭେ , ଭିଜିଲାନ୍ସ କମିଶନର ପୂର୍ବତନ ମୁଖ୍ୟ ସଞ୍ଜୟ କୋଠାରୀ ଏହାର ସଦସ୍ୟ ଅଛନ୍ତି । ତେବେ ଅଧୀର ରଞ୍ଜନ ଚୌଧୁରୀ ଏହି କମିଟିରୁ ଓହରି ଯାଇଛନ୍ତି । ୧୯୬୭ ପର୍ଯ୍ୟନ୍ତ ଲୋକସଭା ସହ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ (Assembly elections) ଏକା ସମୟରେ ହୋଇଥିଲା । ମୋଟ୍ ୪ ଥର ଏଭଳି ନିର୍ବାଚନ ହୋଇଥିଲା । ୧୯୬୮ - ୬୯ ରୁ ଏହି ଧାରା ପରିବର୍ତ୍ତନ ହେଲା । ସେହି ବର୍ଷ କିଛି ବିଧାନସଭାକୁ ଅବଧି ଶେଷ ପୂର୍ବରୁ ଭାଙ୍ଗି ଦିଆଯାଇଥିଲା । ୧୯୭୧ରେ ପ୍ରଥମ ଥର ପାଇଁ ୫ ବର୍ଷ ଅବଧି ଶେଷ ହେବା ପୂର୍ବରୁ ଲୋକସଭା ଭାଙ୍ଗି ଦିଆଯାଇଥିଲା । ଏହାପରେ ଲୋକସଭା ସହ ଅଧିକାଂଶ ରାଜ୍ୟର ବିଧାନସଭା ନିର୍ବାଚନ ପୃଥକ୍ ପୃଥକ୍ ସମୟରେ ହୋଇଥିଲା । ଏବେ ଏହାକୁ ଏକ ସମୟରେ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।

Also Read- Nirmala Sitharaman: ସନାତନ ଧର୍ମ ବିବାଦ ଉପରେ ମୁହଁ ଖୋଲିଲେ କେନ୍ଦ୍ର ଅର୍ଥମନ୍ତ୍ରୀ

Also Read- Ollywood News: ‘ରାମ୍’ ରେ ଦୁଇ ମେଗା ଆକ୍ସନ ସୁପରଷ୍ଟାର ଅରିନ୍ଦମ - ଅନୁଭବ ଏକାଠି