Torkham Border Crossing: ଭାରତ ଯାଉଥିବା ଗାଡ଼ିରେ ନିଆଁ ଲଗାଇଦେଲା ପାକିସ୍ତାନୀ ସେନା, ଚିହିଁକି ଉଠିଲା ତାଲିବାନ
Advertisement
Article Detail0/zeeodisha/odisha1866450

Torkham Border Crossing: ଭାରତ ଯାଉଥିବା ଗାଡ଼ିରେ ନିଆଁ ଲଗାଇଦେଲା ପାକିସ୍ତାନୀ ସେନା, ଚିହିଁକି ଉଠିଲା ତାଲିବାନ

Afghanistan vs Pakistan Conflict: ତାଲିବାନ ସରକାର ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଏକ ବଙ୍କର ନିର୍ମାଣ କରୁଛି। ଯାହାକୁ ନେଇ ପାକିସ୍ତାନ ଆପତ୍ତି ଉଠାଇଥିଲା। କେବଳ ଏତିକି ନୁହେଁ, ଯେତେବେଳେ ପାକିସ୍ତାନୀ ସେନା ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ କହିଥିଲେ, ସେତେବେଳେ ଉଭୟ ଦେଶର ସୈନିକ ମୁହାଁମୁହିଁ ହେବା ସହ ପରସ୍ପର ଉପରେ ଗୁଳି ଚଳାଇଥିଲେ।

Torkham Border Crossing: ଭାରତ ଯାଉଥିବା ଗାଡ଼ିରେ ନିଆଁ ଲଗାଇଦେଲା ପାକିସ୍ତାନୀ ସେନା, ଚିହିଁକି ଉଠିଲା ତାଲିବାନ

Taliban vs Pakistan Clash: ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାର ତୋରଖାମ ସୀମା ବନ୍ଦ କରିବାକୁ ପାକିସ୍ତାନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ ପାକିସ୍ତାନ ତୋରଖାମ ଫାଟକ ବନ୍ଦ କରି ଏକ ସିକ୍ୟୁରିଟି ପୋଷ୍ଟ ମରାମତି କରୁଥିବା ଆଫଗାନିସ୍ତାନ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲା।

ତାଲିବାନ ସରକାର (Taliban Government) ଆଫଗାନିସ୍ତାନ-ପାକିସ୍ତାନ ସୀମାରେ (Afghanistan-Pakistan Border) ଏକ ବଙ୍କର ନିର୍ମାଣ କରୁଛନ୍ତି। ଯାହାକୁ ନେଇ ଅସନ୍ତୁଷ୍ଟ ହୋଇଉଠିଥିଲା ପାକିସ୍ତାନ (Pakistan)। କେବଳ ସେତିକି ନୁହେଁ, ଯେତେବେଳେ ପାକିସ୍ତାନୀ ସେନା (Pakistan Army) ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ କହିଥିଲା, ସେତେବେଳେ ଉଭୟ ପକ୍ଷର ସୈନିକ (Taliban vs Pakistan Clash) ମୁହାଁମୁହିଁ ହୋଇଥିଲେ। ଏହି ସମୟ ତାଲିବାନ-ପାକିସ୍ତାନ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ (Taliban-Pakistani War) ମଧ୍ୟ ହୋଇଥିଲା।

ପାକିସ୍ତାନ ଉଦ୍ଦେଶ୍ୟରେ ଚେତାବନୀ ଦେଲା ଆଫଗାନିସ୍ତାନ
ସୀମାରେ ଗୁଳିମାଡ଼ ପରେ ପାକିସ୍ତାନ ତୋରଖାମ ଫାଟକ (Torkham Border Crossing) ବନ୍ଦ କରି ଦେଇଥିଲା। ମାତ୍ର ଫାଟକ ବନ୍ଦ (Torkham Border Seal) କରିଦେବାକୁ ନେଇ ତାତି ଉଠିଥିଲା ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ (Afghanistan Ministry of Foreign Affairs)। ଏନେଇ କୁହାଯାଇଥିଲା ଯେ ଏହି କାର୍ଯ୍ୟ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ କ୍ଷତି ପହଞ୍ଚାଇପାରେ। ଉଭୟ ଦେଶର ବ୍ୟବସାୟୀ ସୀମା ବନ୍ଦ ହେବା ଦ୍ୱାରା କ୍ଷତି ସହିପାରନ୍ତି। କେବଳ ଏତିକି ନୁହେଁ ଆଫଗାନିସ୍ତାନ ମନ୍ତ୍ରଣାଳୟ ଏକ ଘଟଣା ବିଷୟରେ ଉଲ୍ଲେଖ କରିଛି। ଯେଉଁଥିରେ କୁହାଯାଇଛି ଯେ ବେଲୁଚିସ୍ତାନ ପ୍ରଦେଶର (Balochistan Province Pakistan) ଏକ ସୁରକ୍ଷା ପୋଷ୍ଟ (Security Post at Afghanistan-Pakistan Border) ନିକଟରେ ଆଫଗାନିସ୍ତାନ ଠାରୁ ଭାରତ ଅଭିମୁଖେ ଯାଉଥିବା ଏକ ଫଳ ବୋଝେଇ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିଲା। ମନ୍ତ୍ରଣାଳୟ କହିଛି ଯେ ଏଭଳି ଘଟଣା ଦୁଇ ଦେଶ ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିପାରେ।

ତାଲିବାନ (Taliban) ଦାବି କରିଛି ଯେ ପାକିସ୍ତାନୀ ସରକାର (Pakistan Govt) ନିକଟରେ 'ସମ୍ବେଦନଶୀଳ ତାଲିକା ବାହାନା କରି ଦେଶର କରାଚି ସହରରେ (Karachi City Pakistan) ଆଫଗାନି ସମ୍ପତ୍ତି ଏବଂ ଶହ ଶହ ଗାଡ଼ି ଅଟକ ରଖିଛନ୍ତି। ଆଫଗାନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଆଫଗାନିସ୍ତାନରେ ତାଜା ଫଳର ଋତୁ (Afghanistan Fresh Fruit Season) ଆସିବା ମାତ୍ରେ ପାକିସ୍ତାନ କରାଚି ବନ୍ଦରରେ (Karachi Port Pakistan) ଅନେକ ସମୟରେ ସମସ୍ୟା ସୃଷ୍ଟି କରିଥାଏ। ଏପରିକି ସୀମା ମଧ୍ୟ ବନ୍ଦ କରିଦେଇଥାଏ। ଏହି କାର୍ଯ୍ୟ କେବଳ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟକୁ (Afghanistan-Pakistan Trade) କ୍ଷତି ପହଞ୍ଚାଇବ ନାହିଁ। ବରଂ ଉଭୟ ଦେଶର ଲୋକଙ୍କ ମଧ୍ୟରେ ତିକ୍ତତା ମଧ୍ୟ ବଢାଇବ। ତାଲିବାନ ସରକାର କହିଛନ୍ତି ଯେ ଏଭଳି ପଦକ୍ଷେପ ପାକିସ୍ତାନ ଅର୍ଥନୀତିକୁ କ୍ଷତି ପହଞ୍ଚାଇବ। ଏପରିକି ଆଞ୍ଚଳିକ ବ୍ୟବସାୟିକ କାର୍ଯ୍ୟକଳାପକୁ ମଧ୍ୟ ପ୍ରଭାବିତ ହେବ। ଏହାର ବୈଦେଶିକ ନୀତି ଉପରେ ବିଚାର କରୁଥିବାବେଳେ ମନ୍ତ୍ରଣାଳୟ କୂଟନୈତିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଛି।

କାହିଁକି ଗୁରୁତ୍ୱପୂର୍ଣ୍ଣ ତୋରଖାମ ସୀମା?
ପାକିସ୍ତାନ ପଟରୁ ହୋଇଥିବା ଗୁଳି ମାଡ଼ ପରେ ତୋରଖାମ ସୀମା ବନ୍ଦ କରାଯାଇଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟର ମୁଖ୍ୟ କ୍ଷେତ୍ର ହେଉଛି ତୋରଖାମ ଫାଟକ। ଉଭୟ ଦେଶର ଲୋକ କେବଳ ତୋରଖାମ ସୀମା ଦେଇ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇଥାନ୍ତି। ତୋରଖାମ ସୀମା ଅଞ୍ଚଳରେ ସର୍ବାଧିକ ପସ୍ତୁନ ସମ୍ପ୍ରଦାୟର ଲୋକ ବସବାସ କରିଥାନ୍ତି। ଯେଉଁମାନେ ପ୍ରତିଦିନ ସୀମା ଅତିକ୍ରମ କରିଥାନ୍ତି। ଏଠାରେ ନିର୍ମିତ ମୁଖ୍ୟ ରାସ୍ତା  ଆଫଗାନିସ୍ତାନକୁ ପାକିସ୍ତାନ ସହ ଯୋଡ଼ିଥାଏ। ଏହି ସୀମା ଟ୍ରକ ଯୋଗେ ମାଲ ପରିବହନ ହୋଇଥାଏ।