Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମାଡ଼ି ବଡ଼ ଆସିଲା ବିପଦ! ସୁରକ୍ଷା କ୍ଷେତ୍ରରେ ହେବ ପରିବର୍ତ୍ତନ
Advertisement
Article Detail0/zeeodisha/odisha1953657

Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମାଡ଼ି ବଡ଼ ଆସିଲା ବିପଦ! ସୁରକ୍ଷା କ୍ଷେତ୍ରରେ ହେବ ପରିବର୍ତ୍ତନ

Ayodhya Ram Mandir Security: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ।

Ayodhya Ram Mandir: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମାଡ଼ି ବଡ଼ ଆସିଲା ବିପଦ! ସୁରକ୍ଷା କ୍ଷେତ୍ରରେ ହେବ ପରିବର୍ତ୍ତନ

Six Layer Security for Ram Mandir: ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ହେବାକୁ ଯାଉଛି ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ରାମ ମନ୍ଦିରର ଉଦଘାଟନ। ଏହି ଅବସରରେ ରାମ ମନ୍ଦିରରେ ହେବ ପ୍ରାଣ ପ୍ରତିଷ୍ଠା। ମାତ୍ର ପ୍ରାଣ ହେବା ପୂର୍ବରୁ ରାମ ମନ୍ଦିର ପାଇଁ ମାଡ଼ି ଆସିଛି ସୁରକ୍ଷା ଜନିତ ବିପଦ। ରାମ ମନ୍ଦିର ଉଦଘାଟନ ପୂର୍ବରୁ ଅନେକ ଆତଙ୍କୀ ସଙ୍ଗଠନ ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏହାକୁ ନଜରରେ ରଖି  ଇଣ୍ଟେଲିଜେନ୍ସି ବ୍ୟୁରୋ ଏବଂ ଅନୁସନ୍ଧାନକାରୀ ସଂସ୍ଥା ସତର୍କ ହୋଇଉଠିଛନ୍ତି। ଏପରିକି ଅଯୋଧ୍ୟା ଅଞ୍ଚଳର ସୁରକ୍ଷା ମଧ୍ୟ ବୃଦ୍ଧି କରାଯିବ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ଦାୟିତ୍ୱ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀକୁ ମିଳିପାରେ। ରାମ ଜନ୍ମଭୂମି ପରିସରର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସିଆଇଏସଏଫ୍ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛି।

ରାମ ମନ୍ଦିର ସୁରକ୍ଷା ଦାୟିତ୍ୱରେ ରହିବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ
ଏନେଇ ମିଳିଥିବା ଖବର ଅଯୋଧ୍ୟା ସ୍ଥିତ ରାମ ମନ୍ଦିରର (Ayodhya Ram Mandir) ସୁରକ୍ଷା ପାଇଁ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି (Anti Drone Technology for Ayodhya Ram Mandir Security) ବ୍ୟବହାର କରାଯିବ। ବର୍ତ୍ତମାନ ରାମଲାଲାଙ୍କ ଅସ୍ଥାୟୀ ମନ୍ଦିରକୁ (Ayodhya Ramlala Temporary Mandir) ସୁରକ୍ଷା ଦେବା ପାଇଁ ତ୍ରିସ୍ତରୀୟ ସୁରକ୍ଷା (Three Layer Security for Ayodhya Ramlala) ବ୍ୟବସ୍ଥା ଗ୍ରହଣ କରାଯାଉଛି। ବର୍ତ୍ତମାନ ଅସ୍ଥାୟୀ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଉତ୍ତର ପ୍ରଦେଶ ପୋଲିସ୍ (Uttar Pradesh Police) ରାଜ୍ୟ ସଶସ୍ତ୍ର ପୋଲିସ ବଳ (Uttar Pradesh Provincial Armed Constabulary) ଏବଂ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବାହିନୀ (Central Reserve Police Force) ନିୟୋଜିତ ଅଛନ୍ତି। ରାମ ଜନ୍ମଭୂମି ମନ୍ଦିରର ନିର୍ମାଣ (Ayodhya Ram Mandir Construction) କାର୍ଯ୍ୟ ସରିବା ପରେ ଏଠାରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। 

ରାମ ମନ୍ଦିରର ସୁରକ୍ଷାରେ ହେବ ବଡ଼ ପରିବର୍ତ୍ତନ 
ଗତ ବର୍ଷ ରାମ ମନ୍ଦିରର ସୁରକ୍ଷା (Ayodhya Ram Mandir Security) ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (Central Industrial Security Force) ଦ୍ୱାରା ଏକ ସୁରକ୍ଷା ଅଡିଟ୍ କରାଯାଇଥିଲା। ଏହା ପରେ ବହୁ ପରିମାଣରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଯୋଜନା କରାଯାଇଥିଲା। ସୁରକ୍ଷା ଅଡିଟ୍ ଶେଷ ହେବା ପରେ କୁହାଯାଉଥିଲା ରାମ ମନ୍ଦିରର ସୁରକ୍ଷା ଦାୟିତ୍ୱରେ ସିଆଇଏସଏଫ ରହିପାରେ। ବର୍ତ୍ତମାନ ରାମଲାଲାଙ୍କ ଗର୍ଭଗୃହର ସୁରକ୍ଷା ଦାୟିତ୍ୱ ସିଆରପିଏଫ ଉପରେ ନ୍ୟସ୍ତ ରହିଛି। ମନ୍ଦିରର ବାହ୍ୟ ପାର୍ଶ୍ୱର ସୁରକ୍ଷା ଦାୟିତ୍ୱରେ ଉତ୍ତର ପ୍ରଦେଶ ପୋଲିସ୍ ଏବଂ ରାଜ୍ୟ ସଶସ୍ତ୍ର ପୋଲିସ ବଳ ନିୟୋଜିତ ହୋଇଛି।

କୁହାଯାଉଛି ଯେ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ୬ ସ୍ତରୀୟ ସୁରକ୍ଷା (Six Layer Security for Ayodhya Ram Mandir) ବ୍ୟବସ୍ଥା ଗ୍ରହଣ କରାଯିବ। ଅଯୋଧ୍ୟା ସୁରକ୍ଷା ଦାୟିତ୍ୱରେ ଆତଙ୍କବାଦୀ ନିରୋଧି ଦଳ (Anti Terrorism Squad Uttar Pradesh) ଏବଂ ସ୍ପେଶିଆଲ ଟାସ୍କ ଫୋର୍ସ (Special Task Force Uttar Pradesh) ରହିବ। ବହୁ ସଂଖ୍ୟକ ସାମରିକ ବାହିନୀ ମଧ୍ୟ ନିୟୋଜିତ ହେବ। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ (Pakistan Intelligence Agency ISI) ଏବଂ ଲସ୍କର-ଏ-ତୋଏବା ଭଳି ଅନେକ ଆତଙ୍କବାଦୀ ସଂଗଠନ (Terror Outfit Lashkar-e-Taiba) ଅଯୋଧ୍ୟା (Terror Attack in Ayodhya) ଠାରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୟୁପି ଏସଟିଏଫ ଏବଂ ଏଟିଏସ ୧୨ ଜଣରୁ ଅଧିକ ଆତଙ୍କବାଦୀଙ୍କୁ ଗିରଫ କରିସାରିଛି। ଉତ୍ତର ପ୍ରଦେଶ ବଳରାମପୁର, କୌଶାମ୍ବୀ ଏବଂ ଅଯୋଧ୍ୟା ଜିଲ୍ଲାରେ ସକ୍ରିୟ ରହିଥିବା ଆତଙ୍କବାଦୀଙ୍କୁ ଗିରଫ କରାଯାଇ ସାରିଛି।

କେବଳ ସେତିକ ନୁହେଁ ରାମ ଜନ୍ମଭୂମି ସୁରକ୍ଷା ମଧ୍ୟ ବୃଦ୍ଧି  କରାଯିବ। କେନ୍ଦ୍ରୀୟ ଏଜେନ୍ସି ଏବଂ ରାଜ୍ୟ ଅନୁସନ୍ଧାନକାରୀ ସଂସ୍ଥା ଅଯୋଧ୍ୟା ଠାରେ ସୁରକ୍ଷା ଜନିତ ସ୍ଥିତି ମଜବୁତ କରୁଛନ୍ତ। ରାମ ମନ୍ଦିର ଉଦଘାଟନ ହେବା ପୂର୍ବରୁ ଅଯୋଧ୍ୟା ଏକ ଅଭେଦ୍ୟ ଦୁର୍ଗରେ ପରିଣତ ହେବେ। ଆତଙ୍କବାଦୀ ସଙ୍ଗଠନର କାର୍ଯ୍ୟକଳାପ ଉପରେ ସତର୍କ ନଜର ରଖିଛନ୍ତି ତଦନ୍ତକାରୀ ସଂସ୍ଥା।