Year Ender 2023: ଏହି ବର୍ଷ ଧମାଲ ମଚାଇଥିଲା ଏହି ୪ଟି ସ୍ମାର୍ଟଫୋନ, ଦାମ ୧୫ହଜାରରୁ କମ
Advertisement
Article Detail0/zeeodisha/odisha2025090

Year Ender 2023: ଏହି ବର୍ଷ ଧମାଲ ମଚାଇଥିଲା ଏହି ୪ଟି ସ୍ମାର୍ଟଫୋନ, ଦାମ ୧୫ହଜାରରୁ କମ

Year Ender 2023: ନୂଆ ବର୍ଷ ପାଇଁ ବର୍ତ୍ତମାନ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ନୂଆ ବର୍ଷରେ ଅନେକ ନୂଆ ହେବା ମଧ୍ୟରେ ଅନେକ କମ୍ପାନି ନିଜର ଉତ୍ପାଦ ଗ୍ରାହକଙ୍କୁ ଭେଟି ଦେବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ବର୍ଷ ୨୦୨୩ରେ ୧୫ ହଜାର ଟଙ୍କାରୁ କମ ମୂଲ୍ୟର କେଉଁ ୪ଟି ସ୍ମାର୍ଟଫୋନ ଗ୍ରାହକଙ୍କ ପ୍ରିୟ ହୋଇପାରିଥିଲା ।

Year Ender 2023: ଏହି ବର୍ଷ ଧମାଲ ମଚାଇଥିଲା ଏହି ୪ଟି ସ୍ମାର୍ଟଫୋନ, ଦାମ ୧୫ହଜାରରୁ କମ

Year Ender 2023: ଯୁଗ ସହିତ ତାଳ ଦେଇ ପ୍ରତିବର୍ଷ ଅନେକ ନୂଆ ପ୍ରଡକ୍ଟ ବଜାରକୁ ଆସିଥାଏ । ଟେକନୋଲଜି କ୍ଷେତ୍ରରେ ମଧ୍ୟ ସମୟ ଅନୁଯାୟୀ ବ୍ୟାପକ ପରିବର୍ତ୍ତନ ହୋଇଥାଏ । ଫଳରେ ପ୍ରତିବର୍ଷ ଅନେକ ନୂଆ ଜିନିଷ ଗ୍ରାହକଙ୍କୁ ମିଳିଥାଏ । ମୋବାଇଲ ନିର୍ମାତା କମ୍ପାନି ଗୁଡିକ ପ୍ରତିବର୍ଷ ନୂଆ ନୂଆ ଫିଚରର ହ୍ୟାଣ୍ଡସେଟ୍ ବଜାରକୁ ଛାଡିଥାନ୍ତି । କିନ୍ତୁ ସେମଧ୍ୟରୁ କିଛି ହ୍ୟାଣ୍ଡସେଟକୁ ଗ୍ରାହକ ଅଧିକ ପସନ୍ଦ କରିଥାନ୍ତି । ନୂଆ ବର୍ଷ ୨୦୨୪ରେ ମଧ୍ୟ ଅନେକ ମୋବାଇଲ୍ କମ୍ପାନି ଦମଦାର ଫିଚର ସହିତ ନିଜର ନୂଆ ଫୋନ୍ ବଜାରକୁ ଛାଡିବେ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବର୍ଷ ୨୦୨୩ରେ କେଉଁ ହ୍ୟାଣ୍ଡସେଟ୍ ଗୁଡିକୁ ଲୋକମାନେ ଅଧିକ ପସନ୍ଦ କରିଥିଲେ ।

ସାମସଙ୍ଗ ଗାଲେକ୍ସି ଏ୦୪ଏସ
Samsung Galaxy A04s ଚଳିତ ବର୍ଷ ଗ୍ରାହକଙ୍କର ପ୍ରିୟ ହୋଇପାରିଛି । ଅନେକ ଗ୍ରାହକ ଏହି ଫୋନଟିକୁ କିଣି ଖୁବ ଖୁସି ଥିବା ସହିତ ନିଜର ଅନୁଭୁତି ସୋସିଆଲ ମିଡିଆ ଏବଂ ସପିଂ ଆପ୍ ର କମେଣ୍ଟ ସେକ୍ସନରେ ସେୟାର କରିଛନ୍ତି । ଏହି ମୋବାଇଲରେ ସୁପର ସଫ୍ଟ 90Hz ସତେଜ ହାର ସହିତ ୬.୫ଇଞ୍ଚ HD + ଇନଫିନିଟି-ଭି ପ୍ରଦର୍ଶନ କରିଥାଏ । ଏହି ଫୋନରେ ସାମସଙ୍ଗ ନକ୍ସ ଦ୍ୱାରା ସାଇଡ୍ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ରହିଛି । ଏଥିରେ ୬୪ ଜିବି ଇନବିଲ୍ଟ ଷ୍ଟୋରେଜ୍ ରହିଛି ଯାହା ମାଇକ୍ରୋ SD କାର୍ଡ ମାଧ୍ୟମରେ ୧ ଟିବି ପର୍ଯ୍ୟନ୍ତ ବଢାଯାଇପାରିବ । ଗାଲାକ୍ସି A04s ରେ 50MP ମୁଖ୍ୟ କ୍ୟାମେରା ରହିଛି । ଏଥିସହ  F / 2.4 ଲେନ୍ସ ସହିତ ସେନସର ଏବଂ ମାକ୍ରୋ କ୍ୟାମେରା ମଧ୍ୟ ଅଛି । ଏହି ହ୍ୟାଣ୍ଡସେଟରେ ୫ଏମପି (5 MP) ଫ୍ରଣ୍ଟ୍ କ୍ୟାମେରା ଅଛି । ଏହି ଫୋନରେ ୫ ହଜାର ୱାଟ୍ ର ଆଡାପ୍ଟିଭ୍ ଫାଷ୍ଟ ଚାର୍ଜିଂ ରହିଛି । ବ୍ୟାଟେରୀ କ୍ଷମତା ୫ ହଜାର ଏମଏଏଚ (5000 mAh) ରହିଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମୋବାଇଲ୍ କାର୍ଯ୍ୟକ୍ଷମ ରହିଥାଏ । ଏହି ଫୋନର ମୂଲ୍ୟ ୧୧,୯୯୯ ଟଙ୍କା ରହିଛି ।

ରିଅଲମି ସି୨୫ୱାଇ (Realme c25y)
ରିଅଲମି ୨୦୨୩ରେ ବଜାରକୁ ଛାଡିଥିବା ଏହି ସ୍ମାର୍ଟଫୋନ୍ କେବଳ 4GB RAM ଏବଂ 128GB ଆଭ୍ୟନ୍ତରୀଣ ଷ୍ଟୋରେଜ୍ ସହିତ ଉପଲବ୍ଧ ରହିଛି । ଫୋନଟିର ଡିସପ୍ଲେ ମଧ୍ୟ ବଡ ଅର୍ଥା 6.5 -ଇଞ୍ଚ୍ HD + ରହିଛି । ଏହି ସ୍ମାର୍ଟଫୋନ୍ ୟୁନିସୋକ T610 SoC ପ୍ରୋସେସରରେ ଚାଲିଥାଏ । ମାଇକ୍ରୋ SD କାର୍ଡ ସାହାଯ୍ୟରେ ଏହାର ଷ୍ଟୋରେଜ୍ ୨୫୬ ଜିବି ପର୍ଯ୍ୟନ୍ତ ଗ୍ରାହକମାନେ ବଢାଇପାରିବେ । କ୍ୟାମେରା ବିଷୟରେ କହିବାକୁ ଗଲେ, ଏହି ଫୋନ୍ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ସହିତ ଉପଲବ୍ଧ । ମୁଖ୍ୟ ସେନ୍ସର 50MP, ମୋନୋକ୍ରୋମ୍ ସେନ୍ସର 2MP ଏବଂ ମାକ୍ରୋ ସେନ୍ସର ମଧ୍ୟ 2MP ରହିଛି । ଏହି ଫୋନରେ 8MP ଫ୍ରଣ୍ଟ୍ କ୍ୟାମେରା ରହିଛି । ଏହି ଫୋନରେ ମଧ୍ୟ ବ୍ୟାଟେରୀ କ୍ଷମତା ଖୁବ୍ ଭଲ । ଏଥିରେ ଆପଣ 5000mAh ବ୍ୟାଟେରୀ ଏବଂ 18W ଫାଷ୍ଟ ଚାର୍ଜିଂ ସପୋର୍ଟ ପାଇବେ । ଏହି ଫୋନଟିର ବଜାର ଦର ୮,୪୯୯ଟଙ୍କା ରହିଛି ।

ଆଇଟିଇଏଲ ଏସ୨୩ ପ୍ଲସ୍ (Itel S23 +)
Itel S23 + ଫୋନରେ 50MP ବ୍ୟାକ୍ କ୍ୟାମେରା ରହିଛି । ଏଥିସହ 5000mAh ବ୍ୟାଟେରୀ ଫୋନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲୁ ରଖିବାକୁ ସକ୍ଷମ କରିଥାଏ । ଏଥିସହ ଫୋନରେ ୬.୭ଇଞ୍ଚର FHD ଡିସପ୍ଲେ, ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ରହିଛି । ଏହି ସମସ୍ତ ଫିଚର ସହିତ ଅନ୍ୟ କିଛି ଫୋନ ୩୦ ହଜାର ଟଙ୍କା ଉପରେ ବିକ୍ରି ହେଉଥିବା ସମୟରେ ଏହି ଫୋନକୁ ଆପଣ ୧୫,୯୯୯ ଟଙ୍କାରେ ପାଇପାରିବେ ।

ଲାଭା ବ୍ଲେଜ୍ ୨ ୫ଜି (Lava Blaze 2 5G)
ଏହି ଫୋନଟି ବିଭିନ୍ନ ଷ୍ଟୋରେଜ୍ ସହିତ ଉପଲବ୍ଧ । 4GB, 8GB RAM ରହିଛି ଏଥିସହ ଏହାକୁ ଆପଣ 4GB ପର୍ଯ୍ୟନ୍ତ ବଢାଇ ପାରିବେ । ସେହିଭଳି ଏହି ଫୋନର 6GB RAM ଭାରିଆଣ୍ଟ ମଡେଲଟି ସମୁଦାୟ 12GB RAM ପାଇଁ 6GB କ୍ଷମତା ବୃଦ୍ଧି କରିବାକୁ ସପୋର୍ଟ କରିଥାଏ । ଲାଭା ବ୍ଲେଜ୍ ୨ 5G ଏକ ମିଡିଆ ଟେକ୍ ଡାଇମେନସିଟି ୬୦୨୦ ଚିପସେଟ୍ ଏବଂ 5000mAh ବ୍ୟାଟେରୀ ଦ୍ୱାରା ଚାଳିତ । ଏହି ଫୋନଟି USB Type-C ମାଧ୍ୟମରେ 18W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । ଏହାର ଷ୍ଟୋରେଜ୍ କ୍ଷମତା ମାଇକ୍ରୋ SD କାର୍ଡ ମାଧ୍ୟମରେ 1TB ପର୍ଯ୍ୟନ୍ତ ଆପଣ ବଢାଇପାରିବେ । ସ୍ମାର୍ଟଫୋନରେ 2.5D ବକ୍ର ପରଦା ଏବଂ 90Hz ସତେଜ ହାର ରହିଛି । 6.56-ଇଞ୍ଚ HD + IPS ପଞ୍ଚ-ହୋଲ୍ ପ୍ରଦର୍ଶନ ରହିଛି । ଏହି ସ୍ମାର୍ଟଫୋନରେ 50MP ବ୍ୟାକ କ୍ୟାମେରା ଏବଂ 8MP ଫ୍ରଣ୍ଟ କ୍ୟାମେରା ରହିଛି । ଏଥିସହିତ ଏହି ହ୍ୟାଣ୍ଡସେଟରେ ସ୍କ୍ରିନ୍ ଫ୍ଲାସ୍ ଲାଇଟ୍ ରହିଛି । ଏହି ଫୋନରେ ଆପଣ ୫ଜି ସପୋର୍ଟ ମଧ୍ୟ ପାଇପାରିବେ । ଏଥିସହ ଏହି ମୋବାଇଲରେ ଅଟୋ-କଲ୍ ରେକର୍ଡିଂ ଓ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିଛି ।

Also Read- ପରୀକ୍ଷାରେ ପ୍ରଶ୍ନ ଥିଲା ଭାରତ-ପାକିସ୍ତାନ ମଧ୍ୟରେ କେଉଁ ସୀମା? ଉତ୍ତର- 'ସୀମା ହାଇଦର', ଉତ୍ତର ସିଟ୍ ଭାଇରାଲ୍

Also Read- Poonch attack: ଶହୀଦ ଚନ୍ଦନ କୁମାରଙ୍କୁ ଝୁରୁଛି ଗାଁ, ଦେଢ ବର୍ଷ ତଳେ ହୋଇଥିଲା ବିବାହ