Shani Gochar 2024: ୩ ରାଶି ଉପରେ ଶନିଙ୍କ ଶୁଭଦୃଷ୍ଟି, ବଢିବ ରୋଜଗାର
Advertisement
Article Detail0/zeeodisha/odisha2244065

Shani Gochar 2024: ୩ ରାଶି ଉପରେ ଶନିଙ୍କ ଶୁଭଦୃଷ୍ଟି, ବଢିବ ରୋଜଗାର

Shani Gochar 2024: ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ ପାଇଁ ଶନି ପ୍ରାୟ ଅଢେଇ ବର୍ଷ ସମୟ ନେଇଥାନ୍ତି । ଶନି ଗୋଟିଏ ରାଶିରେ ଅଢେଇ ବର୍ଷ ରହିବା କାରଣରୁ ପୁଣିଥରେ ସମାନ ରାଶିକୁ ଫେରିବାକୁ ପ୍ରାୟ ୩୦ ବର୍ଷ ସମୟ ଲାଗିଥାଏ ।

Shani Gochar 2024: ୩ ରାଶି ଉପରେ ଶନିଙ୍କ ଶୁଭଦୃଷ୍ଟି, ବଢିବ ରୋଜଗାର

Shani Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିଦେବଙ୍କ ଚଳନର ବିଶେଷ ମହତ୍ତ୍ୱ ରହିଛି । ଶନିଙ୍କୁ ଫଳାଫଳ ପ୍ରଦାନକାରୀ ଏବଂ ନ୍ୟାୟର ଦେବତା ବୋଲି ବିବେଚନା କରାଯାଇଥାଏ । ସୌରମଣ୍ଡଳର ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଶନିଙ୍କୁ ସବୁଠାରୁ ଧୀର ଗତିଶୀଳ ଗ୍ରହ ବୋଲି ବିବେଚନା କରାଯାଏ । ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ ପାଇଁ ଶନି ପ୍ରାୟ ଅଢେଇ ବର୍ଷ ସମୟ ନେଇଥାନ୍ତି । ଶନି ଗୋଟିଏ ରାଶିରେ ଅଢେଇ ବର୍ଷ ରହିବା କାରଣରୁ ପୁଣିଥରେ ସମାନ ରାଶିକୁ ଫେରିବାକୁ ପ୍ରାୟ ୩୦ ବର୍ଷ ସମୟ ଲାଗିଥାଏ । ଶନି ବର୍ତ୍ତମାନ ନିଜସ୍ୱ ରାଶି କୁମ୍ଭରେ ବିଦ୍ୟମାନ କରିଛନ୍ତି । କୁମ୍ଭ ରାଶି ଶନିଦେବଙ୍କ ମୂଳ ତ୍ରିକୋଣ ରାଶି । ଶନିଦେବ ଏହି ରାଶିରେ ପ୍ରାୟ ୨୦୨୫ ପର୍ଯ୍ୟନ୍ତ ରହିବେ । ଶନିଙ୍କ କୁମ୍ଭ ରାଶିରେ ପ୍ରବେଶ କାରଣରୁ ସ୍ୱତନ୍ତ୍ର ରାଜଯୋଗ ସୃଷ୍ଟି ହୋଇଥିଲା । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶଶା ରାଜଯୋଗ ପଞ୍ଚ ମହାପୁରୁଷ ଯୋଗମାନଙ୍କ ମଧ୍ୟରେ ଗଣାଯାଏ । ତେବେ ଶନିଙ୍କ ଏହି ସମୟ କେଉଁ ରାଶିର ବ୍ୟକ୍ତିଙ୍କୁ ଲାଭ ଦେବ ସେ ବିଷୟରେ ଆସନ୍ତୁ ଜାଣିବା ।

ତୁଳା ରାଶି
ଶନିଦେବଙ୍କ ପ୍ରଭାବରୁ ଆପଣଙ୍କ ଜୀବନରେ ଅନେକ ପ୍ରକାରର ଉନ୍ନତି ଆସିବ । ଆପଣ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ । ଦୀର୍ଘ ସମୟ ଧରି ବିଚାରାଧୀନ ରହିଥିବା କାର୍ଯ୍ୟ ଶେଷ ହେବ । ଆର୍ଥିକ ଲାଭର ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହେବ । ବିଭିନ୍ନ କ୍ଷେତ୍ରରୁ ଲାଭ ମିଳିବା ଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଦାମ୍ପତ୍ୟ ଜୀବନରେ ସୁଖ ଏବଂ ସମୃଦ୍ଧି ଭରିଯିବ । ଆପଣଙ୍କ ପ୍ରତିଟି ଇଚ୍ଛା ପୂରଣ ହେବାର ଅନେକ ସମ୍ଭାବନା ରହିଛି । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । କ୍ୟାରିୟରରେ ଆପଣଙ୍କୁ ସଫଳତା ମିଳିବ ।

ବିଛା ରାଶି
ଆପଣଙ୍କ ରାଶିର ଚତୁର୍ଥ ଘରେ ଶଶା ରାଜଯୋଗ ଗଠିତ ହେଉଛି । ଏପରି ସ୍ଥିତିରେ ଆପଣଙ୍କ ଆର୍ଥିକ ଅବସ୍ଥାରେ କ୍ରମାଗତ ଉନ୍ନତି ଦେଖିବେ । ବିଭିନ୍ନ ସୁତ୍ରରୁ ଆୟ ବଢିବାକୁ ଲାଗିବ । କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା କାରଣରୁ ଦରମା ବଢିବ । ନୂଆ ଅଫର ଆପଣଙ୍କ ନିକଟକୁ ଆସିପାରେ । କ୍ୟାରିୟର ଦୃଷ୍ଟିରୁ ଆପଣଙ୍କର ଭଲ ସମୟ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

କୁମ୍ଭ ରାଶି
ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । କର୍ମକ୍ଷେତ୍ରରେ ଆପଣଙ୍କୁ ଭଲ ସଫଳତା ମିଳିବ । ବିଚାରାଧୀନ କାର୍ଯ୍ୟ ଶୀଘ୍ର ଶେଷ ହେବ । ବ୍ୟବସାୟ ବଢିବା ସହ ଆୟ ଭଲ ହେବ । ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି । କୋର୍ଟ କଚେରି ମାମଲାରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ଆପଣ ବରିଷ୍ଠ ସଦସ୍ୟଙ୍କଠାରୁ ସମର୍ଥନ ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Ayodhya News: ଅକ୍ଷୟ ତୃତୀୟାରେ ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରାଗଲା ୧୧ ହଜାର ଆମ୍ୱ

Also Read- ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିଲା ଟାଟା ଏସି, ରାସ୍ତାରେ ବିଛାଡି ହେଲା ୭ କୋଟି