ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିଲା ଟାଟା ଏସି, ରାସ୍ତାରେ ବିଛାଡି ହେଲା ୭ କୋଟି
Advertisement
Article Detail0/zeeodisha/odisha2243939

ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିଲା ଟାଟା ଏସି, ରାସ୍ତାରେ ବିଛାଡି ହେଲା ୭ କୋଟି

Cash Seized From vehicle: ଆଜି ଆନ୍ଧ୍ରପ୍ରେଦଶର ନଲ୍ଲାଜର୍ଲା ମଣ୍ଡଳ ଅନ୍ତର୍ଗତ ଅନନ୍ତପାଲ୍ଲି ରାସ୍ତାରେ ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଟ୍ରକ ସହିତ ଟାଟା ଏସି ଧକ୍କା ହେବା ଫଳରେ ଦୁର୍ଘଟଣା ଘଟି ଟାଟା ଏସିଟି ରାସ୍ତାର ଏକ ପାର୍ଶ୍ୱକୁ ଓଲଟି ପଡିଥିଲା । ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଦୁର୍ଘଟଣାସ୍ଥଳରେ ଦେଖିବାକୁ ମିଳିଥିଲା ବିଡା ବିଡା ଟଙ୍କା ।

ସୂଚନା ମୁତାବକ, ଟାଟା ଏସିରେ ଥିବା ଟଙ୍କା ବିଡା ସବୁ ରାସ୍ତାରେ ପଡିଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳକୁ ଉଦ୍ଧାର କରିବାକୁ ଆସି ବିପୁଳ ଟଙ୍କା ଦେଖିବା ପରେ ମନରେ ସନ୍ଦେହ ହୋଇଥିଲା । ଫଳରେ ତୁରନ୍ତ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟଙ୍କା ଜବତ କରିଥିଲା । ମୋଟ ୭ କୋଟି ଟଙ୍କା ଟାଟା ଏସିରୁ ଜବତ ହୋଇଥିବା ଜଣା ପଡିଛି । ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା କାରଣରୁ ତାଙ୍କୁ ସ୍ଥାନୀୟ ଗୋପାଳପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି । ମିଳିଥିବା ଖବର ମୁତାବକ, ବିଜୟୱାଡାରୁ ବିଶାଖାପଟନମ ଆଡକୁ ଯାଉଥିଲା ଟାଟା ଏସି । ତେବେ ଜବତ ହୋଇଥିବା ଟଙ୍କା କାହାର ଏବଂ କେଉଁ କାର୍ଯ୍ୟରେ ବ୍ୟବହାର ପାଇଁ ଟଙ୍କା ଯାଉଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Also Read- Mangal Gochar 2024: ମଙ୍ଗଳ ଚଳନରୁ ରୁଚକ ରାଜଯୋଗ, ବଦଳିବ ୪ ରାଶିର ଆର୍ଥିକ ସ୍ଥିତି

Also Read- BSNL Recharge Plan: କମ ଟଙ୍କାରେ ଅନଲିମିଟେଡ୍ କଲିଂ ସହ ୨ଜିବି ଇଣ୍ଟରନେଟ୍