Solar Eclipse 2024: ଜାଣନ୍ତୁ କେବେ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ
Advertisement
Article Detail0/zeeodisha/odisha2085187

Solar Eclipse 2024: ଜାଣନ୍ତୁ କେବେ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

Solar Eclipse 2024: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଅନେକ କାରଣରୁ ସ୍ୱତନ୍ତ୍ର । କାରଣ ପ୍ରାୟ ସାତ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହା ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ । ଏହି ସୂର୍ଯ୍ୟପରାଗ ଏପ୍ରିଲ ୮ ତାରିଖ ତଥା ସୋମବାର ଦିନ ପଡୁଛି । ଦକ୍ଷିଣ-ପଶ୍ଚିମ ଅନୁସନ୍ଧାନର ସୌର ବୈଜ୍ଞାନିକ ଲିସା ଅପ୍ଟନଙ୍କ କହିବାନୁଯାୟୀ,  ୨୦୨୪ର ଏହି ସୂର୍ଯ୍ୟପରାଗ ୨୦୧୭ର ସୂର୍ଯ୍ୟପରାଗ ଠାରୁ ଖୁବ ଭିନ୍ନ ହେବାକୁ ଯାଉଛି ।

Solar Eclipse 2024: ଜାଣନ୍ତୁ କେବେ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

Solar Eclipse 2024: ଚଳିତ ବର୍ଷ ଦୁଇଥର ସୂର୍ଯ୍ୟ ପରାଗ ହେବ । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୮ ତାରିଖରେ ହେବାକୁ ଥିବାବେଳେ ଏହା ଆମେରିକାରେ ଦୃଶ୍ୟମାନ ହେବ । ୨୦୧୭ ପରେ ପୁଣିଥରେ ଏପରି ଏକ ବିରଳ ସୂର୍ଯ୍ୟପରାଗ ଦେଖିବାକୁ ପାଇବେ ଆମେରିକୀୟ । ଏହା ଉତ୍ତର ଆମେରିକାର ଅନେକ ସ୍ଥାନରେ ସ୍ପଷ୍ଟ ବାବେ ଦୃଶ୍ୟମାନ ହେବ । ନାସା ଅନୁଯାୟୀ, ଏହା ପ୍ରଥମେ ମେକ୍ସିକୋର ପ୍ରଶାନ୍ତ ମହାସାଗର ଅଞ୍ଚଳେ ସକାଳ ୧୧ଟା୭ ସମୟରେ ଦୃଶ୍ୟମାନ ହେବ। ଯେତେବେଳେ ଚନ୍ଦ୍ର ସଂପୂର୍ଣ୍ଣ ରୂପେ ସୂର୍ଯ୍ୟଙ୍କୁ ଆଚ୍ଛାଦନ କରେ ସେହି ସମୟରେ ଅନ୍ଧାର ଘୋଟିଯିବ । ଏହି ସୂର୍ଯ୍ୟ ପରାଗ ଆମେରିକାର ୧୩ ଟି ରାଜ୍ୟରେ ଦୃଶ୍ୟମାନ ହେବ ।

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଅନେକ କାରଣରୁ ସ୍ୱତନ୍ତ୍ର । କାରଣ ପ୍ରାୟ ସାତ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହା ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ । ଏହି ସୂର୍ଯ୍ୟପରାଗ ଏପ୍ରିଲ ୮ ତାରିଖ ତଥା ସୋମବାର ଦିନ ପଡୁଛି । ଦକ୍ଷିଣ-ପଶ୍ଚିମ ଅନୁସନ୍ଧାନର ସୌର ବୈଜ୍ଞାନିକ ଲିସା ଅପ୍ଟନଙ୍କ କହିବାନୁଯାୟୀ,  ୨୦୨୪ର ଏହି ସୂର୍ଯ୍ୟପରାଗ ୨୦୧୭ର ସୂର୍ଯ୍ୟପରାଗ ଠାରୁ ଖୁବ ଭିନ୍ନ ହେବାକୁ ଯାଉଛି ।

ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ କକ୍ଷ ପରିବର୍ତ୍ତନ ଦ୍ୱାରା ଏପରି ମହାଜାଗତିକ ଦୃଶ୍ୟ ଘଟିଥାଏ । ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂର୍ଣ୍ଣନ କରେ ଏବଂ ଚନ୍ଦ୍ର ପୃଥିବୀ ଚାରିପଟେ ଘୂର୍ଣ୍ଣନ କରେ । ଯେତେବେଳେ ଚନ୍ଦ୍ର ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଅତିକ୍ରମ କରେ ସେତେବେଳେ ଏହା ସୂର୍ଯ୍ୟଙ୍କ ଆଲୋକକୁ ଅବରୋଧ କରିଥାଏ ।

ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ କେବଳ ସୂର୍ଯ୍ୟଙ୍କ ବଳୟ ଦୃଶ୍ୟମାନ ହୋଇଥାଏ । ଏଥିରେ ଚନ୍ଦ୍ରଙ୍କ ପଛରେ ସୂର୍ଯ୍ୟ ରହିଥିବା ଦେଖିବାକୁ ମିଳେ । ଆଂଶିକ ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟଙ୍କର କିଛି ଅଂଶ ଆଚ୍ଛାଦିତ ହେଉଥିବା ସମୟରେ କିଛି ଅଂଶ ଦେଖାଯାଇଥାଏ । ତେବେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଭାରତରେ ଦେଖାଯିବ ନାହିଁ। ଏପ୍ରିଲ୍ ୮ ତାରିଖରେ ସୂର୍ଯ୍ୟ ପରାଗ ପଶ୍ଚିମ ୟୁରୋପ ପ୍ରଶାନ୍ତ, ଆଟଲାଣ୍ଟିକ୍, ମେକ୍ସିକୋ, ଉତ୍ତର ଆମେରିକା, କାନାଡା, ମଧ୍ୟ ଆମେରିକା, ଦକ୍ଷିଣ ଆମେରିକାର ଉତ୍ତର ଭାଗ, ଇଂଲଣ୍ଡ ଏବଂ ଆୟର୍ଲାଣ୍ଡର ଉତ୍ତର ପଶ୍ଚିମ ଅଞ୍ଚଳରେ ଦୃଶ୍ୟମାନ ହେବ ବୋଲି ସୂଚନା ରହିଛି ।

Also Read- ବିଶାଳ ସମାବେଶରେ ଗର୍ଜିଲେ ଖଡଗେ, ବିଜେପି-ବିଜେଡି ଉପରେ ବର୍ଷିଲେ

Also Read- ରାଜ୍ୟସଭା ନିର୍ବାଚନ: କେହି ପଲଟିବେନି, ପୁଣି ଏକାଠି ହେବେକି ବିଜେପି ବିଜେଡି ?