BrahMos Missile fire into Pakistan: ଭାରତୀୟ ବାୟୁସେନାର ତିନି ଅଫିସର ବିଦା, ଜାଣନ୍ତୁ କ'ଣ ଥିଲା ଘଟଣା
Advertisement
Article Detail0/zeeodisha/odisha1316043

BrahMos Missile fire into Pakistan: ଭାରତୀୟ ବାୟୁସେନାର ତିନି ଅଫିସର ବିଦା, ଜାଣନ୍ତୁ କ'ଣ ଥିଲା ଘଟଣା

ପାକିସ୍ତାନରେ ବ୍ରହ୍ମୋସ ମିସାଇଲ ମଡ ଘଟଣାରେ ଏକ ବଡ ଅପଡେଟ୍ ଆସିଛି। ଭୁଲ ବଶତଃ ନିକ୍ଷେପ ହୋଇଥିବା ମିସାଇଲ ପାଇଁ ଭାରତୀୟ ବାୟୁସେନାର ତିନି ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ମଙ୍ଗଳବାର ସରକାରଙ୍କ ତରଫରୁ ଏହି ସୂଚନା ଦିଆଯାଇଛି। ଗତ ମାର୍ଚ୍ଚ ୯ ତାରିଖରେ ଏକ ବ୍ରହ୍ମୋସ ମିସାଇଲ ପାକିସ୍ତାନରେ ପଡିଥିଲା।

BrahMos Missile fire into Pakistan: ଭାରତୀୟ ବାୟୁସେନାର ତିନି ଅଫିସର ବିଦା, ଜାଣନ୍ତୁ କ'ଣ ଥିଲା ଘଟଣା

BrahMos Missile fire into Pakistan: ପାକିସ୍ତାନରେ ବ୍ରହ୍ମୋସ ମିସାଇଲ ମଡ ଘଟଣାରେ ଏକ ବଡ ଅପଡେଟ୍ ଆସିଛି। ଭୁଲ ବଶତଃ ନିକ୍ଷେପ ହୋଇଥିବା ମିସାଇଲ ପାଇଁ ଭାରତୀୟ ବାୟୁସେନାର ତିନି ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ମଙ୍ଗଳବାର ସରକାରଙ୍କ ତରଫରୁ ଏହି ସୂଚନା ଦିଆଯାଇଛି। ଗତ ମାର୍ଚ୍ଚ ୯ ତାରିଖରେ ଏକ ବ୍ରହ୍ମୋସ ମିସାଇଲ ପାକିସ୍ତାନରେ ପଡିଥିଲା। କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା।

ଦୁର୍ଘଟଣା ବଶତଃ ପାକିସ୍ତାନ ସୀମାରେ ଭାରତ ମିସାଇଲ ପଡିବା ପରେ ବାୟୁସେନା ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। କୋର୍ଟ ଅଫ୍ ଇନକ୍ୱାରିରେ ତିନି ଜଣ ବାୟୁସେନା ଅଧିକାରୀଙ୍କୁ ଏଥିପାଇଁ ଦୋଷୀ କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ, ମିସାଇଲ ଉତକ୍ଷେପଣ ବେଳେ ଉକ୍ତ ଅଧିକାରୀମାନେ ମାନକ ସଂଚାଳନ ପ୍ରକ୍ରିୟା ବା ଏସଓପିକୁ ପାଳନ କରିନଥିଲେ। ଯେଉଁଥିପାଇଁ ସେନାର ଆଇନ ଅନୁସାରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି।

Also Read: World’s Most Polluted Cities 2022: ବିଷ ବଳୟରେ ଭାରତ, ଶୀର୍ଷରେ ରାଜଧାନୀ ସହ ଏହି ସବୁ ସହର

ଗତ ଏପ୍ରିଲରେ ମିସାଇଲ ପଡିବା ଘଟଣାର ତଦନ୍ତ ଶେଷ ହୋଇଥିଲା। ଏଥିରେ ଭାରତୀୟ ବାୟୁସେନାର ଏକାଧିକ ଅଧିକାରୀ ଦୋଷୀ ଅଛନ୍ତି ବୋଲି ଭାଇସ ଏୟାର ମାର୍ଶାଲ ଆରକେ ସିହ୍ନା କହିଥିଲେ। ତେବେ ମାମଲାକୁ ଗୁରୁତର ସହ ନେଇ ଏବେ ଦୋଷୀ ତିନି ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ମିସାଇଲ ପଡିବା ମାମଲାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ, ରୁଟିନ ରକ୍ଷଣାବେକ୍ଷଣା ଓ ତଦାରଖ ବେଳେ ଏହି ଅଘଟଣ ଘଟିଥିଲା। ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୯ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ପାକିସ୍ତାନରେ ନିୟନ୍ତ୍ରଣ ହରାଇ ଭାରତୀୟ ବ୍ରହ୍ମୋସ ମିସାଇଲ ପଡିଯାଇଥିଲା। ଏହି ମିସାଇଲ ମାଡରେ କୌଣସି ଲୋକ ମୃତାହତ କିମ୍ବା କ୍ଷୟକ୍ଷତି ହୋଇ ନଥିଲେ। ପାକିସ୍ତାନର ୧୨୪ କିମି ଭିତରେ ଏହା ପଡିଥିଲା। ତେବେ ମିସାଇଲରେ ବାରୁଦ ନଥିଲା। ଯାହାକୁ ନେଇ ପାକିସ୍ତାନ ଭୟଭୀତ ହେବା ସହ ଭାରତ ଜାଣିଶୁଣି ଏପରି କରିଥିବା ଅଭିଯୋଗ କରିଥିଲା। ଏହାସହ ଘଟଣାର ତଦନ୍ତ ଦାବି କରିଥିଲା। 

Also Read: Laal Singh Chaddhaର ନୈରାଶ୍ୟଜନକ ବ୍ୟବସାୟ ପରେ Aamir Khan ନେଲେ ଏହି ନିଷ୍ପତ୍ତି

ପାକିସ୍ତାନର ଅଭିଯୋଗ ପରେ ଆମେରିକା, ଭାରତର ସପକ୍ଷରେ ବାହାରିଥିଲା। ଭାରତର କିଛି ଭୁଲ ନାହିଁ, ଏହା ଅଜାଣତରେ ହୋଇଥିବା ଆମେରିକା କହିଥିଲା। ଆମେରିକୀୟ ବୈଦେଶିକ ମୁଖପାତ୍ର ନେଡ୍ ପ୍ରାଇସ୍ କହିଥିଲେ ଯେ, ଏହା କେବଳ ଏକ ଦୁର୍ଘଟଣା ଅଟେ। ଯାନ୍ତ୍ରୀକ ତ୍ରୁଟି ପାଇଁ ଏପରି ହୋଇଥିଲା। ଏହା ଏକ ଦୁର୍ଘଟଣା ବ୍ୟତୀତ ଆଉ କିଛି ନୁହେଁ। ଜାଣିଶୁଣି ଭାରତ ପକ୍ଷରୁ ଆକ୍ରମଣ କରାଯାଇ ନାହିଁ।

 

Also Read: Prophet Muhammad Row: ହାତେ ମାପି ଚାଖଣ୍ଡେ ଚାଲୁଛି ବିଜେପି, ନଡ୍ଡାଙ୍କ ବୟାନ ପୂର୍ବରୁ ଏମିତି...