World’s Most Polluted Cities 2022: ବିଷ ବଳୟରେ ଭାରତ, ଶୀର୍ଷରେ ରାଜଧାନୀ ସହ ଏହି ସବୁ ସହର
Advertisement
Article Detail0/zeeodisha/odisha1315550

World’s Most Polluted Cities 2022: ବିଷ ବଳୟରେ ଭାରତ, ଶୀର୍ଷରେ ରାଜଧାନୀ ସହ ଏହି ସବୁ ସହର

କେବଳ ଭାରତ ନୁହଁ ବରଂ, ସମଗ୍ର ବିଶ୍ୱ ଏବେ ବିଷ ବଳୟରେ ଅଛି। କ୍ଲାଇମେଟ ଚ୍ୟାଞ୍ଜ, ପ୍ରକୃତିରେ ମଣିଷର ହସ୍ତକ୍ଷେପ ଓ ଅନ୍ୟାନ୍ୟ କାରଣ ପାଇଁ ପ୍ରଦୂଷଣ ରୂପି ରାକ୍ଷସ ଦିନକୁ ଦିନ ବିରାଟ ହେବାରେ ଲାଗିଛି। ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଭାରତର ରାଜଧାନୀ ନୂଆଦିଲ୍ଲୀ ହେଉଛି ବିଶ୍ୱର ସର୍ବାଧିକ ପ୍ରଦୂଷ

World’s Most Polluted Cities 2022: ବିଷ ବଳୟରେ ଭାରତ, ଶୀର୍ଷରେ ରାଜଧାନୀ ସହ ଏହି ସବୁ ସହର

World’s Most Polluted Cities 2022, ନୂଆଦିଲ୍ଲୀ: କେବଳ ଭାରତ ନୁହଁ ବରଂ, ସମଗ୍ର ବିଶ୍ୱ ଏବେ ବିଷ ବଳୟରେ ଅଛି। କ୍ଲାଇମେଟ ଚ୍ୟାଞ୍ଜ, ପ୍ରକୃତିରେ ମଣିଷର ହସ୍ତକ୍ଷେପ ଓ ଅନ୍ୟାନ୍ୟ କାରଣ ପାଇଁ ପ୍ରଦୂଷଣ ରୂପି ରାକ୍ଷସ ଦିନକୁ ଦିନ ବିରାଟ ହେବାରେ ଲାଗିଛି। ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଭାରତର ରାଜଧାନୀ ନୂଆଦିଲ୍ଲୀ ହେଉଛି ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର। ଶୀର୍ଷ ୧୦ ପ୍ରଦୂଷିତ ସହର ତାଲିକାରେ ଭାରତର ଦୁଇଟି ସହର ଥିବା ବେଳେ ବାଂଲାଦେଶ, ପିକିସ୍ତାନ ଓ ଚୀନର ଗୋଟିଏ ଲେଖାଏ ସହର ରହିଛି। 

ବିଶ୍ୱର ପ୍ରଦୂଷଣକୁ ନେଇ ଗତ ସପ୍ତାହରେ ଆମେରିକାର Health Effects Institute (HEI) ଏକ ରିପୋର୍ଟ ଜାରି କରିଛି। ଯାହାର ନାମ Air Quality and Health in Cities ରଖାଯାଇଛି। ଏହାର ତଥ୍ୟାନୁସାରେ ଭାରତର ରାଜଧାନୀ ନୂଆଦିଲ୍ଲୀ ହେଉଛି ବିଶ୍ୱର ସର୍ବାଧିକ ପ୍ରଦ୍ୟୁଷିତ ସହର। ଦିଲ୍ଲି ପଛରେ କୋଲକାତାର ସ୍ଥାନ ରହିଛି। ଯାହା ଭାରତ ପାଇଁ ଏକ ଚନ୍ତାଜନକ ବିଷୟ। ତେବେ ଏହି ପ୍ରଦୂଷୟ ପାଇଁ ଜନସଂଖ୍ୟା ବୃଦ୍ଧି ଦାୟୀ ବୋଲି HEIର ରିପୋର୍ଟରେ କୁହାଯାଇଛି। ବିକଶିତ ଇନଫ୍ରାଷ୍ଟ୍ରକର, ଉନ୍ନତ ଜୀବନ ଶୈଳୀର ଅନୁସନ୍ଧାନ ଓ ନିଯୁକ୍ତି ପାଇଁ ଦିଲ୍ଲୀ, କୋଲକାତା ଭଳି ସହରରେ ଜନସଂଖ୍ୟା ବୃଦ୍ଧି ପାଉଛି।

Also Read: SBI ପରିବର୍ତ୍ତନ କରିଛି ATM ସମ୍ବନ୍ଧୀୟ ନିୟମ? ୪ ଥରରୁ ଅଧିକ ଟଙ୍କା ଉଠାଇଲେ ଲାଗିବ ୧୭୩ ଟଙ୍କା

HEIର ରିପୋର୍ଟ ଅନୁସାରେ ପ୍ରଦୂଷିତ ସହର ତାଲିକାର ତୃତୀୟ ସ୍ଥାନରେ ନାଇଜେରିଆର କାନୋ ସହର ଥିବା ବେଳେ ଚତୁର୍ଥରେ ପେରୁର ଲିମା ରହିଛି। ପଞ୍ଚମ, ଷଷ୍ଠ, ସପ୍ତମ ଓ ଅଷ୍ଟମରେ କ୍ରମଂଶ ବାଂଲାଦେଶର ରାଜଧାନୀ ଢାକା, ଇଣ୍ଡୋନେସିଆର ଜାକର୍ତ୍ତା, ନାଇଜେରିଆର ଲାଗୋସ ଓ ପାକିସ୍ତାନର କରାଚି ସହର ରହିଛନ୍ତି। ସେହିପରି ନବମ ଓ ଦଶମ ସ୍ଥାନରେ ଚୀନର ରାଜଧାନୀ ବେଜିଂ ଓ ଘାନାର ଆକ୍ରା ସହର ସ୍ଥାନ ପାଇଛନ୍ତି। ଅନ୍ୟପଟେ ଶୀର୍ଷ ୨୦ରେ ଚୀନର ତିନୋଟି ସହର ରହିଥିବା ବେଳେ ୧୪ତମ ସ୍ଥାନରେ ମୁମ୍ବାଇ ଅଛି।

HEIର ଶୀର୍ଷ ୨୦ ପ୍ରଦୂଷିତ ସହର ତାଲିକାରେ ଏସିଆ ମହାଦେଶରୁ ଅଧାର୍ଦ୍ଧିକ ଅଛନ୍ତି। ସିଙ୍ଗାପୁର ଭଳି ସହର ମଧ୍ୟ ପ୍ରଦୂଷଣରୁ ବାଦ ପଡିନାହିଁ। ପ୍ରଦୂଷିତ ରାଷ୍ଟ୍ରରେ ଆମେରିକା, ଅଷ୍ଟ୍ରେଲିଆ, ୟୁରୋପ, ଋଷ, ଆରବର କୌଣସି ସହର ନାହାନ୍ତି। ଭାରତର ନୂଆଦିଲ୍ଲୀ, କୋଲକାତା ଓ ମୁମ୍ବାଇ ଭଳି ମେଟ୍ରୋ ସହରରେ ପ୍ରଦୂଷଣ ବଢୁଥିବା ବେଳେ ଏଥିରେ ଓ ଓଡିଶାର ସହର ଗୁଡିକ ଚାକଚକ୍ୟ ରହିଛି। ତେବେ ଦେଶରେ ପ୍ରଦୂଷଣ ହ୍ରାସ କରିବା ପାଇଁ କଠୋର ପଦକ୍ଷେପ ନେବା ଉଚିତ ବୋଲି ପରିବେଶବିତମାନେ ମତ ପ୍ରକାଶ କରିଛନ୍ତି।

Also Read: ଆଫଗାନିସ୍ତାନରେ ପୁଣି ଦେଖାଦେବ ସଙ୍କଟ! ଜାତିସଂଘର ସୁରକ୍ଷା ପରିଷଦକୁ ଧମକ ଦେଲା ତାଲିବାନ

ପ୍ରଦୂଷିତ ସହର ତାଲିକାରେ ବିଶେଷ କରି ଦେଶର ରାଜଧାନୀ କିମ୍ବା ରାଜ୍ୟର ରାଜଧାନୀ ଅଛନ୍ତି। ଦୁଇଟି ମାନଦଣ୍ଡକୁ HEI ବିଶ୍ୱର ସହର ପରିବେଶ ପ୍ରଦୂଷଣମାତ୍ରା ମାପିଥିଲା, ସେଗୁଡିକ ହେଲା- fine particulate matter (PM2.5) and nitrogen dioxide (NO 2)। ଏଥିରେ ମଣିଷ ସ୍ୱାସ୍ଥ୍ୟ ଉପରେ ପ୍ରଦୂଷଣର କଣ ପ୍ରଭାବ ରହୁଛି ତାହାକୁ ଦେଖାଯାଇଥିଲା। ୨୦୧୦ରୁ ୨୦୧୯ ମସିହା ମଧ୍ୟରେ ହୋଇଥିବା ସର୍ଭେରେ ବିଶ୍ୱର ମୋଟ ୭୨୩୯ଟି ସହରକୁ ସାମିଲ କରାଯାଇଥିଲା। ଏଥିରେ କେବଳ ଦକ୍ଷିଣ ଏସିଆର ୧୫୦୦ରୁ ଊର୍ଦ୍ଧ୍ୱ ସହର ଥିଲା।