ପ୍ରଭୁଙ୍କ ଦର୍ଶନ ହେବ ଆହୁରି ସହଜ, ପୁରୀରୁ ଅଯୋଧ୍ୟା ରେଳସେବା
Advertisement
Article Detail0/zeeodisha/odisha2112374

ପ୍ରଭୁଙ୍କ ଦର୍ଶନ ହେବ ଆହୁରି ସହଜ, ପୁରୀରୁ ଅଯୋଧ୍ୟା ରେଳସେବା

Puri to Ayodhya Train:  ଜୁଲାଇ କିମ୍ୱା ଅଗଷ୍ଟ ମାସ ସୁଦ୍ଧା ପୁରୀରୁ ଅଯୋଧ୍ୟା ଟ୍ରେନ୍‌ ଶୁଭାରମ୍ଭ ହେବ ବୋଲି କୁହାଯାଇଛି । କେବଳ ସେତିକି ନୁହେଁ, ପୁରୀ କୋଣାର୍କ ମଧ୍ୟରେ ମଧ୍ୟ ରେଳ ସେବା ଆରମ୍ଭ ହେବ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏନେଇ ସୂଚନା ଦେଇଛନ୍ତି ।

ପ୍ରଭୁଙ୍କ ଦର୍ଶନ ହେବ ଆହୁରି ସହଜ, ପୁରୀରୁ ଅଯୋଧ୍ୟା ରେଳସେବା

Puri to Ayodhya Train: ପୁରୀ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ ପାଇଁ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ଶରଧାବାଲିରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ।  ଜୁଲାଇ କିମ୍ୱା ଅଗଷ୍ଟ ମାସ ସୁଦ୍ଧା ପୁରୀରୁ ଅଯୋଧ୍ୟା ଟ୍ରେନ୍‌ ଶୁଭାରମ୍ଭ ହେବ ବୋଲି କୁହାଯାଇଛି । କେବଳ ସେତିକି ନୁହେଁ, ପୁରୀ କୋଣାର୍କ ମଧ୍ୟରେ ମଧ୍ୟ ରେଳ ସେବା ଆରମ୍ଭ ହେବ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏନେଇ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ସମୁଦାୟ ୬୬୦୦ କୋଟି ଟଙ୍କା ବ୍ୟୟରେ ମୋଟ ୨୮ଟି ଜାତୀୟ ରାଜପଥ କରାଯାଉଛି । ସେମଧ୍ୟରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‌ ଗଡକରୀଙ୍କ କହିବା ଅନୁଯାୟୀ, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ସାତପଡ଼ାରୁ ଜନ୍ନି କୁଦାକୁ ସଂଯୋଗୀକରଣ ପାଇଁ ୬ କିଲୋମିଟର ରାସ୍ତା ନିର୍ମାଣ କରାଯିବ। ଦୀର୍ଘ ଦିନ ମାସ ଧରି ସାତପଡ଼ାରୁ ଜହ୍ନିକୁଦାକୁ ରାସ୍ତା ସଂଯୋଗ ପାଇଁ ଦାବି ହୋଇଆସୁଥିଲା। ବ୍ରହ୍ମଗିରି ବିଜେପି ନେତ୍ରୀ ଉପାସନା ମହାପାତ୍ର ମଧ୍ୟ ଏନେଇ ଦାବି କରିଆସୁଥିଲେ। ଭୟ ପଟରେ ୨.୫ କିମି ବ୍ରିଜ୍‌ ସହ ୨.୫ କିମି ରାସ୍ତା ନିର୍ମାଣ ହେବ ବୋଲି ଆଜି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ଭିଡିଓ କନଫରେନ୍ସରେ ଘୋଷଣା କରିଛନ୍ତି। ୨୮୦୫ କୋଟି ଟଙ୍କା ବ୍ୟୟ କରାଯାଇ ୧୮୬ କିଲୋମିଟରର ୨ଟି ଜାତୀୟ ରାଜପଥ ଏବଂ ୩୮୨୮ କୋଟି ଟଙ୍କା ବ୍ୟୟରେ ୨୪୩ କିଲୋମିଟରର ୨୬ଟି ଜାତୀୟ ରାଜପଥ ନିର୍ମାଣ କରାଯିବ ।

ଅନ୍ୟପଟେ, ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୭୫୩ କି.ମି ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୬୨୫୩ କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାଜଧାନୀ ଭୁବନେଶ୍ୱରରେ ମୋଟ ୧୧୧ କିମି ରିଂ ରୋଡ୍‌ ତିଆରି ହେବ। କେବଳ ସେତିକି ନୁହେଁ ଏଥିସହ ତିନୋଟି ଇକୋନୋମିକ କରିଡ଼ର ମଧ୍ୟ ନିର୍ମାଣ କରାଯିବ। ଏଥିପାଇଁ ବଜେଟ୍ ରହିଛି ୨୫ ହଜାର କୋଟି ।

Also Read- ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଅଙ୍ଗଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ

Also Read- ଦିଲ୍ଲୀ ହାଇକୋର୍ଟରେ ବୋମା ମାଡ ଧମକ, ସୁରକ୍ଷା ବ୍ୟବସ୍ଥା କଡାକଡି