UP VBSPU Exam: ପରୀକ୍ଷା ଖାତାରେ ଛାତ୍ର ଲେଖିଲେ 'ଜୟ ଶ୍ରୀରାମ'; ପ୍ରଫେସର ଦେଇଥିଲେ ୬୦ ପ୍ରତିଶତରୁ ଅଧିକ ମାର୍କ
Advertisement
Article Detail0/zeeodisha/odisha2224917

UP VBSPU Exam: ପରୀକ୍ଷା ଖାତାରେ ଛାତ୍ର ଲେଖିଲେ 'ଜୟ ଶ୍ରୀରାମ'; ପ୍ରଫେସର ଦେଇଥିଲେ ୬୦ ପ୍ରତିଶତରୁ ଅଧିକ ମାର୍କ

UP VBSPU Exam Answer Sheet: ପରୀକ୍ଷା ଉତ୍ତର ଖାତା ପାଇଁ ଚର୍ଚ୍ଚାକୁ ଆସିଛି ଉତ୍ତର ପ୍ରଦେଶ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ।

UP VBSPU Exam: ପରୀକ୍ଷା ଖାତାରେ ଛାତ୍ର ଲେଖିଲେ 'ଜୟ ଶ୍ରୀରାମ'; ପ୍ରଫେସର ଦେଇଥିଲେ ୬୦ ପ୍ରତିଶତରୁ ଅଧିକ ମାର୍କ

Veer Bahadur Singh Purvanchal University: ପରୀକ୍ଷା ଖାତାରେ 'ଜୟ ଶ୍ରୀରାମ' ଲେଖି ପାସ ହୋଇ ଯାଇଛନ୍ତି ଛାତ୍ର। ଆଉ ତାଙ୍କୁ ଏହି ପରୀକ୍ଷାରେ ଜଣେ ପ୍ରଫେସର ଦେଇଥିଲେ ୬୦ ପ୍ରତିଶତରୁ ଅଧିକ ମାର୍କ ଦେଇଛନ୍ତି। ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ଅବସ୍ଥିତ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟରେ ଘଟିଯାଇଛି ଏଭଳି ଘଟଣା। 

ଏହି ବିଶ୍ୱବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ପରୀକ୍ଷା ଖାତାରେ 'ଜୟ ଶ୍ରୀ ରାମ' ଏବଂ କ୍ରିକେଟର ଖେଳାଳୀଙ୍କ ନାଁ ଲେଖିଥିଲେ। ହେଲେ ପରେ ସେମାନେ ଧରାପଡିଛନ୍ତି। ଏହି ଘଟଣାରେ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର ୨ ପ୍ରଫେସର ନିଲମ୍ବିତ ହୋଇଛନ୍ତି। ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେମାନେ ଗୀତ ଏବଂ ଧାର୍ମିକ ସ୍ଲୋଗାନ ସହିତ ପରୀକ୍ଷା ଖାତାରେ ମାର୍କ ବଦଳାଇବା ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ନେଇଥିଲେ।

ଛାତ୍ର ନେତା ଦିବ୍ୟସୁ ସିଂହ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ କୁଳପତିଙ୍କ ନିକଟକୁ ଲେଖିଥିବା ଚିଠିରେ ଅଭିଯୋଗ କରିଛନ୍ତି ଯେ କେତେକ ବିଶ୍ୱବିଦ୍ୟାଳୟର ଅଧିକାରୀ ଶୂନ ମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କୁ ୬୦ ପ୍ରତିଶତରୁ ଅଧିକ ମାର୍କ ଦେଇ ପାସ୍ କରି ଦିଆଯାଇଛି। ଏ ସମ୍ପର୍କରେ ସୂଚନା ଅଧିକାର ଆଇନ ବଦଳରେ ଜବାବ ମଗା ଯାଇଥିଲା। ଯେଉଁଥିରେ ଜଣାପଡ଼ିଥିଲା ଯେ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଅଧିକ ମାର୍କ ଦିଆଯାଇଛି। ଏପରିକି ପରୀକ୍ଷା ଫଳରେ ମଧ୍ୟ ଭିନ୍ନତା ରହିଥିବାର ଜଣାପଡ଼ିଥିଲା। 

ଏନେଇ ପ୍ରତିକ୍ରିୟା ରଖି କୁଳପତି ବନ୍ଦନା ସିଂହ କହିଛନ୍ତି ଯେ ଆମ ପାଖକୁ ଅଭିଯୋଗ ଆସିଥିଲା ​​ଯେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଅଧିକ ମାର୍କ ଦିଆଯାଇଛି। ଆମେ ଏନେଇ ଏକ କମିଟି ଗଠନ କରିଥିଲା। ଏହି କମିଟି ଏହାର ରିପୋର୍ଟ ମାଧ୍ୟମରେ ଦର୍ଶାଇଛି ଯେ ଛାତ୍ରଛାତ୍ରୀଙ୍କୁ ଅଧିକ ମାର୍କ ଦିଆଯାଇଛି।

ଯେତେବେଳେ ଧାର୍ମିକ ସ୍ଲୋଗାନ ବିଷୟରେ ପଚରାଗଲା, ସେତେବେଳେ କୁଳପତି କହିଥିଲେ, ମୁଁ 'ଜୟ ଶ୍ରୀ ରାମ' ଉତ୍ତର ଲେଖାଯାଇଥିବା ଉତ୍ତର ଖାତା ଦେଖି ନାହିଁ। ହେଲେ ମୁଁ ଏକ ପରୀକ୍ଷା ଖାତା ଦେଖିଛି ଯେଉଁଥିରେ ମୁଁ ପ୍ରାସଙ୍ଗିକତା କିଛି ପାଇଲି ନାହିଁ। ଯାହା ଆଧାରରେ କେତେ ମାର୍କ ଦିଆଯାଇ ପାରିବ। ଏହି ପରୀକ୍ଷା ଖାତାରେ ଲେଖା ହୋଇଥିବା ଉତ୍ତର ବହୁତ ସ୍ପଷ୍ଟ ନାହିଁ।

ଉତ୍ତର ପ୍ରଦେଶ ରାଜ ଭବନ ଏହି ଘଟଣାରେ  ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଏକ ଚିଠି ଲେଖି ତାଙ୍କୁ ଏ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରୀକ୍ଷା ଖାତା ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ 'ଜୟ ଶ୍ରୀ ରାମ' ଫାର୍ମାସି କ୍ୟାରିୟର'  ଉତ୍ତର ମଧ୍ୟରେ ଲେଖାଯାଇଛି। ଏହା ସହିତ ଉତ୍ତରରେ ହାର୍ଦ୍ଦିକ ପାଣ୍ଡ୍ୟା, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି କ୍ରିକେଟ ଖେଳାଳୀଙ୍କ ନାଁ ମଧ୍ୟ ଲେଖାଯାଇଛି।

ବୁଧବାର ପରୀକ୍ଷା କମିଟି ବୈଠକରେ ପରୀକ୍ଷକ ଡକ୍ଟର ବିନୟ ବର୍ମା ଏବଂ ମନୀଷ ଗୁପ୍ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏପରି ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଅଧାପକଙ୍କୁ ଚେତାବନୀ ଦିଆଯାଇଛି। ସମ୍ପୃକ୍ତ ଶିକ୍ଷକଙ୍କୁ ବରଖାସ୍ତ କରିବାକୁ କମିଟି ସୁପାରିଶ କରିଛି। ହେଲେ ବର୍ତ୍ତମାନ ୨୦୨୪ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହୋଇଛି। ନିର୍ବାଚନ ଆଚରଣ ବିଧି ହଟାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।