World Population Day 2022: ୨୦୨୭ ସୁଦ୍ଧା ବଦଳିଯିବ ଭାରତର ନକ୍ସା! ଜାଣନ୍ତୁ, କେତେ ହେବ ଜନସଂଖ୍ୟା
Advertisement
Article Detail0/zeeodisha/odisha1252998

World Population Day 2022: ୨୦୨୭ ସୁଦ୍ଧା ବଦଳିଯିବ ଭାରତର ନକ୍ସା! ଜାଣନ୍ତୁ, କେତେ ହେବ ଜନସଂଖ୍ୟା

ବିଶ୍ୱ ଜନସଂଖ୍ୟା ଦିବସ ଉପଲକ୍ଷେ ଭାରତ ଆଗରେ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଭାରତରେ ପୃଥିବୀର ୨.୪ ପ୍ରତିଶତ ଭୂଭାଗ ରହିଛି ଏବଂ ପୃଥିବୀର ୧୮ ପ୍ରତିଶତ ଲୋକ ଭାରତରେ ରୁହନ୍ତି। ତଥ୍ୟ ଅନୁଯାୟୀ, ୨୦୦୧ରୁ ୨୦୧୧ ଜନଗଣନା ମଧ୍ୟରେ ଦେଶରେ ପ୍ରାୟ ୧୮ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ପାଇଛି। 

ଡିଜାଇନ୍ ଫଟୋ

World Population Day 2022: ଆଜି ବିଶ୍ୱ ଜନସଂଖ୍ୟା ଦିବସ। ଆସନ୍ତା ଚାରି ବର୍ଷରେ ବଦଳିଯିବ ଭାରତର ନକ୍ସା! ଭାରତ ୨୦୨୭ ସୁଦ୍ଧା ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ହେବା ଅନୁମାନ କରାଯାଉଛି। 
ଭାରତର କ୍ରମାଗତ ଜନସଂଖ୍ୟା ବିସ୍ଫୋରଣ ହେଉଛି। ଫଳରେ ଦେଶର ସୀମିତ ସମ୍ବଳ ଉପରେ ନିର୍ଭରଶୀଳ ଅସୀମିତ ଜନସଂଖ୍ୟା ଖାଦ୍ୟ ସଙ୍କଟ, ପରିବେଶ ପ୍ରଦୂଷଣ, ରୋଜଗାର ସଙ୍କଟ, ଶିକ୍ଷାର ଅଭାବ ଏବଂ ମୁଦ୍ରାସ୍ଫୀତି ଭଳି ସମସ୍ୟା ସୃଷ୍ଟି କରୁଛି। କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ମୁକାବିଲା କରିବା ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିବର୍ଷ ୧୧ ଜୁଲାଇ "ବିଶ୍ୱ ଜନସଂଖ୍ୟା ଦିବସ" ପାଳନ କରାଯାଉଛି।

ଇତିହାସ

୧୯୮୭ ମସିହାରେ ବିଶ୍ୱର ସମୁଦାୟ ଜନସଂଖ୍ୟା ପାଞ୍ଚ ବିଲିୟନ ଗ୍ରାଫ୍ ଅତିକ୍ରମ କରିସାରିଥିଲା। ଆଉ ଏହାକୁ ନେଇ ୟୁନାଇଟେଡ୍ ଫେଡେରେସନ୍ ଚିନ୍ତା ପ୍ରକଟ କରିଥିଲା। ସମସ୍ତ ଦେଶର ପରାମର୍ଶ ଏବଂ ସହମତି ପରେ ୧୧ ଜୁଲାଇ ୧୯୮୯ରେ ପ୍ରଥମ ଥର ପାଇଁ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଇଥିଲା। ବିଶ୍ୱ ଜନସଂଖ୍ୟା ଦିବସକୁ ସଫଳ କରିବା ପାଇଁ ମିଳିତ ଜାତିସଂଘ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ମିଶନ ଆରମ୍ଭ କରାଯାଇଥିଲା। ସେବେ ଠାରୁ ପ୍ରତିବର୍ଷ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି, କିନ୍ତୁ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ।

Also Read: ଓଡ଼ିଆ ଯାତ୍ରୀ କହିଲେ, 'ହାଇଜ୍ୟାକ୍ ହୋଇଗଲା ଟ୍ରେନ'

ଭାରତର ଚିନ୍ତା କ’ଣ?

ବିଶ୍ୱ ଜନସଂଖ୍ୟା ଦିବସ ଉପଲକ୍ଷେ ଭାରତ ଆଗରେ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଭାରତରେ ପୃଥିବୀର ୨.୪ ପ୍ରତିଶତ ଭୂଭାଗ ରହିଛି ଏବଂ ପୃଥିବୀର ୧୮ ପ୍ରତିଶତ ଲୋକ ଭାରତରେ ରୁହନ୍ତି। ତଥ୍ୟ ଅନୁଯାୟୀ, ୨୦୦୧ରୁ ୨୦୧୧ ଜନଗଣନା ମଧ୍ୟରେ ଦେଶରେ ପ୍ରାୟ ୧୮ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ପାଇଛି। ମିଳିତ ଜାତିସଂଘର ଆକଳନ ଅନୁଯାୟୀ, ଯଦି ଭାରତର ଜନସଂଖ୍ୟା ଏହି ହାରରେ ବଢିବାରେ ଲାଗିଛି, ତେବେ ପ୍ରାୟ ୨୦୨୭ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହେବ। ଆଉ ଖାଦ୍ୟ ସଙ୍କଟ, ବେକାରୀ ସଙ୍କଟ, ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସଙ୍କଟ, ଦେଶରେ ଜଳ ସଙ୍କଟ ସୃଷ୍ଟି ହେବ। ଅସନ୍ତୁଳିତ ପ୍ରକୃତି ପାଇଁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ସୃଷ୍ଟି କରିବ।

ଜନସଂଖ୍ୟା ନିୟନ୍ତ୍ରଣ ଆଇନ

ଦେଶର ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନେଇ ଅନେକ ଦଶନ୍ଧି ପୂର୍ବରୁ ଚିନ୍ତା ପ୍ରକଟ କରାଯାଇଥିଲା। କ୍ଷମତାରେ ବସିଥିବା ଉଭୟ ଦଳ ଏବଂ ବିରୋଧୀ ଦଳ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବା ବିଷୟରେ ଆଲୋଚନା କରିଥିଲେ। କିନ୍ତୁ ଇନ୍ଦିରା ଗାନ୍ଧୀଙ୍କ ଠାରୁ ମୋଦି ସରକାର ପର୍ଯ୍ୟନ୍ତ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ କରିବାକୁ ବ୍ୟଗ୍ର ହୋଇନାହାଁନ୍ତି। ୨୦୧୯ରେ ମୋଦି ସରକାର ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଆଣିଥିଲେ। ଏଥିରେ ଗୋଟିଏ ଦମ୍ପତ୍ତିଙ୍କୁ ସର୍ବାଧିକ ଦୁଇଟି ସନ୍ତାନ କରିବାକୁ ନିର୍ଦ୍ଦେଶ ରହିଥିଲା। କିନ୍ତୁ କିଛି ଲୋକ ଏହାକୁ ବିରୋଧ କରି ଜନସଂଖ୍ୟା ନିୟନ୍ତ୍ରଣ ବିଲ, ବ୍ୟକ୍ତିର ସ୍ୱାଧିନତା ଅଧିକାରକୁ ହନନ କରୁଛି ବୋଲି କହିଥିଲେ।

ଜନସଂଖ୍ୟା ନିୟନ୍ତ୍ରଣ ବିଲକୁ ବିରୋଧ କରୁଥିବା ବ୍ୟକ୍ତିମାନେ କହିଛନ୍ତି ଯେ, ଶିଶୁଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ହେଉଛି ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ। ସେମାନେ ସମ୍ବିଧାନର ଧାରା ୧୬ ଓ ଧାରା ୨୧କୁ ନେଇ ନିଜର ଯୁକ୍ତି ବାଢିଥିଲେ। ସ୍ୱାଧୀନତା ପରଠାରୁ ସଂସଦରେ ଦୁଇ ଶିଶୁ ନୀତି ବିଲ୍ ୩୫ ଥର ଉପସ୍ଥାପିତ ହୋଇଛି। କିନ୍ତୁ ଏହା ପ୍ରତ୍ୟେକ ଥର ଆଇନଗତ ପେଞ୍ଚରେ ଫସି ରହିଛି।  ଭାରତରେ ବିଭିନ୍ନ ଧର୍ମାଲମ୍ବୀ ରୁହନ୍ତି। ଅନେକଙ୍କ ବିଶ୍ୱସ ଯେ, ଜନସଂଖ୍ୟା ନିୟନ୍ତ୍ରଣ ବିଲ ସେମାନଙ୍କର ଧାର୍ମିକ ବିଶ୍ୱାସ ବିରୋଧି।

Also Read: ମାଆ ହେଲେ Sonam Kapoor? ଭାଇରାଲ ହେଉଛି ଦୁଇଟି ନବଜାତକଙ୍କ ହସ୍ପିଟାଲ ଫଟୋ

 

ଭାରତରେ କେଉଁ ବୟସ ବର୍ଗର ଜନସଂଖ୍ୟାର ଶତକଡ଼ା କେତେ?

ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି ଭାରତର ଜନସଂଖ୍ୟାକୁ ତିନି ବୟସ ଶ୍ରେଣୀରେ ବିଭକ୍ତ କରିଛି। ତାହା ହେଉଛି ୦-୧୪ ବର୍ଷ, ୧୫-୬୫ ବର୍ଷ ଏବଂ ୬୫ ବର୍ଷରୁ ଊର୍ଦ୍ଧ୍ୱ। 

ଡାଟାବାର୍ଡ ତଥ୍ୟ ଅନୁଯାୟୀ -

  • ୦-୧୪ ବର୍ଷ = ଜନସଂଖ୍ୟାର ୨୫%
  • ୧୫-୬୫ ବର୍ଷ = ଜନସଂଖ୍ୟାର ୬୮%
  • ୬୫ ବର୍ଷରୁ ଅଧିକ = ଜନସଂଖ୍ୟାର ୭% 

datacommons.orgର ତଥ୍ୟାନୁସାରେ ୧୯୮୦ରେ ଭାରତର ଜନସଂଖ୍ୟା ୭୦ କୋଟି ଥିଲା। ୧୯୯୦ ମସିହାରେ ଏହା ୮୭ କୋଟିକୁ ବୃଦ୍ଧି ପାଇଲା, ୨୦୦୦ ମସିହା ବେଳକୁ ଏହି ସଂଖ୍ୟା ୧୦୪ କୋଟିକୁ ପହଞ୍ଚିଲା। ପରବର୍ତ୍ତୀ ଦଶ ବର୍ଷରେ ଜନସଂଖ୍ୟାରେ ଭୟାନକ ବିସ୍ଫୋରଣ ହେଲା। ୨୦୧୦ରେ ପ୍ରାୟ ୨୦ କୋଟି ଜନସଂଖ୍ୟା ବୃଦ୍ଧି ପାଇ ୧୨୪ ହେଲା। କୋରୋନା କାରଣରୁ ୨୦୨୧ ଜନଗଣନା ହୋଇନାହିଁ। ତଥାପି ସଂସ୍ଥା ଦାବି କରିଛି ଯେ, ୨୦୨୦ରେ ଭାରତ ଜନସଂଖ୍ୟା ୧୩୮ କୋଟିକୁ ବୃଦ୍ଧି ପାଇଛି। ଏହି ହାରରେ ଜନସଂଖ୍ୟା ବୃଦ୍ଧି ପାଏ ତେବେ ଏହା ୨୦୨୭ ସୁଦ୍ଧା ୧୫୦ କୋଟି ପାର କରିବ ବୋଲି ପୂର୍ବାନୁମାନ କରାଯାଉଛି। ୨୦୨୦ ସୁଦ୍ଧା ଚୀନର ଜନସଂଖ୍ୟା ୧୪୦ କୋଟିରୁ ଊର୍ଦ୍ଧ୍ୱ ଥିବା ବେଳେ ଆମେରିକାରେ ମାତ୍ରା ୪୦ କୋଟି ଲୋକ ଥିଲେ।