ମାଆ ହେଲେ Sonam Kapoor? ଭାଇରାଲ ହେଉଛି ଦୁଇଟି ନବଜାତକଙ୍କ ହସ୍ପିଟାଲ ଫଟୋ
Advertisement
Article Detail0/zeeodisha/odisha1252910

ମାଆ ହେଲେ Sonam Kapoor? ଭାଇରାଲ ହେଉଛି ଦୁଇଟି ନବଜାତକଙ୍କ ହସ୍ପିଟାଲ ଫଟୋ

ଆଜିକାଲି ସୋନମ କପୁର ତାଙ୍କ ଗର୍ଭଧାରଣକୁ ଉପଭୋଗ କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ସୋନମ ନିଜର ଗର୍ଭଧାରଣ ଘୋଷଣା କରିଥିଲେ। ସେବେଠାରୁ ସୋନମ କ୍ରମାଗତ ଭାବରେ ନିଜ ବେବି ଡମ୍ପ ଫଟୋଗୁଡିକ ସେୟାରେ କରିବାରେ ଲାଗିଛନ୍ତି। 

ଡିଜାଇନ୍ ଫଟୋ

Sonam Kapoor viral photo: ସୋନମ କପୁରଙ୍କ ଦୁଇଟି ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସୋନମ ଡାକ୍ତରଖାନା ବେଡରେ ଶୋଇଛନ୍ତି ଏବଂ ତାଙ୍କ ଛାତିରେ ଶିଶୁଙ୍କୁ ଧରିଥିବା ଦେଖାଯାଉଛି। ସୋନମ ଧରିଥିବା ଦୁଇ ଶିଶୁଙ୍କ ମଧ୍ୟରେ ଅନେକ ଅନ୍ତର ରହିଛି। ତଥାପି ଭାଇରାଲ ଫଟୋ ଦେଖିବା ପରେ ଫ୍ୟାନ୍ସମାନେ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି। 

ବଲିଉଡ ଅଭିନେତ୍ରୀ ସନମ କପୁରଙ୍କୁ ଦୁଇଟି ଭାଇରାଲ ଫଟୋରେ କୌଣସି ସତ୍ୟତା ନାହିଁ। ସୋନମ କପୁର ଆଲିଙ୍ଗନ କରିଥିବା ଶିଶୁ ସମ୍ପୂର୍ଣ୍ଣ ନକଲି। ଏହି ନକଲି ଫଟୋରେ ସୋନମ କ୍ୟାମେରାକୁ ଦେଖି ପୋଜ୍ ଦେଇଛନ୍ତି। ସୋନମଙ୍କ ଏହି ଫଟୋ ଏଡିଟ୍ ହୋଇଛି। ପିଲାଙ୍କ ଫଟୋ ଆଣି ଅଭିନେତ୍ରୀଙ୍କ ଫଟୋ ସହ ଯୋଡା ଯାଇଥିବା ସ୍ପଷ୍ଟ ଜଣାପଡୁଛି। କୌଣସି ଦୁର୍ବୃତ ଫଟୋକୁ ଏଡିଟ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

Also Read: ରୁଚିକା ମହାନ୍ତିଙ୍କ ମାଆ ଥାନାରେ ଅଟକ! ଧାରଣା ସ୍ଥଳରୁ ଗୋଡ଼ ଧରି ଘୋଷାଡ଼ି ନେଲା ପୋଲିସ

ଆଜିକାଲି ସୋନମ କପୁର ତାଙ୍କ ଗର୍ଭଧାରଣକୁ ଉପଭୋଗ କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ସୋନମ ନିଜର ଗର୍ଭଧାରଣ ଘୋଷଣା କରିଥିଲେ। ସେବେଠାରୁ ସୋନମ କ୍ରମାଗତ ଭାବରେ ନିଜ ବେବି ଡମ୍ପ ଫଟୋଗୁଡିକ ସେୟାରେ କରିବାରେ ଲାଗିଛନ୍ତି। ସେ ବେବି ଡମ୍ପ ସହ ଗ୍ଲାମରସ୍ ଫଟୋସୁଟ୍ ମଧ୍ୟ କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା।

ନିକଟରେ ସୋନମ କପୁର ଆନନ୍ଦ ଅହୁଜା, ଭଉଣୀ ରିୟା କପୁର ଏବଂ ଅନ୍ୟମାନଙ୍କ ସହ ଶିଶୁ ସାୱାର ସମାରୋହ ଆୟୋଜନ କରିଥିଲେ। ସୋନମ ଇନଷ୍ଟାଗ୍ରାମରେ ଏହାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ସୋନମ ଏବଂ ଆନନ୍ଦ ୨୦୧୮ ମେ ୮ ତାରିଖରେ ବିବାହ ବନ୍ଧନରେ ବନ୍ଧା ହୋଇଥିଲେ। ମାର୍ଚ୍ଚ ୨୦୨୨ରେ ଦୁହେଁ ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ, ସେମାନେ ସେମାନଙ୍କର ପ୍ରଥମ ସନ୍ତାନକୁ ଏକାଠି ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ଚଳିତ ମାସରେ ସୋନମ ପ୍ରସବ କରିବାର ସମ୍ଭାବନା ଅଛି।

Also Read: IND vs ENG: ନଟିଂହାମରେ ଅଟକିଲା ରୋହିତଙ୍କ ରେକର୍ଡ, ମଙ୍ଗଳବାରଠୁ ଦିନିକିଆ ଟକ୍କର

ୱାର୍କ ଫ୍ରଣ୍ଟ ବିଷୟରେ କକହିଲେ, ସୋନମ କପୁରଙ୍କୁ ଶେଷ ଥର ପାଇଁ ୨୦୨୦ରେ ଫିଲ୍ମ 'AK Vs AK' ରେ ଦେଖିବାକୁ ମିଳିଥିଲା । ଏଥିରେ ସେ ସୋନମ କପୁରଙ୍କ ଭୂମିକାରେ ଥିଲେ। ଏହାପୂର୍ବରୁ ସେ 'ଜୋୟା ଫ୍ୟାକ୍ଟର୍'ରେ କାମ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା।