Ameesha Patel: 'ଗଦ୍ଦର ୨' ରିଲିଜ୍ ପରେ ଶାହାରୁଖ ଓ ସଲମାନଙ୍କୁ ନେଇ ବଡ଼ ଖୁଲାସା କଲେ ଅମିଶା

Aug 20, 2023, 11:27 AM IST

Narmada Behera

ସନ୍ନି ଦେଓଲ ଓ ଅମିଶା ପଟେଲଙ୍କ ଅଭିନୀତ ଫିଲ୍ମ  'ଗଦ୍ଦର ୨'  ନିକଟରେ ରିଲିଜ୍ ହୋଇଛି।

ବକ୍ସ ଅଫିସରେ ଧମାଲ ମଚାଉଛି ଏହି ଫିଲ୍ମ ।

ଯେଉଁଥି ପାଇଁ ଉଭୟ ଷ୍ଟାର ବର୍ତ୍ତମାନ୍ ଲାଇମ୍ ଲାଇଟରେ ଅଛନ୍ତି। 

ଫିଲ୍ମଟି ୯ ଦିନ ମଧ୍ୟରେ ୩୦୦ କୋଟି ପାର୍ କରିଛି ।

ତେବେ, ୨୦୦୦ ମସିହାରେ ଅଭିନେତ୍ରୀ, Kaho Naa Pyaar Haiରେ ଡେବ୍ୟୁ କରିଥିଲେ। 

ଏହି ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର କରିଦେଇଥିଲା।

ଏହାପରେ ତାଙ୍କୁ ଅନେକ ବଡ ଅଫର ମିଳିଥିଲା।

ସେହି ସମୟରେ କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ Chalte Chalteରେ ଅଭିନୟ କରିବା ପାଇଁ ଅଫର ମିଳିଥିଲା। କିନ୍ତୁ ଏହି ଅଫରକୁ ଏଡାଇ ଦେଇଥିଲେ ଅମିଶା ।

ସେହିପରି‘Munna Bhai MBBS’ ମଧ୍ୟ ସଞ୍ଜୟ ଦତ୍ତଙ୍କ ବିପକ୍ଷରେ ନାୟିକା ସାଜିବାକୁ ଅଫର ମିଳିଥିଲା। ଏହି ଅଫରକୁ ବି ସେ ପ୍ରତ୍ୟାକ୍ଷାନ କରିଥିଲେ। 

ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘Tere Naam’ରେ କାମ କରିବାର ସୁଯୋଗକୁ ବି ହାତଛଡା କରିଥିଲେ ଅମିଶା । କାହିଁକିନା ତାଙ୍କ ପାଖରେ ସେହି ସମୟରେ ଅନେକ ବଡ ପ୍ରୋଜେକ୍ଟ ଥିଲା ।