Asin: ଇନଷ୍ଟାଗ୍ରାମରୁ କାହିଁକି ସ୍ବାମୀଙ୍କ ଫଟୋ ଡ଼ିଲିଟ କଲେ ଆସିନ୍?

Jun 28, 2023, 02:08 PM IST

Payal Priyadarshini

ସୋସିଆଲ ମିଡ଼ିଆରେ ନିଆଁ ପରି ବ୍ୟାପି ଚାଲିଛି ଅଭିନେତ୍ରୀ ଆସିନଙ୍କ ବିବାହ ବିଚ୍ଛେଦ ଖବର ।

ବାସ୍ତବରେ, ଆସିନ୍ ନିଜ ଇନଣ୍ଟାଗ୍ରାମରୁ ସ୍ବାମୀ ରାହୁଲଙ୍କ ସମସ୍ତ ଫଟୋ ଡ଼ିଲିଟ୍ କରିଦେଇଛନ୍ତି ।

ଏହାପରେ ତାଙ୍କ ବୈବାହିକ ଜୀବନ ଠିକ୍ ଚାଲିନଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଏହି ଚର୍ଚ୍ଚାକୁ ମୁହଁ ଖୋଲିଛନ୍ତି ଗଜନୀ ଗାର୍ଲ।

ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେ ଏହାର ଜବାବ ଦେଇଛନ୍ତି ।

ଅଭିନେତ୍ରୀ କହିଛନ୍ତି ଯେ, ସେ ସ୍ବାମୀଙ୍କ ସହିତ ଖରା ଛୁଟି ଉପଭୋଗ କରୁଛନ୍ତି ।

ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ହେଉଥିବା ଖବର ସଂପୂର୍ଣ୍ଣ ରୂପେ ଭିତ୍ତିହୀନ ଅଟେ ।

ମୁଁ ଆଉ ମୋ ସ୍ବାମୀ ଏକାସଙ୍ଗେ ବ୍ରେକଫାଷ୍ଟ କରିବା ସମୟରେ ଏହି ଖବର ବିଷୟରେ ଜାଣିବାକୁ ପାଇଥିଲୁ ।

ଏହି ପୋଷ୍ଟ ସେୟାର କରିବାରେ ମୋର ଅମେଜିଙ୍ଗ ଭ୍ୟାକେସନର ୫ ମିନିଟ୍ ନଷ୍ଟ ହୋଇଗଲା ।