Prabhas: ପ୍ରଭାସଙ୍କ ପାଇଁ ପାଣିରେ ପଡ଼ିଲା ୧୩00 କୋଟି, ଅନୁତାପ କରୁଛନ୍ତି ନିର୍ମାତା !

Jun 26, 2023, 12:50 PM IST

Narmada Behera

ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

'ଆଦିପୁରୁଷ'ର ଟିଜର ରିଲିଜ୍ ହେବା ପରେ ଫିଲ୍ମଟି ବିବାଦ ଘେରକୁ ଆସିଥିଲା । 

ନିର୍ମାତାମାନେ ଏହି ଫିଲ୍ମରେ ୬୦୦ କୋଟି ଖର୍ଚ୍ଚ କରିଛନ୍ତି।

ରିଲିଜ୍ ହେବାର ୧୦ ଦିନ ବିତି ଯାଇଥିଲେ ବି ଫିଲ୍ମଟି ବକ୍ସ ଅଫିସରେ ୩୦୦ କୋଟି ରୋଜଗାର କରିପାରିନି।

ପ୍ରଭାସଙ୍କ ଅଭିନିତ ଫିଲ୍ମ ଲଗାତର ଫ୍ଲପ୍ ହେବାରେ ଲାଗିଛି।

'ବାହୁବଳୀ ୨' ପରେ ଫିଲ୍ମ 'ସାହୋ' ବି ବକ୍ସ ଅଫିସରେ ମାଡ଼ ଖାଇଥିଲା । 

ନିର୍ମାତାମାନ ଏହି ଫିଲ୍ମରେ ୩୫୦ କୋଟି ଖର୍ଚ୍ଚ କରିଥିଲେ। 

ଏହି ଫିଲ୍ମରେ ଅଭିନେତା ଶ୍ରଦ୍ଧାଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ। 

ସେହିପରି ଫିଲ୍ମ 'ରାଧେଶ୍ୟାମ୍‌' ବି ବକ୍ସ ଅଫିସରେ ମାଟି କାମୁଡି ପଡିଥିଲା । ଯାହା ୩ଶହ କୋଟି ବଜେଟରେ ତିଆରି ହୋଇଥିଲା।

ଯେଉଁଥିରେ ଅଭିନେତା ପୂଜା ହେଗଡେଙ୍କ ସହ ନଜର ଆସିଥିଲେ।