Bollywood: ସଲମାନଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ ବି-ଟାଉନର ଏହି ସବୁ ଅଭିନେତ୍ରୀ

Jul 23, 2023, 12:42 PM IST

Narmada Behera

 ଅଭିନେତା ସଲମାନ ଖାନଙ୍କ ଦବଦାବ ବଲିଉଡରେ ବେଶ୍ ଅଧିକ ରହିଛି। ବି-ଟାଉନରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି । ଯେଉଁମାନେ ସଲମାନଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ। 

ଅଭିନେତ୍ରୀ ସୋନାଲି ବିନ୍ଦ୍ରେ, ହାମ୍ ସାଥ୍ ସାଥ୍ ହୈଁ ରେ ଏକାଠି କାମ କରିଥିଲେ ସୋନାଲି ଓ ସଲମାନ ।

କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନଙ୍କ ନାଁ ଆସିଲା ପରେ ସୋନାଲି ସଲମାନଙ୍କ ସହ କାମ କରିବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ। 

ଗୋଟିଏ ସମୟରେ ଐଶ୍ବର୍ଯ୍ୟା ରାୟ ସଲମାନଙ୍କ ଗାର୍ଲଫ୍ରେଣ୍ତ ଥିଲେ।  କିନ୍ତୁ ଚର୍ଚ୍ଚା ହୁଏ ଯେ, ଭାଇଜାନ୍ ନୀଳ ନୟନାଙ୍କୁ ନିର୍ଯ୍ୟାତନା ଦିଅନ୍ତି । ସେହି କାରଣରୁ ସଲମାନଙ୍କ ଜୀବନରୁ ଐଶ୍ ଦୂରେଇ ଯାଇଛନ୍ତି। 

ଦୀପସିଖା ନାଗପାଲ ମଧ୍ୟ ସଲମାନଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ। 

ଉର୍ମିଲା ମାତୋଣ୍ତକର ସଲମାନଙ୍କ ସହ ଫିଲ୍ମ ଜାମନ୍ ସମଝାକରୋ ରେ ଅଭିନୟ କରିଥିଲେ। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ସେଥିପାଇଁ ଉର୍ମିଲା ସଲୁମିଆଁଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ଚାହାଁନ୍ତି ନାହିଁ। 

ସଲମାନଙ୍କ କଦର୍ଯ୍ୟ ବ୍ୟବହାର ପାଇଁ ଅମୀଷା ପଟେଲ ତାଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ। 

ଦୀପିକାଙ୍କ ସ୍ବାମୀ ରଣବୀର ସିଂଙ୍କୁ ସଲମାନ ଖାନ୍ ଖରାପ ବ୍ୟବହାର ଦେଖାଇଥିବା କାରଣରୁ ଦୀପିକା -ସଲମାନଙ୍କ ସହ କାମ କରିବାକୁ ଇଚ୍ଛା କରନ୍ତି ନାହିଁ।

ବ୍ୟକ୍ତିଗତ କାରଣ ଯୋଗୁଁ କଙ୍ଗନା ରାଣାଓ୍ବତ ସଲମାନଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ।

ଟ୍ବିଙ୍କଲ୍ ଖାନ୍ନା ମଧ୍ୟ ସଲମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ତାଙ୍କ ସହ ଫିଲ୍ମ କରିବାକୁ ଇଚ୍ଛା କରନ୍ତି ନାହିଁ ।