ନିକଟରେ କ୍ୟାଟ୍ରିନାଙ୍କ ଜନ୍ମଦିନ ଯାଇଥିଲା।
କ୍ୟାଟଙ୍କ ଏହି ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିଥିଲେ ଏହି ଦମ୍ପତି ।
କେକ୍ କାଟିବା ସହ ଗାଁରେ ଭୋଜିଭାତ ମଧ୍ୟ କରିଥିଲେ।
ଆଉ ଶହ ଶହ ଲୋକେ ଏହି ଭୋଜିରେ ସାମିଲ ହୋଇଥିଲେ।
ବଣ୍ଟୁ ଯେତେବେଳେ ବିବାହ କରି ନଥିଲେ ସେତେବେଳେ କ୍ୟାଟ୍ରିନାଙ୍କ ପ୍ରତି ଏ ପାଗଳାମି ଦେଖି ଲୋକେ ତାଙ୍କୁ ଝିଅ ଦେବାକୁ ମଙ୍ଗୁ ନଥିଲେ।
ପରେ ବହୁ କଷ୍ଟରେ ତାଙ୍କ ବିବାହ ସ୍ଥିର ହୋଇଥିଲା।
ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ସ୍ବାମୀଙ୍କର କ୍ୟାଟଙ୍କ ପ୍ରତି ଏତେ ଭଲ ପାଇବା ଦେଖି ସେ ମଧ୍ୟ ତାଙ୍କୁ ପୂଜା କରିବାରେ ଲାଗିଲେ।
ତେବେ, ଏହି ଦମ୍ପତିଙ୍କୁ ଅଧିକାଂଶ ଲୋକେ କ୍ୟାଟଙ୍କ ଡାଏ ହାର୍ଟ ଫ୍ୟାନ୍ସ ବୋଲି କୁହନ୍ତି ।