HBD Dhanush: ରାତାରାତି ଧନୁଷଙ୍କ ଭାଗ୍ୟ ବଦଳାଇ ଦେଇଥିଲା ଏହି ୬ଟି ଫିଲ୍ମ

Jul 28, 2023, 10:52 AM IST

Narmada Behera

ସାଉଥ୍ ସୁପରଷ୍ଟାର ଧନୁଷଙ୍କର ଆଜି ଜନ୍ମଦିନ। ଆଜିକା ଦିନରେ ସେ ତାମିଲନାଡୁର ମାଦ୍ରାସରେ ୧୯୮୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ।

ତାଙ୍କର ପୁରା ନାଁ ଭେଙ୍କେଟେସ୍ ପ୍ରଭୁ କସ୍ତୁରୀ ରାଜା, କିନ୍ତୁ  ସେ ଧନୁସ୍ ନାଁରେ ପରିଚିତ। 

ତାଙ୍କ ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କର ଏହି ୬ଟି ବ୍ଲକ୍ ବ୍ଲଷ୍ଟର ମୁଭି ବିଷୟରେ । ଯାହା ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା।

'Aadukalam' ଏହି ତାମିଲ ଫିଲ୍ମ ତାଙ୍କ ଭାଗ୍ୟ ବଦଳାଇଦେଇଥିଲା। ଯେଉଁଥି ପାଇଁ ସେ ୨୦୧୧ ମସିହାରେ ଶ୍ରଷ୍ଠ ଅଭିନେତା ପାଇଁ ଜାତୀୟ ପୁରସ୍କାର ପାଇଥିଲେ। 

 'Asuran' ପାଇଁ ସେ ଦ୍ବିତୀୟ ଥର  ଜାତିୟ ପୁରସ୍କାରରେ ସମ୍ମାନୀତ ହୋଇଥିଲେ।

ତାମିଲ ଫିଲ୍ମ 'Vada Chennai' ପାଇଁ ସେ ୨୦୧୮ରେ ଶ୍ରେଷ୍ଠ ଅଭିନେତା ଭାବେ ତାମିଲର ଫିଲ୍ମ ଫେୟାର ଆଓ୍ବାର୍ଡ ପାଇଥିଲେ। 

ସେହିପରି ବଲିଉଡରେ ମଧ୍ୟ କମାଲ କରିଥିଲେ ଧନୁସ୍ । ଫିଲ୍ମ 'Raanjhanaa' ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। 

ସେହିପରି ଫିଲ୍ମ 'Naane Varuvean' ରେ ଅଭିନୟ କରିଥିଲେ। ଯାହା ତାଙ୍କ କ୍ୟାରିୟରର ଏକ ମାଇଲଷ୍ଟୋନ କହିଲେ ଅତ୍ୟୁକ୍ତି ହେବ ନାହିଁ।

ସେହିପରି ହଲିଉଡ ଫିଲ୍ମ 'The Gray Man' ରେ ମଧ୍ୟ ସେ ଅଭିନୟର ଜଲଓ୍ବା ଦେଖାଇଛନ୍ତି।

ଧନୁଷଙ୍କ ଆଗାମୀ ଫିଲ୍ମ 'Captain Miller' । ଯାହା ଚଳିତ ବର୍ଷ ଡିସେମ୍ବରରେ ରିଲିଜ୍ ହେବ।