HBD Kriti Sanon: କୌଣସି ଫିଲ୍ମ ସାଇନ୍ କରିବା ପୂର୍ବରୁ ଏହି କାମ କରିଥାଆନ୍ତି କ୍ରିତି, ଆପଣ ଜାଣି ହେବେ ଚକିତ

Jul 27, 2023, 11:37 AM IST

Narmada Behera

ବଲିଉଡ଼ ଅଭିନେତ୍ରୀ କ୍ରିତି ସାନନ୍‌ ।

୧୯୯୦, ୨୭ ଜୁଲାଇରେ ନୂଆଦିଲ୍ଲୀରେ କ୍ରିତି ସାନନଙ୍କ ଜନ୍ମ। ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି।

ପିଲାବେଳୁ ଅଭିନୟ ପ୍ରତି ରୁଚି ରଖୁଥିବା କ୍ରିତି ଆଜି ବଲିଉଡରେ ଜଣେ ନାଁ କରା ଅଭିନେତ୍ରୀ ଅଟନ୍ତି। 

ସେ ତେଲୁଗୁ ଫିଲ୍ମ '1: Nenokkadine'ରେ ଡେବ୍ୟୁ କରିଥିଲେ। 

ପରେ ସେ ବଲିଉଡରେ ଏଣ୍ଟ୍ରି ମାରିଥିଲେ।

ନିକଟରେ ସେ ପ୍ରଭାସଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ହେଉଥିଲା । 

ଏପରିକି ପ୍ରଭାସ୍-କ୍ରିତି ଖୁବଶିଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା।

ତେବେ, ପ୍ରଭାସ୍ ଓ କ୍ରିତି ଚଳିତ ବର୍ଷ ବିବାହ କରିବେ ବୋଲି ଏବେବି ଚର୍ଚ୍ଚା ହେଉଛି । 

ଏପରିକି ଅଭିନେତ୍ରୀ ଜ୍ୟୋତିଶ ଶାସ୍ତ୍ରକୁ ମଧ୍ୟ  ଅଧିକ ବିଶ୍ବାସ କରନ୍ତି । 

ଯେ କୌଣସି ଫିଲ୍ମ ସାଇନ୍ କରିବା ପୂର୍ବରୁ ସେ ବଡ ଜ୍ୟୋତିର୍ବିଦ୍ ମାନଙ୍କ ପରାମର୍ଶ ମଧ୍ୟ ନିଅନ୍ତି।