“ମୋ ନାକ କାଟିବୁ ନାହିଁ”, ଝିଅକୁ ଏମିତି ଉପଦେଶ କାହିଁକି ଦେଲେ ଶ୍ବେତା ତିୱାରୀ

May 31, 2023, 03:45 PM IST

Payal Priyadarshini

ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି ଶ୍ବେତା ଓ ଝିଅ ପଲକ ତିୱାରୀ। 

ସୁନ୍ଦରୀ ପଲକ ନିଜର ହଟ୍ ଓ ସେକ୍ସି ଆଉଟଫିଟ୍ ଲାଗି ସୋସିଆଲ ମିଡ଼ିଆରେ ସର୍ବଦା ଲାଇମଲାଇଟରେ ରହିଥାଆନ୍ତି ।

ସଲମାନ ଖାନଙ୍କ ଫିଲ୍ମ “କିସ୍ କି ଭାଇ କିସ୍ କି ଜାନ”ରେ ସେ ବଲଉଡ଼ରେ ଡେବ୍ୟୁ କରିଛନ୍ତି । 

ଏହି ଫିଲ୍ମରେ ପଲକଙ୍କୁ ବେଶ ପସନ୍ଦ କରିଥିଲେ ଦର୍ଶକ  । 

ନିକଟରେ ପଲକଙ୍କ ଏକ ଇଣ୍ଟରଭିୟ୍ୟୁ ଭିଡିଓ ଭାଇରାଲ ହେବାରେ ଲାଗିଛି । 

ଯେଉଁଥିରେ ସେ କ୍ୟାରିୟର ଆରମ୍ଭ ସମୟରେ ମାଆ ଶେତ୍ବା କରିଥିବା ଆକଟ ବିଷୟରେ କହିଛନ୍ତି ।

ଏହାସହ ସେ କହିଛନ୍ତି, ସେ ଛୋଟ ଥିବା ସମୟରେ ତାଙ୍କ ମାଆ ତାଙ୍କୁ ନେଇ ବହୁତ ସିକ୍ରେଟ୍ ଥିଲେ ।

ପଲକ କହିଛନ୍ତି ଯେ, କ୍ୟାରିୟର ଆରମ୍ଭରେ ଶେତ୍ବା ତାଙ୍କୁ ଇଣ୍ତଷ୍ଟ୍ରିରେ ତାଙ୍କ ନାକ ନ କଟିବା ପାଇଁ ଉପଦେଶ ଦେଇଥିଲେ । 

ସେ ଆଉ ମଧ୍ଯ କହିଥିଲେ ଯେ, ତାଙ୍କ ମାଆ କି ପରିବାର ଲୋକେ କେହି ତାଙ୍କୁ ବାନ୍ଧିକି ରଖିବାକୁ ଚାହିୁଁନଥିଲେ ।

ମୋ ଅସୁବିଧା ସମୟରେ ସେ ମୋ ପାଇଁ “ଡ୍ରାମେଜ କଣ୍ଟୋଲ ପର୍ସନ” ଥିଲେ । 

ପଲକ ହାର୍ଦ୍ଦେ ସାନ୍ଧୁଙ୍କ ମୁଜ୍ୟିକ୍ ଭିଡ଼ିଓରେ ନଜର ଆସିଥିଲେ ଯାହାକୁ ଦର୍ଶକ ବେଶ ପସନ୍ଦ କରିଥିଲେ ।