Bundi laddu side effects: ଆସନ୍ତୁ ଜାଣିବା ବୁନ୍ଦି ଲଡ଼ୁର ୫ ଟି ସାଇଡ୍ ଇଫେକ୍ଟ ବିଷୟରେ ।

Sep 9, 2023, 07:40 PM IST

Soubhagya Mishra

ବୁନ୍ଦି ଲଡ଼ୁ ଖାଇବାରୁ ନିଜକୁ ଅଟକାଇ ହୁଏନି

ବୁନ୍ଦି ଲଡ଼ୁ ଭାରତର ସବୁଠାରୁ ପସନ୍ଦୀୟ ମିଠାଗୁଡ଼ିକ ମଧ୍ୟରୁ ଅନ୍ୟତମ।

ପର୍ବପର୍ବାଣୀଠୁ ନେଇ ବିବାହ ବ୍ରତ ପର୍ଯ୍ୟନ୍ତ ବୁନ୍ଦି ଲଡ଼ୁ ଦେଈ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥାଏ।

ବୁନ୍ଦି ଲଡ଼ୁ ପ୍ରସ୍ତୁତ କରିବାବେଳେ ତେଲ ଓ ଚିନି ସିରା ବହୁଳ ଭାବରେ ବ୍ୟବହୃତ ହୁଏ ।

ବହୁତ ତେଲ ଓ ମିଠା ଯୁକ୍ତ ଜିନିଷ ସ୍ବାସ୍ଥ୍ୟ ପାଇଁ ଉପକାରୀ ନୁହେଁ।

ଆସନ୍ତୁ ଜାଣିବା କି ଅଧିକ ବୁନ୍ଦି ଲଡ଼ୁ ଖାଇବା ଦ୍ଵାରା କଣ କଣ ସମସ୍ୟା ଉପୁଜିପାରେ।

ବୁନ୍ଦି ଲଡୁରେ ଥିବା ତେଲ ଓ ଚିନି ଏହାକୁ ଏକ ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ କରିଥାଏ ଯାହା ମୋଟାପଣର ଏକ ପ୍ରମୁଖ କାରଣ ।

ଡାଇବେଟିସ ରୋଗୀଙ୍କ ପାଇଁ ବୁନ୍ଦି ଲଡ଼ୁ ଖାଇବା ହିତକର ନୁହେଁ, କାରଣ ଏହା ବ୍ଲଡ ଗ୍ଲୁକୋଜ ଲେବଲ୍ ବଢାଇ ଥାଏ ।

ବୁନ୍ଦି ଲଡ଼ୁ ଅଧିକ ଖାଇବା ଦ୍ଵାରା, ଏହା ଆପଣଙ୍କ ଶୀରାରେ ଖରାପ୍ କୋଲୋଷ୍ଟ୍ରୋଲ ବଢାଇଥାଏ ।

ଯେଉଁ ଲୋକେ ଦରକାରଠୁ ଅଧିକ୍ ବୁନ୍ଦି ଲଡ଼ୁ ଖାଇଥାନ୍ତି, ସେମାନଙ୍କଠାରେ ହାଇ ବ୍ଲଡ ପ୍ରେସର୍ ଦେଖାଦେଇପାରେ।