ଜାଣନ୍ତିକି କାହିଁକି ଦେଶର ସବୁ ରାଜ୍ୟରେ ଅଲଗା ହୋଇଥାଏ ସୁନା ଦର?

Jun 18, 2024, 09:56 PM IST

Rashmita Sahoo

ଆପଣ ଜାଣନ୍ତି ଯେ ପ୍ରତି ସହରରେ ପେଟ୍ରୋଲ ଓ ଡିଜେଲ ରେଟ୍ ରେ ପରିବର୍ତ୍ତନ ହୁଏ

ସେହିପରି ପ୍ରତି ସହର ଓ ରାଜ୍ୟରେ ସୁନା ଦରରେ ମଧ୍ୟ ପରିବର୍ତ୍ତନ ଦେଖାଦିଏ 

ହେଲେ ଏ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ସୁନା ଦାମ୍ କାହିଁକି ବିଭିନ୍ନ ସ୍ଥାନରେ ଅଲଗା

ଡିମାଣ୍ଡ ଆଣ୍ଡ ସପ୍ଲାଏ ଯେଉଁ ସହରରେ ସୁନାର ବ୍ୟବହାର ଅଧିକ ଥାଏ ସେଠାରେ ଦାମ ଅଧିକ ରହିଥାଏ

ସୁନାର ଶୁଦ୍ଧତା ଓ ଶୁଦ୍ଧତା ହାର କାରଣରୁ ମଧ୍ୟ ସୁନାର ଦାମ ସ୍ଥିର କରାଯାଇଥାଏ

ଯେଉଁ ସହରରେ ଶୁଦ୍ଧତାର ଡିମାଣ୍ଡ ରହିଥାଏ ସେଠାରେ ସୁନାର ଦର ଅଧିକ ରହିଥାଏ 

ଖୁଚୁରା ବ୍ୟବସାୟୀ ମାନେ ବି ନିଜ ମାର୍ଜିନ ଅନୁଯାୟୀ ଦାମ୍ ସ୍ଥିର କରିଥାନ୍ତି

ସରକାରଙ୍କ ଦ୍ୱାରା ଲଗାଯାଇଥିବା ଶୁଳ୍କ ଆଧାରରେ ବି ସୁନା ଦର ସ୍ଥିର କରାଯାଇଥାଏ

ରାଜ୍ୟ ସରକାରଙ୍କ ଦ୍ୱାରା ଲଗାଯାଇଥିବା ଟ୍ୟାକ୍ସ ବି ସୁନା ଦରରେ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ନେଇଥାଏ