Snake Venom: ସାପର ବିଷରୁ ତିଆରି ହୁଏ ଏହି ରୋଗର ଔଷଧ, ଖାଇଛନ୍ତି କି?

Aug 21, 2023, 11:03 PM IST

Soubhagya Mishra

ସାପର ନାଁ ଶୁଣୁ ଶୁଣୁ ଅନେକ ଲୋକ ଡରରେ ଛାନିଆ ହୋଇଯାଆନ୍ତି। 

ଯଦି ରାସ୍ତାରେ କେହି ସାପ ଦେଖି ଦିଅନ୍ତି ତ, ସେ ତୁରନ୍ତ ନିଜର ରାସ୍ତା ବଦଳାଇଥାଏ।

କିଛି ସାପ ଏତେ ବିଷଧର ଯେ ମାତ୍ର ଥରେ ଦଂସିଦେଲେ ବ୍ୟକ୍ତିର ଜୀବନ ସେହିଠାରେ ହିଁ ଚାଲିଯାଏ ।

କିନ୍ତୁ, କ'ଣ ଆପଣ ଜାଣନ୍ତି କି ଲୋକଙ୍କ ଜୀବନ ନେଇଯାଉଥିବା ସାପର ବିଷରୁ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଔଷଧ ମଧ୍ୟ ତିଆରି ହୁଏ।

ଏହା ପଢ଼ିବା ପରେ ଆପଣ ଟିକେ ଆଶ୍ଚର୍ଯ୍ୟ ହେଉଥିବେ, କିନ୍ତୁ ଏହା ସତ, ସାପର ବିଷରୁ ଅନେକ ରୋଗ ପାଇଁ ଔଷଧି ପ୍ରସ୍ତୁତ ହୁଏ।

ବାସ୍ତବରେ, ସାପ ବିଷରୁ ମିଳୁଥିବା ପ୍ରୋଟିନ ଅନେକ ରୋଗର ନିରାକରଣ ପାଇଁ ବ୍ୟବହାର କରାଯାଏ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେକି ଏହାକୁ ହୃଦଘାତ, ଷ୍ଟ୍ରୋକ, ଆଲଜାଇମର ଏବଂ ପାର୍କିନ୍ସନ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ ।

କେବଳ ସାପ ନୁହେଁ, ଅନ୍ୟ ବିଷାକ୍ତ ପ୍ରାଣୀମାନଙ୍କର ବିଷ ଯେପରିକି ବିଛା ଏବଂ ମାଙ୍କଡସାର ବିଷ ମଧ୍ୟ ଔଷଧ ତିଆରିରେ ବ୍ୟବହୃତ ହୁଏ।

କେତେକ ସାପର ବିଷରୁ ଏତେ ଲାଭ ମିଳିଥାଏ ଯେ, ଯାହାର ବ୍ୟବହାର କରି ରକ୍ତଚାପ ଏବଂ ରକ୍ତ ଜମାଟ ବାନ୍ଧିବା ଆଦିରୁ ମୁକ୍ତି ମିଳିଥାଏ।

ବୈଜ୍ଞାନିକମାନେ ଏହି ବିଷକୁ ରୋଗର ଚିକିତ୍ସା ପାଇଁ ନୂତନ ଔଷଧ ବିକଶିତ କରିବାକୁ ବ୍ୟବହାର କରିଥାନ୍ତି।