ଆପଣ ଜହର ୟୁରିଆ ମିଶା କ୍ଷୀର ପିଉ ନାହାଁନ୍ତି ତ, ଏହିପରି ଚିହ୍ନନ୍ତୁ।

Jun 12, 2024, 10:28 PM IST

Soubhagya Mishra

ପ୍ରତ୍ୟେକ ଘରେ ସକାଳ ଚା' ଓ ରାତିରେ ଶୋଇବା ପୂର୍ବରୁ ପିଇବା ପାଇଁ କ୍ଷୀର ମହଜୁଦ ରଖାଯାଇଥାଏ।

ଏଥିରେ ପ୍ରୋଟିନ୍, କ୍ୟାଲସିୟମ, ଭିଟାମିନ୍, ଏଵଂ ମିନେରାଲ୍ସ ପରି ଅନେକ ପୋଷଣ ମିଳିଥାଏ।

ପ୍ରତିଦିନ କ୍ଷୀର ପିଇବା ଦ୍ଵାରା ଅନେଗୁଡ଼ିଏ ରୋଗରୁ ମୁକ୍ତି ମିଳିବା ସହ ଶରୀର ସୁସ୍ଥ ରହିଥାଏ।

ଏହି କାରଣରୁ ଘରେ ପିଲା ହୁଅନ୍ତୁ ଅବା ବୟସ୍କ ସମସ୍ତେ ଏହାକୁ ପିଇବାକୁ ପସନ୍ଦ କରନ୍ତି।

କିନ୍ତୁ ମାର୍କେଟରେ ବର୍ତ୍ତମାନ ୟୁରିଆ ମିଶା କ୍ଷୀର ମିଳୁଥିବା ଦେଖିବାକୁ ମିଳୁଛ, ଯାହା ଶରୀର ପାଇଁ ବହୁତ କ୍ଷତିକାରକ।

ଏହିପରି ଭାବରେ କିଛି ସହଜ ଉପାୟ ପ୍ରୟୋଗ କରି ଆପଣ ଅସଲି ଓ ନକଲି କ୍ଷୀର ଚିହ୍ନି ପାରିବେ ।

ଷ୍ଟେପ -୧ ସର୍ବ ପ୍ରଥମେ ଏକ ଟେଷ୍ଟ ଟ୍ୟୁବରେ ଏକ ଚାମଚ କ୍ଷୀର ନିଅନ୍ତୁ ଏଵଂ ସେଥିରେ ଅଧା ଚାମଚ ସୋୟାବିନ୍ ପାଉଡର୍ ଅନ୍ତର୍ଭୁକ୍ତ କରନ୍ତୁ।

ଷ୍ଟେପ୍ -୨ ବର୍ତ୍ତମାନ ଟେଷ୍ଟ ଟ୍ୟୁବକୁ ଭଲ ଭାବେ ହଲାଇ ମିକ୍ସ କରନ୍ତୁ ଏବଂ ୫ ମିନିଟ୍ ଅପେକ୍ଷା କରନ୍ତୁ।

ଷ୍ଟେପ୍ -୩ ଏହାପରେ ଏକ ରେଡ୍ ଲିଟମସ୍ ପେପରକୁ କ୍ଷୀର ଉପରେ ରଖି ୩୦ ସେକେଣ୍ଡ ଅପେକ୍ଷା କରନ୍ତୁ।

ଷ୍ଟେପ୍ -୪ ବର୍ତ୍ତମାନ ରେଡ୍ ଲିଟମସ୍ ପେପର ବାହାର କରି ଦେଖନ୍ତୁ । ଯଦି ଏହାର ରଙ୍ଗ ପରିବର୍ତ୍ତନ ହୋଇନଥିବ ତେବେ କ୍ଷୀର ଶୁଦ୍ଧ ବୋଲି ଜାଣିବେ। ଯଦି କାଗଜର ରଙ୍ଗ ନୀଳ ହୋଇଯାଏ, ତେବେ କ୍ଷୀରରେ କିଛି ମିଶିଛି ବୋଲି ଜାଣିବେ।