ବିଶ୍ୱର ସବୁଠୁ ଦାମୀ ମୁଦ୍ରା ତାଲିକାରେ ଆମେରିକୀୟ ଡଲାର ଦଶମ ସ୍ଥାନରେ ରହିଛି। ବିଶ୍ୱ ବାଣିଜ୍ୟ ସମେତ ଅନେକ ଦେଶରେ ଡଲାର ମୁଦ୍ରା ଭାବରେ ବ୍ୟବହୃତ ହୋଇଥାଏ। ଗୋଟିଏ ଡଲାର ମୂଲ୍ୟ ହେଉଛି ୮୩.୦୯ ଭାରତୀୟ ଟଙ୍କା।
ୟୁରୋ ହେଉଛି ବିଶ୍ୱର ନବମ ମହଙ୍ଗା ମୁଦ୍ରା। ଯାହାର କୋଡ୍ ହେଉଛି EUR। ବିଶ୍ୱ ଅର୍ଥନୀତିରେ ୟୁରୋ ସ୍ଥିର ମୁଦ୍ରା ମଧ୍ୟରେ ଗଣାଯାଏ। ଗୋଟିଏ ୟୁରୋ ମୂଲ୍ୟ ହେଉଛି ୮୮ ଭାରତୀୟ ଟଙ୍କା।
ସ୍ୱୀଜରଲ୍ୟାଣ୍ଡ ଏବଂ ଲିଚିନଷ୍ଟାଇନ୍ ଦେଶର ସରକାରୀ ମୁଦ୍ରା ହେଉଛି ସ୍ୱିସ୍ ଫ୍ରାଙ୍କ। ଯାହାର କୋଡ୍ ହେଉଛି CHF। ଗୋଟିଏ ସ୍ୱିସ୍ ଫ୍ରାଙ୍କ ମୂଲ୍ୟ ୯୧ ଭାରତୀୟ ଟଙ୍କା।
ବ୍ରିଟେନ ସରକାରୀ ମୁଦ୍ରା ବ୍ରିଟିଶ ପାଉଣ୍ଡ ହେଉଛି ବିଶ୍ୱର ପଞ୍ଚମ ମହଙ୍ଗା ମୁଦ୍ରା। ଅନ୍ୟ କେତେକ ଦେଶ ମଧ୍ୟ ଏହାକୁ ବ୍ୟବହାର କରନ୍ତି। ଗୋଟିଏ ବ୍ରିଟିଶ ପାଉଣ୍ଡ ୧୦୨ ଭାରତୀୟ ଟଙ୍କା।
ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ଏବଂ ମହଙ୍ଗା ମୁଦ୍ରା ହେଉଛି ଜୋର୍ଡାନୀୟ ଦୀନାର। ଯାହା ୧୯୫୦ ମସିହାରୁ ଜୋର୍ଡାନର ସରକାରୀ ମୁଦ୍ରା ଭାବରେ ବ୍ୟବହୃତ ହେଉଛି। ଗୋଟିଏ ଜୋର୍ଡାନୀୟ ଦୀନାର ମୂଲ୍ୟ ୧୧୭ ଭାରତୀୟ ଟଙ୍କା।
ଓମାନ ରିୟାଲ: ଓମାନର ସରକାରୀ ମୁଦ୍ରା ହେଉଛି ଓମାନ ରିୟାଲ। ଯାହା ବିଶ୍ୱର ତୃତୀୟ ମହଙ୍ଗା ମୁଦ୍ରା। ଗୋଟିଏ ଓମାନି ରିଆଲ ମୂଲ୍ୟ ହେଉଛି ୨୧୪ ଭାରତୀୟ ଟଙ୍କା।
ବିଶ୍ୱର ଦ୍ୱିତୀୟ ମହଙ୍ଗା ମୁଦ୍ରା ହେଉଛି ବାହାରିନ ଦୀନାର। ଯାହାର କୋଡ୍ ହେଉଛି BHD। ଗୋଟିଏ ବାହାରିନ ଦୀନାର ମୂଲ୍ୟ ହେଉଛି ୨୧୮ ଭାରତୀୟ ଟଙ୍କା।
କୁଏତ ସରକାରୀ ମୁଦ୍ରା କୁଏତ ଦୀନାର ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ମୁଦ୍ରା। ଯାହାର କୋଡ୍ ହେଉଛି KWD। ଗୋଟିଏ କୁଏତ ଦୀନାର ମୂଲ୍ୟ ହେଉଛି ୨୬୭ ଟଙ୍କା।