Railway Facts: ବଗି-କୋଚ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ? ଜାଣନ୍ତୁ

Sep 26, 2023, 08:45 PM IST

Subhramjit Ray

ଦେଶରେ ଦୈନନ୍ଦିନ ଲକ୍ଷ ଲକ୍ଷ ଯାତ୍ରୀ ରେଳଯାତ୍ରା କରିଥାନ୍ତି।

ରେଳଯାତ୍ରା କରିବା ବେଳେ ଆପଣ ଅନେକ ସମୟରେ ବଗି-କୋଚ ନାମରେ ଦୁଇଟି ଶବ୍ଦ ଶୁଣିବାକୁ ପାଇଥିବେ।

ହେଲେ କ'ଣ ଆପଣ ବଗି ଏବଂ କୋଚ ମଧ୍ୟରେ ରହିଥିବା ପାର୍ଥକ୍ୟ ଜାଣିଛନ୍ତି?

ବଗି-କୋଚ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ଉଭୟେ ପରସ୍ପର ଠାରୁ ବହୁତ ଭିନ୍ନ। 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରେଳଗାଡ଼ିର ବଗି ଏବଂ କୋଚ ଗୋଟିଏ ଜାଗାରେ ରହିଥାନ୍ତି।

ଏକଥା ଜାଣିରଖନ୍ତୁ ଯେ ରେଳଗାଡ଼ିର କୋଚ ବଗି ଉପରେ ରହିଥାଏ।

କୋଚ ମଧ୍ୟରେ ବସି ଯାତ୍ରୀ କୌଣସି ସ୍ଥାନକୁ ଯାତ୍ରା କରିଥାଏ।

ରେଳଗାଡ଼ିର ସେହି ଅଂଶକୁ ବଗି କୁହାଯାଏ ଯାହା ଉପରେ କୋଚ ସଂଯୁକ୍ତ ହୋଇଥାଏ।

ମନେରଖନ୍ତୁ ଯେ ଟ୍ରେନ ବଗି ଉପରେ କୋଚ ଫିଟି ହୋଇ ରହିଥାଏ। 

ଟ୍ରେନ ରୋକିବା ପାଇଁ ବଗି ଠାରେ ବ୍ରେକ୍ ଲଗାଯାଇଥାଏ।