worst city in world: ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ସହରକୁ ଯାତ୍ରା, ନର୍କ ହୋଇଯିବ ଜୀବନ 

Jun 25, 2023, 02:51 PM IST

Subhramjit Ray

ଆଫ୍ରକୀୟ ଦେଶ କ୍ୟାମେରୁନ ଠାରେ ଅବସ୍ଥିତ ରହିଛି ଡୁଆଲା ନାମକ ସହର। ଯାହା ବିଶ୍ୱର ଅନ୍ୟତମ ଅସୁରକ୍ଷିତ ସହର ଭାବରେ ଜଣାଶୁଣା।

ପଶ୍ଚିମ ଏସୀୟ ଦେଶ ସିରିଆର ରାଜଧାନୀ ହେଉଛି ଦାମାସକସ୍। ଗତ ୨୦୧୧ ବର୍ଷରୁ ଆରମ୍ଭ ହୋଇଥିବା ଗୃହଯୁଦ୍ଧ ପରେ ଏହି ସହରର ଭାଗ୍ୟ  ଅନିଶ୍ଚିତତା ମଧ୍ୟରେ ରହିଛି।

ଆଫ୍ରିକା ମହାଦେଶର ଉତ୍ତର ଭାଗରେ ଅବସ୍ଥିତ ଲିବିଆର ରାଜଧାନୀ ହେଉଛି ତ୍ରିପୋଲି। ଗତ ୨୦୧୧ ବର୍ଷରେ ଲିବିଆରେ ହୋଇଥିବା ଶାସନ କ୍ଷମତା ପରେ ତ୍ରିପୋଲି ସହରରେ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଛି। 

ଆଫ୍ରିକା ମହାଦେଶର ଉତ୍ତର ଭାଗରେ ଅବସ୍ଥିତ ଅନ୍ୟତମ ଦେଶ ଆଲଜେରିଆର ରାଜଧାନୀ ହେଉଛି ଆଲଜିୟସ।  ବିଭିନ୍ନ କାରଣରୁ ଏହି ସହର ଅସ୍ଥିରତା ମଧ୍ୟରେ ରହିଛି। 

ଆଫ୍ରିକା ମହାଦେଶର ଅନ୍ୟତମ ଦେଶ ନାଇରେଜିଆର ରାଜଧାନୀ ହେଉଛି ଲାଗୋସ।  ଏହି ସହର ଆତଙ୍କବାଦ ପାଇଁ କୁଖ୍ୟାତ ହୋଇସାରିଛି।

ପଡୋଶୀ ପାକିସ୍ତାନର ଆର୍ଥିକ ରାଜଧାନୀ ଭାବରେ ଜଣାଶୁଣା କରାଚୀ ସହର। ଦରଦାମ ବୃଦ୍ଧି ସମଗ୍ର ଦେଶସ ସମେତ ଦେଶର ଆର୍ଥିକ ରାଜଧାନୀର ମେରୁଦଣ୍ଡ ଭାଙ୍ଗିଦେଇଛି।

ଦକ୍ଷିଣ ଏସିଆରେ ଅବସ୍ଥିତ ପପୁଆ ନ୍ୟୁ ଗିନିର ରାଜଧାନୀ ହେଉଛି ପୋର୍ଟ ମୋର୍ସବି। ସୁରକ୍ଷାଗତ ଏବଂ ଆର୍ଥିକ କାରଣରୁ ପୋର୍ଟ ମୋର୍ସବି ସହର ବିପଦପୂର୍ଣ୍ଣ ହୋଇପଡ଼ିଛି।

ବାଂଲାଦେଶର ରାଜଧାନୀ ହେଉଛି ଢାକା। ମାତ୍ର ଏହି ସହର ଜନସଂଖ୍ୟା ସହିତ ଗ୍ଲୋବାଲ ୱାର୍ମିଂ ପାଇଁ ବିପଦରେ ରହିଛି।

ଆଫ୍ରିକା ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ଜିମ୍ବାୱେର ରାଜଧାନୀ ହେଉଛି ହାରାରେ। ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟ ପାଇଁ ହାରାରେ ସହର ରହିବା ଯୋଗ୍ୟ ହୋଇ ରହିନାହିଁ।

ୟୁରୋପ ମହାଦେଶର ପୂର୍ବ ଭାଗରେ ଅବସ୍ଥିତ ୟୁକ୍ରେନର ରାଜଧାନୀ ହେଉଛି କୀଭ। ଋଷିଆ ପକ୍ଷରୁ ହୋଇଥିବା ଆକ୍ରମଣ ପରେ ଏହି ୟୁରୋପୀୟ ସହର ବିଶ୍ୱର ଅନ୍ୟତମ ଅସୁରକ୍ଷିତ ସହର ହୋଇପଡ଼ିଛି।