Mobile Data: ଶିଘ୍ର ସରିଯାଉଛି କି ଆପଣଙ୍କ 1.5GB ଡାଟା! କେବଳ କରି ନିଅନ୍ତୁ ଏହି ଗୋଟିଏ ସେଟିଂ...

Sep 12, 2024, 10:45 PM IST

Jagdish Barik

ଆଜିର ସମୟରେ ଇଣ୍ଟରନେଟ୍ ଲୋକଙ୍କ ପାଇଁ ଏକ ଆବଶ୍ୟକତା ପାଲଟିଛି। ଅଧିକାଂଶ ଲୋକ ପ୍ରତିଦିନ 1.5 ଜିବି ଇଣ୍ଟରନେଟ୍ ସହିତ ଏକ ପ୍ଲାନ୍ କିଣନ୍ତି, କିନ୍ତୁ 5G ଫୋନ୍ ଆସିବା ପରେ ଲୋକଙ୍କ ଡାଟା ଶୀଘ୍ର ଶେଷ ହୋଇଯାଉଛି।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଛୋଟ ସେଟିଂ କହିବାକୁ ଯାଉଛୁ ଯାହା ପରେ ଆପଣଙ୍କ ଡାଟା ମଧ୍ୟ ଦିନସାରା ସୁରୁଖୁରୁରେ ଚାଲିବ।

ବାସ୍ତବରେ ଅଧିକାଂଶ ସ୍ମାର୍ଟଫୋନରେ Data Saver Mode ଅଛି। ଏହାକୁ ଟର୍ଣ୍ଣ ଅନ୍ କରିବା ଦ୍ୱାରା ବ୍ୟାକଗ୍ରାଉଣ୍ଡ୍ ଡାଟା ବ୍ୟବହାର କମିଯାଏ। କିନ୍ତୁ ଭିଡିଓ ମୋଡରେ ଭିଡିଓ କ୍ୱାଲିଟି କମିଯାଏ।

ଆପଣ ମଧ୍ୟ ମୋବାଇଲରେ Auto Update ଅଫ୍ କରିବା ଉଚିତ୍। ଅଟୋ ଅପଡେଟ୍ ଆପ୍ସକୁ ସ୍ୱୟଂଚାଳିତ ଭାବରେ ଅପଡେଟ୍ କରେ ଓ ଆପଣଙ୍କ ଡାଟା ସରିଯାଏ।

ହାଇ କ୍ୱାଲିଟି ଫଟୋ ଏବଂ ଭିଡିଓ ଡାଉନଲୋଡ୍ କରିବା ଠାରୁ ଦୂରେଇ ରୁହନ୍ତୁ। କେବେଳ ଆବଶ୍ୟକ ହେଲେ ଆପଣ ୧୦୮୦ ପିକ୍ସେଲରେ ଫଟୋ ଏବଂ ଭିଡିଓ ଡାଉନଲୋଡ୍ କରିବା ଉଚିତ୍।

ଆବଶ୍ୟକତା ବିନା କୌଣସି ଆପକୁ ଲୋକସେନ୍ ଆକସେସ୍ ଦିଅନ୍ତୁ ନାହିଁ। ଆବଶ୍ୟକ ସମୟରେ ନାଭିଗେସନ୍ ଆପ୍ ବ୍ୟବହାର କରାବା ଉଚିତ୍। କାରଣ ନାଭିଗେସନ୍ ଆପ୍ ଅଧିକ ଡାଟା ଖାଇଥାଏ।

ଫୋନ୍ ସ୍କ୍ରିନର ବ୍ରାଇଟନେସ୍ ହ୍ରାସ କରିବା ଦ୍ୱାରା ବ୍ୟାଟେରୀ ମଧ୍ୟ ସଞ୍ଚୟ ହୁଏ। ଏବଂ ଡାଟା ମଧ୍ୟ କମ୍ ଖର୍ଚ୍ଚ ହୁଏ। ଏଡ୍  ବ୍ଲକର ବିଜ୍ଞାପନ ଗୁଡିକୁ ବ୍ଲକ୍ କରିଥାଏ ଯାହାଦ୍ୱାରା ପେଜ୍ ଲୋଡିଂ ସମୟ ହ୍ରାସ ହୁଏ ଏବଂ ଡାଟା ମଧ୍ୟ ବଞ୍ଚିଥାଏ।

କ୍ରୋମ ପରି ଭାରୀ ବ୍ରାଉଜର ବଦଳରେ ଅପେରା ମିନି କିମ୍ବା ଫାୟାରଫକ୍ସ ଫୋକସ୍ ପରି ହାଲୁକା ବ୍ରାଉଜର୍ ବ୍ୟବହାର କରିବା ମଧ୍ୟ କମ୍ ଡାଟା ଖର୍ଚ୍ଚ ହୁଏ।

ୟୁଟ୍ୟୁବ୍ କିମ୍ବା ଅନ୍ୟାନ୍ୟ ଭିଡିଓ ଷ୍ଟ୍ରିମିଂ ଆପ୍ସରେ ଏହାର କ୍ୱାଲିଟି ହ୍ରାସ କରି ଆପଣ ଭିଡିଓ ମଧ୍ୟ ଦେଖିପାରିବେ, ଯାହା ଆପଣଙ୍କର ଇଣ୍ଟରନେଟ୍ ବ୍ୟବହାରକୁ ହ୍ରାସ କରିବ।

ଏହା ସହିତ ସୋସିଆଲ୍ ମିଡିଆ ଆପ୍ସର କମ୍ ବ୍ୟବହାର ମଧ୍ୟ ଇଣ୍ଟରନେଟକୁ ଖର୍ଚ୍ଚ କରିଥାଏ ଏବଂ ଏହି ଆପଗୁଡ଼ିକରେ ନୋଟିଫିକେସନ୍ ମଧ୍ୟ ବନ୍ଦ କରିନିଅନ୍ତୁ।