Gastric Problems: ଗ୍ୟାସ୍ ସମସ୍ୟାର କାରଣ ଓ ନିରାକରଣ

Aug 14, 2023, 10:01 PM IST

Soubhagya Mishra

ଖାଦ୍ୟ ଏବଂ ଜୀବନଶୈଳୀରେ ସମନ୍ୱୟର ଅଭାବ କାରଣରୁ ପେଟ ଗ୍ୟାସର ସମସ୍ୟା ସାଧାରଣ କଥା ହୋଇଗଲାଣି ।

ଯେତେବେଳେ ଆମେ ଖାଦ୍ୟ ଖାଇଥାଉ, ହଜମ ପ୍ରକ୍ରିୟା ସମୟରେ ହାଇଡ୍ରୋଜେନ୍, କାର୍ବନ ଡାଇଅକ୍ସାଇଡ୍ ଏବଂ ମିଥେନ ଗ୍ୟାସ୍ ନିର୍ଗତ ହୁଏ

ଯାହା ଗ୍ୟାସ୍ ଗଠନ କିମ୍ବା ଅମ୍ଳତା ସୃଷ୍ଟି କରିଥାଏ ।

ସାଧାରଣତଃ ପେଟରେ ଗ୍ୟାସ୍ ଗଠନର ମୌଳିକ ଲକ୍ଷଣ ହେଉଛି ପେଟରେ ଯନ୍ତ୍ରଣା ।

ବପେଟ କାଟିବ ଏବଂ ସାମାନ୍ୟ ଯନ୍ତ୍ରଣା ଅନୁଭବ ହେବ ।

ପେଟ କାଟିବା ସହ ବେଳେବେଳେ ବାନ୍ତି ସହିତ ଯନ୍ତ୍ରଣା ହୋଇଥାଏ । 

ମୁଣ୍ଡବିନ୍ଧା ମଧ୍ୟ ଏହାର ମୁଖ୍ୟ ଲକ୍ଷଣ ମଧ୍ୟରୁ ଅନ୍ୟତମ । ଦିନସାରା ଅଳସୁଆ ଭଳି ଲାଗେ ।

ଗ୍ୟାସକୁ ରୋକିବା ପାଇଁ ଉପାୟ ।  ଆପଣଙ୍କ ଖାଦ୍ୟରେ ପରିବର୍ତ୍ତନ କରନ୍ତୁ - ବିନ୍ସ, କୋବି, ପିଆଜ ପରି ଖାଦ୍ୟ ଖାଇବା ବେଳେ ଧ୍ୟାନ ରଖନ୍ତୁ । 

ଚା ଏବଂ ରେଡ୍ ୱାଇନ ମଧ୍ୟ ଗ୍ୟାସକୁ ରୋକିବାରେ ସାହାଯ୍ୟ କରେ ।

ସକାଳୁ ଉଠି ପ୍ରାଣାୟାମ ଏବଂ ଯୋଗସାନା କରନ୍ତୁ। ଖାଦ୍ୟକୁ ଚୋବାଇ ଚୋବାଇ ଖାଆନ୍ତୁ, ଶୀଘ୍ର ଖାଦ୍ୟ ଖାଆନ୍ତୁ ନାହିଁ ।