Diabetes Home Remedy: ଡାଏବେଟିସକୁ ନିୟନ୍ତ୍ରଣ କରିବ ତେଜପତ୍ର, ଏମିତି କରନ୍ତୁ ବ୍ୟବହାର 

Aug 19, 2024, 03:13 PM IST

Rashmita Sahoo

ଖାସ୍ କରି ଆମ ସମସ୍ତଙ୍କ ରୋଷେଇ ଘରେ ତେଜପତ୍ର ଏକ ମସଲା ଭାବେ ବ୍ୟବହାର କରାଯାଏ

ଆମିଷ ହେଉ କି ନିରାମିଷ ସବୁ ଖାଦ୍ୟର ସ୍ୱାଦକୁ ଦ୍ୱି-ଗୁଣିତ କରେ ତେଜପତ୍ର

ହେଲେ କେବେ ଭାବିଛନ୍ତି ଏହି ତେଜପତ୍ର ମଧୁମେହ ରୋଗ ପାଇଁ କେତେ ଉପକାରୀ?

ତେଜପତ୍ରରେ ଭିଟାମିନ୍, ମିନେରାଲ ଓ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ, ଏଥିରେ ପୋଟାସିୟମ କ୍ୟାଲସିୟମ ରହିଥାଏ

ତେବେ ତେଜପତ୍ରର ବ୍ୟବହାର ମଧୁମେହ ରୋଗୀଙ୍କ ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ

ରାତିରେ କିଛି ତେଜପତ୍ରକୁ ଏକ କପ୍ ପାଣିରେ ଭିଜାଇ ରାତିସାରା ବତୁରେଇକି ରଖିଦିଅନ୍ତୁ

ସକାଳୁ ଏହାକୁ ଛାଣି ଟିକେ ଉଷୁମ କରିନିଅନ୍ତୁ, ପରେ ଏହାକୁ ଚା ପରି ପିଅନ୍ତୁ

ପ୍ରତ୍ୟାଖ୍ୟାନ: କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ଡାଏଟିସିଆନଙ୍କ ସହ ପରାମର୍ଶ କରନ୍ତୁ