ଅଧିକ ଲୁଣ ଖାଉଥିଲେ ସାବଧାନ ! ମାଡ଼ିବସିବ ଏହି ୫ଟି ଗମ୍ଭୀର ରୋଗ

Dec 27, 2024, 06:18 PM IST

Rashmita Sahoo

ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ ଲୁଣ ବା ଆୟୋଡିନ୍ କାରଣ ବିନା ଲୁଣରେ ଖାଦ୍ୟ ଖାଇବା ଅସମ୍ଭବ

ହେଲେ କିଛି କିଛି ଲୋକ ଖାଦ୍ୟରେ ଲୁଣର ମାତ୍ରାକୁ ଅଧିକ ବା ବହୁଳ ବ୍ୟବହାର କରିଥାନ୍ତି 

ହେଲେ WHO ର ମୁତାବିକ ଗୋଟିଏ ଦିନ ମଧ୍ୟରେ କେବଳ ୫ ଗ୍ରାମ ଲୁଣ ଖାଇବା ଆବଶ୍ୟକ 

ଏହାଠୁ ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ

ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ରକ୍ତଚାପ ବୃଦ୍ଧି ପାଇଥାଏ, ତେଣୁ ହାଇ ବିପି ଥିବା ରୋଗୀ କମ୍ ଲୁଣ ଖାଇବା ଆବଶ୍ୟକ

ସେହିପରି ରକ୍ତଚାପ ବଢିବା ଦ୍ୱାରା ହାର୍ଟ ଆଟାକ, ଷ୍ଟ୍ରୋକ୍ ଓ ହାର୍ଟ ଫେଲୁଅର ପରି ସମସ୍ୟା ଦେଖାଦେଇଥାଏ

ସେହିପରି ଅତ୍ୟଧିକ ଲୁଣ ଖାଇବା ଦ୍ୱାରା କିଡନୀ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ

ଦରକାର ଠାରୁ ଅତ୍ୟଧିକ ଲୁଣ ଖାଇବା ଦ୍ୱାରା କ୍ୟାଲସିୟମ ମଧ୍ୟ କମିଥାଏ ଯାହା ଫଳରେ ଗଣ୍ଠି ଯନ୍ତ୍ରଣା ପରି ସମସ୍ୟା ଦେଖାଦେଇଥାଏ

Also Read: ଜାନୁଆରୀରେ ଏହି ୫ ରାଶି ରହିବେ ସବୁଠୁ ଭାଗ୍ୟବାନ, ଧନଧାନ୍ୟରେ ଭରିବ ଜୀବନ Link: https://zeenews.india.com/hindi/zeeodisha/lifestyle/photo-gallery-top-5-lucky-rashi-of-january-2025-good-impact-on-these-zodiac-signs/2575829

ଲୁଣ ରେ ସୋଡିୟମ ରହିଥାଏ ତେବେ ମାତ୍ରାଧିକ ସୋଡିୟମର ବ୍ୟବହାର ପେଟ କ୍ୟାନସରର ସମସ୍ୟା ମଧ୍ୟ ବଢିଥାଏ

ପ୍ରତ୍ୟାଖ୍ୟାନ: କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ଡାଏଟିସିଆନଙ୍କ ସହ ପରାମର୍ଶ କରନ୍ତୁ