ଖରାଦିନେ ଅଧିକ ଲେମ୍ବୁ ପାଣି ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ ।

Jun 10, 2024, 09:42 PM IST

Soubhagya Mishra

ଖରାଦିନେ ଲୋକେ ଲେମ୍ବୁ ପାଣି ଅଧିକ ଥର ପିଇବାକୁ ପସନ୍ଦ କରନ୍ତି । 

ଲେମ୍ବୁ ପାଣି ସହିତ, ସାଲାଡ, ଚଟଣୀରେ ଏହାର ବ୍ୟବହାର କରାଯାଏ। 

କିନ୍ତୁ ଆପଣ ଜାଣିଛନ୍ତି କି ଲେମ୍ବୁ ଅଧିକ ଥର ଖାଇବା ଦ୍ବାରା ଶରୀର ପାଇଁ କ୍ଷତି କାରକ ସାବ୍ୟସ୍ତ ହୋଇପାରେ । 

ଲେମ୍ବୁରେ ଭିଟାମିନ୍ ସି ମାତ୍ରା ଅଧିକ ରହିଥାଏ। ଏହାରେ ଅଧିକ ମାତ୍ରାରେ ସେବନ ଶରୀରରେ ଭିଟାମିନ୍ ସି ମାତ୍ରାକୁ ବଢ଼ାଇ ଦିଏ। ଯେଉଁ କାରଣରୁ ଅନେକ ଶାରୀରିକ ସମସ୍ୟା ଦେଖାଦିଏ । 

ଅଧିକ ମାତ୍ରାରେ ଲେମ୍ବୁ ସେବନ କରିବା ଦ୍ୱାରା ଦାନ୍ତ ଠୁ ଆରମ୍ଭ କରି ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟକୁ ଅନେକ ପ୍ରକାରର କ୍ଷତି ହୋଇଥାଏ। 

ରିପୋର୍ଟ୍ ମୁତାବକ, ଲେମ୍ବୁ ରସରେ ଅମ୍ଳ ରହିଥାଏ। ଏଵଂ ଏହି ଏସିଡ୍ ଦାନ୍ତ ପାଇଁ କ୍ଷତି କାରକ ସାବ୍ୟସ୍ତ ହୋଇଥାଏ । 

ଦାନ୍ତକୁ ରକ୍ଷା କରିବା ପାଇଁ ଲେମ୍ବୁ ପାଣି ପିଇବା ସମୟରେ ଷ୍ଟ୍ର ବ୍ୟବହାର କରନ୍ତୁ । ଯାହା ଦ୍ଵାରା ଅମ୍ଳ ସିଧା ସଳଖ ଦାନ୍ତ ସଂସ୍ପର୍ଶରେ ଆସିବ ନାହିଁ।

ଲେମ୍ବୁରେ ସିଣ୍ଟ୍ରିକ ଏସିଡ୍ ରହିଥାଏ, ଯାହା ପେଟରେ ଏସିଡ୍ ମାତ୍ରାକୁ ବଢ଼ାଇ ଥାଏ । ଏହା ହେବା ଦ୍ଵାରା ପେଟରେ ଯନ୍ତ୍ରଣା ବା ଗ୍ୟାସ୍ ସମସ୍ୟା ଦେଖାଦିଏ।

ଲେମ୍ବୁ ଅଧିକ ଖାଇବା ଗଳା ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଭଲ ନୁହେଁ । ଏହା ଅଧିକ ପିଇବା ଦ୍ଵାରା ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥାଏ।

Disclamer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ ।