Dengue Home Remedies: ଡେଙ୍ଗୁ ହେଲେ ଭୟ ନକରି ଆପଣାନ୍ତୁ ୧୦ ଘରୋଇ ଉପଚାର, ବଞ୍ଚିଯିବ ମେଡିକାଲ ଖର୍ଚ୍ଚ

Aug 25, 2023, 01:10 PM IST

Narmada Behera

କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ।

 ଡେଙ୍ଗୁ ହେଲେ କିଛି ଘରୋଇ ଉପଚାର ମାଧ୍ୟମରେ ଏହାକୁ ଉପଶମ କରିହେବ।

ଯଦି ଆପଣଙ୍କୁ ଡେଙ୍ଗୁ ଜ୍ବର ହୋଇଛି । ତେବେ, ଆପଣ ଅମୃତଭଣ୍ତା ପତ୍ରକୁ ଜୁସ୍ କରି ପିଇ ପାରିବେ। ଏବଂ ପାଚିଲା ଅମୃତଭଣ୍ତା ବି ଖାଇପାରିବେ ।

ଯାହା ଆପଣଙ୍କ ପ୍ଲେଟଲେଟ୍ କୁ ସ୍ଥିର  ରଖିବାରେ ସାହାର୍ଯ୍ୟ କରେ। 

ସେହିପରି ଡେଙ୍ଗୁ ଜ୍ବର ସମୟରେ ଆପଣ କିଓ୍ବି ମଧ୍ୟ ଖାଇପାରିବେ।  ଏହା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। 

କଦଳୀ ଏକ ଆଣ୍ଟିବାୟୋଟିକ୍ ଭଳି କାମ କରେ। ତେଣୁ ନିୟମିତ କଦଳୀ ଖାଆନ୍ତୁ , ଯାହା ଦ୍ବାରା ଡେଙ୍ଗୁକୁ ଏଡ଼ାଯାଇ ପାରିବ ।

ବେସନକୁ ପାଣିରେ ଫୁଟାଇ ଏହାକୁ ମହୁ ସହିତ ପିଇବା ଦ୍ବାରା ମଧ୍ୟ ଡେଙ୍ଗୁକୁ ରୋକିବା ସମ୍ଭବ ଅଟେ । 

ତୁଳସୀ ପତ୍ରକୁ ମଧ୍ୟ ଚା' ରୂପେ ବ୍ୟବହାର କରିବା ଦ୍ବାରା ମଧ୍ୟ ଡେଙ୍ଗୁକୁ ରୋକାଯାଇପାରିବ। 

ଡେଙ୍ଗୁ ଦ୍ବାରା ସୃଷ୍ଟି ହୋଇଥିବା ଦୁର୍ବଳତା ଏବଂ ରକ୍ତହୀନତାକୁ ଠିକ୍ ସ୍ତରକୁ ଆଣିବା ପାଇଁ ଡାଳିମ୍ବ ମଧ୍ୟ ଖାଇବା ଉଚିତ୍ ।

ଡେଙ୍ଗୁର ନ ହେବା ପାଇଁ ଆପଣ ଶୋଇବା ସମୟରେ ମଶାରୀ ଲଗାଇବା ଉଚିତ୍ । ମଶା ଧୂପ, ଅଲ ଆଲଟ୍ ଭଳି ଲିକୁଇଡ୍ ମଧ୍ୟ ବ୍ୟବହାର କରିପାରିବେ।

ପ୍ରତ୍ୟାଖ୍ୟାନ: କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ