Health Tips: କାହିଁକି ହୁଏ ଉଚ୍ଚ ରକ୍ତଚାପ, ଜାଣନ୍ତୁ ଏହାର ମୁଖ୍ୟ କାରଣ

May 25, 2024, 01:00 PM IST

Narmada Behera

ଉଚ୍ଚରକ୍ତ ଚାପ ରୋଗ ବର୍ତ୍ତମାନ ଏକ ମୁଖ୍ୟ ସମସ୍ୟା ପାଲଟିଛି। 

ଅସ୍ବାସ୍ଥ୍ୟକର ଜୀବନ ଶୈଳୀ ପାଇଁ ଏହି ରୋଗ ହୋଇଥାଏ। 

ବିଶେଷକରି ଶରୀରରେ ଜଳୀୟ ଅଂଶର ମାତ୍ରା କମିଲେ ଏହି ସମସ୍ୟା ଦେଖାଦେଇଥାଏ।

ଯାହା ଅଧିକାଂଶ ଲୋକେ ଜାଣି ନଥିବେ। 

ତେଣୁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଆବଶ୍ୟକ। 

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏଭଳି କିଛି ଖାଦ୍ୟ ରହିଛି।

ଯାହା ନିଜ ଡାଏଟ୍ ରେ ସାମିଲ୍ କରିବା ଦ୍ବାରା ଉଚ୍ଚରକ୍ତ ଚାପ ନିୟନ୍ତ୍ରଣରେ ରହିଥାଏ।

ବିଶେଷ କରି ସତେଜ ଫଳ ଯେପରିକି ଡାଳିମ୍ବ, ତରଭୂଜ ଓ କଦଳୀ ଆଦି ସାମିଲ୍ କରନ୍ତୁ।

ସେହିପରି, ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ସହ ଚିନ୍ତା ମୁକ୍ତ ରହିବା ମଧ୍ୟ ଜରୁରି। (Disclaimer: କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)