Sleeping On Floor: ତଳେ ଶୋଇବା ଦ୍ବାରା ଶରୀରକୁ ମିଳିଥାଏ ଏହି ୧୦ଟି ଫାଇଦା ।

Sep 6, 2023, 11:30 AM IST

Payal Priyadarshini

ଦିନ ତମାମ କାର୍ଯ୍ୟ ବ୍ୟସ୍ତତା ପରେ ପ୍ରତ୍ୟେକ ଲୋକେ ରାତିରେ ଭଲ ନିଦରେ ଶୋଇବାକୁ ଚାହାଁନ୍ତି । ଏହି କାରଣରୁ ଲୋକେ ନରମ ମୁଲାୟମ ଗଦି ବାଛିଥାଆନ୍ତି । 

କିନ୍ତୁ କ’ଣ ଆପଣ ଜାଣିଛନ୍ତି, ଗଦି ଅପେକ୍ଷା ଭୁଇଁରେ ଶୋଇବା ଦ୍ବାରା ଶରୀରକୁ ଅନେକ ଫାଇଦା ମିଳିଥାଏ । 

ଅଣ୍ଟା ବ୍ୟଥା ହୋଇଥିଲେ ଭୂଇଁରେ ଶୋଇବା ଦ୍ବାରା ଯନ୍ତ୍ରଣା କମିବା ସହ ଆରମ ମିଳିଥାଏ ।

ଗରମ ଦିନ ତଳେ ଶୋଇବା ଦ୍ବାରା ଥଣ୍ତା ଲାଗିବା ସହ ଭଲ ନିଦ ହୋଇଥାଏ ।

ବ୍ଲଡ଼ ସର୍କ୍ୟୁଲେସନ୍ ପାଇଁ ମଧ୍ଯ ଭୂଇଁରେ ଶୋଇବା ଲାଭଦାୟୀ ହୋଇଥାଏ । ଏହାଦ୍ବାରା ରକ୍ତ ସଂଞ୍ଚଳନ ସଠିକ୍ ଭାବେ ଦ୍ବାରା ହୃଦୟ ଓ ମସ୍ତିଷ୍କକୁ ଫାଇଦା ମିଳିଥାଏ । 

ସୁସ୍ଥ ମସ୍ତିଷ୍କକୁ ପାଇଁ ତଳେ ଶୋଇବା ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏହାଦ୍ବାରା ମାନସିକ ଚାପ କମ୍ ହୋଇଥାଏ ।

ଏପରି କରିବା ଦ୍ବାରା ପ୍ରତ୍ୟେକ ଅଙ୍ଗର ପରସ୍ପର ସହ ସଠିକ୍ ଭାବେ ସନ୍ତୁଳନ ରହିଥାଏ ।

ବେଳେବେଳେ ଗଦି ଉପରେ ଶୋଇବା ଦ୍ବାରା ସଠିକ୍ ଭାବେ ନିଦ ଆସିନଥାଏ । ତେଣୁ ଏହି ସମୟରେ ତଳେ ଶୁଅନ୍ତୁ । ଏପରି କରିବା ଦ୍ବାରା ଅନିନ୍ଦ୍ରା ସମସ୍ୟା ଦୂର ହୋଇଥାଏ ।

ତଳେ ଶୋଇବା ଦ୍ବାରା ଆଣ୍ଠୁ ଗଣ୍ଠିରେ ଥିବା ସମସ୍ୟା ଦୂର ହୋଇଥାଏ ।