Health Tips: ସକାଳୁ ଖାଲି ପେଟରେ ଖାଆନ୍ତୁ ଏହି ସବୁ ଖାଦ୍ୟ, ଶରୀରକୁ ମିଳିବ ଶକ୍ତି

Apr 18, 2024, 09:18 AM IST

Narmada Behera

କଥାରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ । 

ସେଥିପାଇଁ ହେଲଦି ଖାଦ୍ୟ ବି ଜରୁରୀ ଅଟେ।

ଏଭଳି କିଛି ଖାଦ୍ୟ ସାମଗ୍ରୀ ଅଛି ଯାହା ଶରୀରରକୁ ଶକ୍ତି ଯୋଗାଇଥାଏ।

ରାତିରେ କିସମିସକୁ ଭିଜାଇ ସକାଳେ ଖାଇବା ଶରୀର ପାଇଁ ବେଶ୍ ହିତକର ହୋଇଥାଏ।

ଏହା କୋଷ୍ଠ କାଠିନ୍ୟରୁ ମୁକ୍ତି ଦେବା ସହ ପେଟ ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ। 

ରାତିରେ ଭିଜା ହୋଇଥିବା ଗଜାବୁଟକୁ ସକାଳେ ଖାଇବା ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ।

ଗଜାବୁଟରେ ପ୍ରଚୁର ପରିମାଣରେ ପ୍ରୋଟିନ୍‍ ଓ ଫାଇବର ରହିଥାଏ।

ଯାହା ଓଜନ କମ୍ କରିବାରେ ବି ସହାୟକ ହୋଇଥାଏ।

ରାତିରେ ଭିଜା ହୋଇଥିବା ଆଲମଣ୍ତ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ଏହାକୁ ପ୍ରତିଦିନ ସେବନ କରିବା ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ହାଇ ବ୍ଲଡ୍ ପ୍ରେସର୍ ଓ କୋଲେଷ୍ଟ୍ରଲରୁ ମୁକ୍ତି ମିଳିଥାଏ। 

ଗଜା ମୁଗ ମଧ୍ୟ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ।  (Disclaimer: କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ଡାଏଟିସିଆନଙ୍କ ସହ ପରାମର୍ଶ କରନ୍ତୁ)