ମାଟିହାଣ୍ଡି ପାଣି ପିଉଥିଲେ ଜାଣିରଖନ୍ତୁ ଏହି ଜରୁରୀ କଥା

May 14, 2024, 08:25 PM IST

Rashmita Sahoo

ଗରମ ଦିନେ ଆସିବା ମାତ୍ରେ ମାତ୍ରାଧିକ ପାଣି ପିଇବାକୁ ଇଚ୍ଛା ହୁଏ

କାରଣ ଗରମ ଦିନେ ଶରୀରରୁ ଜଳୀୟଅଂଶ କମିଗଲେ ସୁଦ୍ଧା ଥଣ୍ଡାପାଣି ଏନର୍ଜି ଆଣିଥାଏ

ମାଟି ହାଣ୍ଡି ପାଣି ପେଟକୁ ଥଣ୍ଡା ରଖିବା ସହ ଶରୀରକୁ ଅନେକ ଫାଇଦା ଦେଇଥାଏ 

ମାଟି ହାଣ୍ଡିର ଥଣ୍ଡା ପାଣି ପାଚନ କ୍ରିୟାରେ ସହାୟକ ହୋଇଥାଏ, ଅତି ସହଜେ ହଜମ କରିଥାଏ

ମାଟି ହାଣ୍ଡିର ଥଣ୍ଡା ପାଣି ବଡିରେ ଥିବା ସଂକ୍ରମଣକୁ ଶେଷ କରିଦେଇଥାଏ 

ସେହିପରି ମାଟି ହାଣ୍ଡିର ଥଣ୍ଡାପାଣି ଚର୍ମ ପାଇଁ ବହୁତ ଉପଯୋଗୀ, ଏହା ଚର୍ମଜନିତ ସମସ୍ୟାକୁ ଦୂରେଇ ଦେଇଥାଏ

ମାଟି ହାଣ୍ଡିର ଥଣ୍ଡା ପାଣି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ 

ମାଟି ହାଣ୍ଡିର ଥଣ୍ଡା ପାଣିରେ ଆଣ୍ଟି ଇନଫ୍ଲାମେଣ୍ଟରୀ ଗୁଣ ରହିଥାଏ, ଏହାକୁ ପିଇବା ଦ୍ୱାରା ଶରୀରର ଯନ୍ତ୍ରଣା କମିଥାଏ 

ଗରମ ଦିନେ ପ୍ରଚଣ୍ଡ ରୌଦ୍ରତାପରେ ଅଂଶୁଘାତର ସମସ୍ୟା ଦେଖାଦିଏ 

ତେବେ ମାଟି ହାଣ୍ଡି ପାଣି ପିଇବା ଦ୍ୱାରା ଲୁ ବା ଅଂଶୁଘାତ ରୁ ମୁକ୍ତି ମିଳିଥାଏ 

ତେବେ ଗରମ ଦିନେ ଫ୍ରିଜ୍ ନୁହେଁ ମାଟି ହାଣ୍ଡିର ପାଣି ପିଅନ୍ତୁ ଓ ସୁସ୍ଥ ରୁହନ୍ତୁ