କିନ୍ତୁ ଆପଣ ଜାଣନ୍ତି କି କେତେ ଦିନ ଯାଏଁ ଏକ ଟୁଥ୍ ବ୍ରଶ୍ ବ୍ୟବହାର କରିବା ଉଚିତ୍?
କହିରଖୁଛୁ ଯେ ଦନ୍ତ ଚିକିତ୍ସକମାନେ ପ୍ରତି ତିନିରୁ ଚାରି ମାସରେ ଏକ ଟୁଥ୍ ବ୍ରଶ୍ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଅନ୍ତି
କାରଣ ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା କ୍ୟାବିଟି ଓ ମାଢ଼ି ରୋଗ ହୋଇପାରେ
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ପାଟିର ଭଲ ସ୍ୱାସ୍ଥ୍ୟ ପାଇଁ ଟୁଥ୍ ବ୍ରଶକୁ ସମୟ ସମୟରେ ପରିବର୍ତ୍ତନ କରାଯିବା ଉଚିତ୍
ଏପରି ପରିସ୍ଥିତିରେ, ଦୈନିକ ବ୍ରଶ କରିବା ପୂର୍ବରୁ ଟୁଥ୍ ବ୍ରଶ ପ୍ରତି ଧ୍ୟାନ ଦେବା ଉଚିତ୍
ଆପଣଙ୍କ ଟୁଥ୍ ବ୍ରଶ୍ ଯଦି ଅତ୍ୟଧିକ ଛେଚରା, ଦୁର୍ବଳ କିମ୍ବା ବଙ୍କା ହୋଇଯାଇଥାଏ ତେବେ ତୁରନ୍ତ ଏହାକୁ ବଦଳାନ୍ତୁ
କାରଣ ପୁରୁଣା ଟୁଥ୍ ବ୍ରଶ୍ ବ୍ୟବହାର କରିବା ଦ୍ୱାରା ଦାନ୍ତରୁ ପ୍ଲେକ୍ ଓ ଜୀବାଣୁ ସଠିକ୍ ଭାବରେ ସଫା ହୋଇପାରି ନଥାଏ
ଏପରି ପରିସ୍ଥିତିରେ ଦାନ୍ତ ସଫା କରିବାକୁ ନେଇ ଆପୋଷ ବୁଝାମଣା ନ କରିବା ଉଚିତ୍