କ୍ଷେତ୍ରଫଳ: ସମୁଦାୟ ୧୦ ଏକର ଜମିରେ ଅବସ୍ଥିତ ଶ୍ରୀକ୍ଷେତ୍ରର ମହାନ ହିନ୍ଦୁ ପୀଠ ଶ୍ରୀଜଗନ୍ନାଥ ମନ୍ଦିର।
୪ ମଣ୍ଡପ: ଶ୍ରୀମନ୍ଦିରର ୪ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଗର୍ଭଗୃହ, ଜଗମୋହନ, ନାଟ ମଣ୍ଡପ, ଓ ଭୋଗ ମଣ୍ଡପ।
ତିନିପଟେ ଜଗମୋହନ: ଉତ୍ତର ଓ ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ତିନୋଟି ଦୁଇ ମହଲା ପୀଢ଼ ମନ୍ଦିର ରହିଛି ଯାହାକୁ ଜଗମୋହନ କୁହାଯାଏ।
ପାର୍ଶ୍ୱଦେବ: ତିନି ଜଗମୋହନରେ ଯାଥାକ୍ରମେ ବାମନ, ବରାହ ଓ ନୃସିଂହ ଦେବ ପୂଜା ପାଆନ୍ତି।
ଗଙ୍ଗବଂଶ ଓ ସୂର୍ଯ୍ୟବଂଶ: ଗଙ୍ଗବଂଶୀ ଚୋଡ଼ଗଙ୍ଗଙ୍କ ସମୟରେ ମୁଖ୍ୟମନ୍ଦିର ଓ ଜଗମୋହନ ନିର୍ମାଣ ହୋଇଥିବା ବେଳେ ସୂର୍ଯ୍ୟବଂଶୀ ପୁରୁଷାତ୍ତମ ଦେବ ନାଟ ମଣ୍ଡପ ଓ ପ୍ରତାପ ରୁଦ୍ର ଦେବ ଭୋଗ ମଣ୍ଡପ ନିର୍ମାଣ କରିଥିଲେ।
ମୁଦ ବ୍ୟବହାର: ଶ୍ରୀମନ୍ଦିର ଗଠନରେ ଲୁହା ବିମ୍ ବ୍ୟବହାର କରାଯାଇଛି। ଏହି ଅନନ୍ୟ ନିର୍ମାଣକୁ ମୁଦ ଶୈଳୀ କୁହାଯାଏ।
ତିନି ପ୍ରକାର ପଥର: ମାଙ୍କଡ଼ା ପଥରରେ ମୂଳଦୁଆ, ବଉଳମାଳାରେ ମନ୍ଦିର ଏବଂ କଳାମୁଗୁନି ପଥରରେ ଦ୍ୱାର ବନ୍ଧ, ସିଂହାସନ ଓ ପାର୍ଶ୍ୱଦେବଦେବୀ ନିର୍ମିତ।