ରୂପ: ଶ୍ରୀ ଜଗନ୍ନାଥଙ୍କ ମୁହଁର ଅନନ୍ୟ ଅଙ୍କନ ସହ ସୁଦର୍ଶନଙ୍କ ଚିତ୍ର ।
କିଏ: ପତିତପାବନ ହେଉଛନ୍ତି ସ୍ୱୟଂ ଶ୍ରୀ ଜଗନ୍ନାଥ ।
ପ୍ରତିଷ୍ଠା: ଶ୍ରୀ ଜଗନ୍ନାଥଙ୍କ ପରମ ସେବକ ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କୁ ଶ୍ରୀମନ୍ଦିର ବାରଣ କରାଯାଇଥିଲା ତାଙ୍କର ଦର୍ଶନ ନିମନ୍ତେ ଏହା ପ୍ରତିଷ୍ଠିତ ।
କେବେ: ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ ପତିତପାବନଙ୍କ ପ୍ରତିଷ୍ଠା ହୋଇଥିଲା ।
କାହିଁକି: ମୁସ୍ଲିୀମ ଶାସକ ତକୀଖାଁର ଭଉଣୀ ରେଜିଆକୁ ବିବାହ ପାଇଁ ରାମଚନ୍ଦ୍ର ଦେବ ଧର୍ମ ପରିବର୍ତ୍ତନ କରିଥିବା ଅଭିଯୋଗ ।
ରେଜିଆ କିଏ: ରାଜ୍ୟ ରକ୍ଷା ଲାଗି ରେଜିଆକୁ ବିବାହ କରିଥିଲେ ଦ୍ୱିତୀୟ ରାମଚନ୍ଦ୍ର, ସେ ଥିଲେ ଜଣେ ହିନ୍ଦୁ ମା’ଙ୍କ କନ୍ୟା
ଦ୍ୱାରଫିଟା: ପ୍ରତିଦିନ ଦ୍ୱାର ଫିଟା ପରେ ପତିତପାବନଙ୍କ ଆଳତି କରାଯାଏ, ଶ୍ରୀ ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ଏଠି ପାଳନ ହୁଏ ।
ଅଣସର: ଅଣସର ସମୟରେ ପତିତପାବନଙ୍କ ବଦଳରେ ପଟିଦିଅଁଙ୍କୁ ଦର୍ଶନ କରାଯାଇଥାଏ।