ଚଳିତ ବର୍ଷ ଅକ୍ଷୟ ତୃତୀୟା ମେ ୧୦ ତାରିଖରେ ପାଳନ କରାଯିବ।
ଅକ୍ଷୟ ତୃତୀୟା ବୈଶାଖ ଶୁକ୍ଳ ତୃତୀୟା ତିଥିରେ ପାଳନ କରାଯାଏ।
ଅକ୍ଷୟ ତୃତୀୟା ଦିନ ମାଆ ଲକ୍ଷ୍ମୀଙ୍କ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ।
ଯାହା ଦ୍ବାରା ଶୁଭଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି।
ଏହି ଦିନ ଅନେକ ଲୋକେ ଘରକୁ ସୁନା,ରୂପା, ନୂଆ ଗାଡି,ଧାନ ମଧ୍ୟ କିଣିକି ଆଣନ୍ତି।
ଅଧିକାଂଶ ଲୋକଙ୍କ ମନରେ ଏବେବି ଅନେକ ପ୍ରଶ୍ନ ଯେ, ଅକ୍ଷୟ ତୃତୀୟା ଦିନ ସୁନା ନା ରୂପା କିଣିଲେ ଅଧିକ ଶୁଭ ହୋଇଥାଏ।
ଧାର୍ମିକ ଶାସ୍ତ୍ର ଅନୁସାରେ, ସୁନାକୁ ମାଆ ଲକ୍ଷ୍ମୀଙ୍କ ସ୍ବରୂପ ବୋଲି ବିବେଚନା କରାଯାଏ।
ରୂପାର ସମ୍ବନ୍ଧ ଚନ୍ଦ୍ରମା ଓ ଶୁକ୍ରଙ୍କ ସହ ରହିଛି। (Disclaimer: ଏହାମାତ୍ର କେବଳ ସୂଚନା ଆଧାରିତ । କୌଣସି ଉପାୟ କରିବା ପୂର୍ବରୁ ଜ୍ୟୋତିଷଙ୍କ ସହିତ ପରାମର୍ଶ କରିନିଅନ୍ତୁ।)