ଶନି ଦେବ ସନ୍ତୁଷ୍ଟ ହେଲେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ ।
ଶନି ଦେବ ରୋଷ କଲେ ବା ଅସନ୍ତୁଷ୍ଟ ହେଲେ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରେ ନାହିଁ ।
ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ଯଦି ଆପଣ ଶନିଙ୍କ କୃପା ଲାଭ କରିବାକୁ ଚାହୁଁଛନ୍ତି । ତେବେ ଶନିବାର ଦିନ କିଛି ସରଳ ଉପାୟ କରନ୍ତୁ। ଯାହା ଦ୍ବାରା ଶନିଦେବ ପ୍ରସନ୍ନ ହେବେ।
ଶନିବାର ଦିନ ଅଭାବି ଲୋକଙ୍କୁ ରାଶି, କଳା ବିରି, ତେଲ, ଗୁଡ ଆଦି ଦାନ କରିବା ଦ୍ବାରା ଶନିଙ୍କ କୃପା ଲାଭ ହୋଇଥାଏ।
ସେହିପରି କଳା ବସ୍ତ୍ର ଓ ଲୁହା ଦାନ କରିବା ଦ୍ବାରା ମଧ୍ୟ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।
ଆର୍ଥିକ ସମସ୍ୟା ଦେଖାଦେଇଥିଲେ ଶନିବାର ଦିନ ଏକ ଦୀପ ଲଗାଇ ସେଥିରେ ଲବଙ୍ଗ ପକାନ୍ତୁ। ଏହା କରିବା ଦ୍ବାରା ଶନିଙ୍କ ଆର୍ଶିବାଦ ମିଳିଥାଏ।
ଯଦି ଚାକିରି ମିଳୁ ନଥାଏ। ତେବେ, ଶନିବାର ଦିନ ଅଶ୍ୱତ୍ଥବୃକ୍ଷ ମୂଳରେ ୯ଟି ଦୀପ ଲଗାଇ ପରିକ୍ରମା କରନ୍ତୁ। ଦେଖିବେ ସମସ୍ୟା ଦୂର ହୋଇଯିବ।
ଜାତକରେ ଶନିଦଶା ଥିଲେ ଶନିଙ୍କ ମନ୍ତ୍ର ଜପ କରନ୍ତୁ। ଶନିଦେବଙ୍କ କୃପା ପ୍ରାପ୍ତି ହେବ। (Disclaimer: ଏହାମାତ୍ର କେବଳ ସୂଚନା ଆଧାରିତ । କୌଣସି ଉପାୟ କରିବା ପୂର୍ବରୁ ଜ୍ୟୋତିଷଙ୍କ ସହିତ ପରାମର୍ଶ କରିନିଅନ୍ତୁ।)