Sawan 2024: ଶ୍ରାବଣର ପ୍ରଥମ ସୋମବାରରେ ମହାଦେବଙ୍କୁ କରନ୍ତୁ ଏପରି ପୂଜା, ପୂରଣ ହେବ ସମସ୍ତ ମନୋକାମନା

Jul 16, 2024, 02:05 PM IST

Narmada Behera

ଦିନ କେଇଟା ପରେ  ଆରମ୍ଭ ହେବ ଶ୍ରାବଣ ପ୍ରଥମ ସୋମବାର। 

ବିଶ୍ବାସ ରହିଛି ଯେ, ଶ୍ରାବଣ ମାସରେ ଉପବାସ ସହ ମହାଦେବଙ୍କୁ ପୂଜା କଲେ କୋଟିପୂଣ୍ୟ ମିଳେ। 

ଚଳିତ ମାସ ୨୨ ତାରିଖରେ ଶ୍ରାବଣ ପ୍ରଥମ ସୋମବାର ପଡୁଛି।

ଏହି ଦିନ ଶିବଙ୍କୁ ପୂଜା କଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ ।

ଯଦି ଆପଣ ଶ୍ରାବଣ ପ୍ରଥମ ସୋମବାର ପାଳନ କରୁଛନ୍ତି । ତାହା ହେଲେ ଜାଣି ରଖନ୍ତୁ ଏହିସବୁ ପୂଜା ନିତି ନିୟମ। 

ସୋମବାର ସକାଳେ ପ୍ରାତଃରୁ ଉଠି ସ୍ନାନ କରନ୍ତୁ। 

ଫୁଲ, ଫଳ ସହ ଗଙ୍ଗାଜଳ, ବେଲପତ୍ର ଓ କଞ୍ଚାକ୍ଷୀର ଆଦିକୁ ନେଇ ମନ୍ଦିର ଯାଆନ୍ତୁ ।

ମନ୍ଦିର ଯାଇ ଶିବଙ୍କୁ ଧ୍ୟାନ୍ କରି ଜଳାଭିଷେକ କରନ୍ତୁ।

ଏହା ସହିତ ମାତା ପାର୍ବତୀଙ୍କୁ ମଧ୍ୟ ଗଙ୍ଗା ଜଳ ଅର୍ପଣ କରନ୍ତୁ ।

ଭଗବାନ ଶିବଙ୍କର ରୁଦ୍ରାଭିଷେକ କଲାବେଳେ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ।

ଏପରି କଲେ ଆପଣ ଭୋଳାନାଥଙ୍କ ଅପାର କୃପାର ଅଧିକାରୀ ହେବେ । (Disclaimer: ଏହାମାତ୍ର କେବଳ ସୂଚନା ଆଧାରିତ । କୌଣସି ଉପାୟ କରିବା ପୂର୍ବରୁ ଜ୍ୟୋତିଷଙ୍କ ସହିତ ପରାମର୍ଶ କରିନିଅନ୍ତୁ।)