World Cup 2023: ଟିମ୍ ଇଣ୍ଡିଆ ପାଇଁ ବିଶ୍ୱକପ-୨୦୨୩ ଜିତିବା କଷ୍ଟକର! ଏହା ରହିଛି ୧୦ଟି କାରଣ

Aug 7, 2023, 04:10 PM IST

Jagdish Barik

ଭାରତରେ ଚଳିତବର୍ଷ ବିଶ୍ୱକପ ଆୟୋଜନ ହେବ । ଏହା ୫ ଅକ୍ଟୋବରରୁ ଆରମ୍ଭ ହେବ ।

ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ବିଶେଷତଃ ଟିମ୍ ଚୟନକୁ ନେଇ ବର୍ତ୍ତମାନ ଅଧିକ ପ୍ରଶ୍ନ ଉଠିଛି ।

କୋଚ୍ ରାହୁଲ ଦ୍ରାବିଡଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି, କାରଣ ଦଳର ଖେଳାଳି ଏପର୍ଯ୍ୟନ୍ତ ସ୍ଥିର ହୋଇନାହାଁନ୍ତି ।

ପ୍ରତ୍ୟେକ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ନୂଆ ଖେଳାଳିଙ୍କୁ ଟ୍ରାଇ କରିଥାଏ ।

ପୁରୁଣା ଖେଳାଳୀମାନଙ୍କୁ ବିଶ୍ରାମକୁ ଦିଆଯାଏ ଓ ନୂଆ ଖେଳାଳିଙ୍କ ସହ ସମନ୍ୱୟ କରାଇବା ସମ୍ଭବ ହୋଇ ନଥାଏ ।

ଏଭଳି ପରିସ୍ଥିତିରେ ବିଶ୍ୱକପ ଖେଳିବାବେଳେ ଏକ ସମସ୍ୟା ପୂର୍ବରୁ ଦେଖିବାକୁ ମିଳିଛି । ଦ୍ରୁତ ବୋଲିଂ ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।

ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ବିଶ୍ୱକପ ପାଇଁ ନିଜର ଦ୍ରୁତ ବୋଲରଙ୍କୁ ସ୍ଥିର କରିପାରି ନାହିଁ ।

ଟିମ୍ ଇଣ୍ଡିଆ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବୁମ୍ରା ଉପରେ ନିର୍ଭର କରୁଛି ।

କିନ୍ତୁ ତାଙ୍କ ଫିଟନେସ୍ ଉପରେ ଏବେ ବି ପ୍ରଶ୍ନବାଚୀ ରହିଛି ।