ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗମ୍ଭୀର ଦିଲ୍ଲୀର ମର୍ଡନ ସ୍କୁଲରୁ ନିଜର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଛନ୍ତି।
ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦୁ କଲେଜରୁ ସ୍ନାତକ ହାସଲ କରିଛନ୍ତି।
ନର୍ଥ କ୍ୟାମ୍ପସରେ ଅବସ୍ଥିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ କଲେଜ ମଧ୍ୟରୁ ହିନ୍ଦୁ କଲେଜ ଅନ୍ୟତମ।
ଗମ୍ଭୀର ତାଙ୍କ ମାମୁଁଙ୍କ ପରାମର୍ଶ କ୍ରମେ ସେ ୧୦ ବର୍ଷ ବୟସରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ।
୧୪ ଅକ୍ଟୋବର ୧୯୮୧ ରେ ଜନ୍ମ ହୋଇଥିବା ଗମ୍ଭୀର ଅଧ୍ୟୟନ ସହିତ କ୍ରିକେଟ୍ ପ୍ରତି ମଧ୍ୟ ଅଧିକ ଧ୍ୟାନ ଦେଇଥିଲେ।
ଗୌତମ ଗମ୍ଭୀର ଦିଲ୍ଲୀର ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀରେ ତାଲିମ ନେଇଥିଲେ।
ଗମ୍ଭୀରଙ୍କ ପିତାଙ୍କ ନାମ ଦୀପକ ଗମ୍ଭୀର ଯାହାଙ୍କ ଟେକ୍ସଟାଇଲ୍ ବ୍ୟବସାୟ ଅଛି ଅର୍ଥାତ କୋଚ୍ ଏକ ବହୁତ ଧନୀ ପରିବାରରୁ ଆସିଛନ୍ତି । ତେଣୁ ଆରମ୍ଭରୁ ତାଙ୍କର ଟଙ୍କା ପଇସା ସମସ୍ୟା ନଥିଲା।
ଆପଣଙ୍କୁ କହିରଖୁଛୁ ଯେ ଗମ୍ଭୀର ବିବାହିତ ଓ ସେ ଦୁଇ ଝିଅର ବାପା ମଧ୍ୟ ଅଟନ୍ତି