ଏଠାରେ ଏପରି ଏକ ସ୍ଥାନ ଅଛି, ଯେଉଁଠି ଧର୍ମ ଓ ଅନ୍ଧବିଶ୍ୱାସ ସମାନ ଭାବେ ପାଳନ ହୋଇଥାଏ
କର୍ଣ୍ଣାଟକର ନଗରାଲା ଗାଁ ଓ ମହାରାଷ୍ଟ୍ରର ସୋଲାପୁର ଓ ହରଙ୍ଗଲ ଭଳି ଅଞ୍ଚଳରେ ପାଳନ ହେଉଥିବା ଅଦ୍ଭୂତ ପରମ୍ପରା ଆପଣଙ୍କୁ ଚକିତ କରିଦେବ ।
ମହାରାଷ୍ଟ୍ରର ସୋଲାପୂରରେ ବାବା ଉମରଙ୍କ ଦରବାରରେ ଶିଶୁଙ୍କୁ ଉଚ୍ଚ ସ୍ଥାନରୁ ତଳକୁ ଫିଙ୍ଗିବାର ପରମ୍ପରା ଏବେବି ଜାରି ରହିଛି।
ସେହିପରି କର୍ଣ୍ଣାଟକର ସନ୍ତେଶ୍ୱର ମନ୍ଦିରରେ ମଧ୍ୟ ନବଜାତ ଶିଶୁଙ୍କୁ ଛାତରୁ ତଳକୁ ଫିଙ୍ଗିବାର ପରମ୍ପରା ଜାରି ରହିଛି।
ଶିଶୁଙ୍କୁ ବାବାଙ୍କ ଦ୍ବାରା ତଳକୁ ଫିଙ୍ଗା ଯାଇଥାଏ। କିନ୍ତୁ ତଳେ ଠିଆ ହୋଇଥିବା ଲୋକେ ବେଡସିଟ ଟାଣି ଠିଆ ହୋଇଥାଆନ୍ତି।
ମନ୍ଦିରର ଛାତରୁ ଶିଶୁଙ୍କୁ ଫୋପାଡି ଭଗବାନଙ୍କର ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଏହି ପ୍ରକ୍ରିୟା କରାଯାଇଥାଏ।
ଏହା ହିନ୍ଦୁ ଓ ମୁସଲମାନ ଉଭୟଙ୍କ ପକ୍ଷରୁ ପ୍ରଚଳିତ ୭୦୦ ବର୍ଷ ପୁରୁଣା ପ୍ରଥା
ଆଧୁନିକ ସମାଜରେ ଲୋକେ ଏବେ ଏହି ପ୍ରଥାକୁ ପାଳନ କରିବା ପାଇଁ ଡରୁଛନ୍ତି।