ଜାଣିଛନ୍ତି କି ବିଶ୍ୱର ସବୁଠାରୁ ମହଙ୍ଗା ଚାହା କେଉଁଠାରେ ମିଳେ, କେତେ ରହିଛି ଏହାର ଦାମ

May 25, 2023, 09:45 AM IST

Prabhudatta Moharana

ଚାହା ସମସ୍ତଙ୍କର ପ୍ରିୟ। ସକାଳୁ ହେଉ କିମ୍ବା ସନ୍ଧ୍ୟା ଚାହା କପେ ନିହାତି ଭାବେ ଜରୁରୀ ହୋଇଥାଏ। 

ପୁରା ଦୁନିଆ ଚାହା ପ୍ରେମରେ ମତୁଆଲା ହୋଇଥାଏ। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଚାହାର ଆଦର ରହିଛି। 

ଭାରତରେ ଅଧିକାଂଶ ଲୋକ ଚାହାରୁ ସେମାନଙ୍କର ଦିନ ଆରମ୍ଭ କରିଥାନ୍ତି। 

ବିଶେଷ କରି ହୋଟେଲ, ରେସ୍ତୋରାଁରେ ଗୋଟିଏ କପ ଚାହାର ଦାମ ୫୦ ଟଙ୍କାରୁ ଆରମ୍ଭ କରି ୫୦୦୦ ପର୍ଯ୍ୟନ୍ତ ରହିଛି। 

କିନ୍ତୁ ଆପଣ ଜାଣନ୍ତି କି କିଛି ଚାହା ଏଭଳି ରହିଛି ଯାହାର ଦାମ କୋଟି କୋଟି ଟଙ୍କା ରହିଛି। 

ଆଜି ଆମେ ଆପଣଙ୍କୁ ବିଶ୍ୱର ସବୁଠାରୁ ମହଙ୍ଗା ଚାହା ସମ୍ପର୍କରେ କହିବାକୁ ଯାଉଛୁ। ଯାହାର ଦାମ କୋଟିଏରୁ ଅଧିକ ଟଙ୍କା ରହିଛି। 

ଚୀନରେ ମିଳୁଥିବା ଡ. ହାଙ୍ଗ ପାଓ (Da Hong Pao Tea) ଚାହାର ଦାମ ବିଶ୍ୱରେ ମିଳୁଥିବା ଚାହା ମଧ୍ୟରେ ସବୁଠାରୁ ଦାମୀ ଚାହା। 

ଚୀନରେ ମିଳୁଥିବା ଡ. ହାଙ୍ଗ ପାଓ (Da Hong Pao Tea) ଚାହାର ଦାମ ବିଶ୍ୱରେ ମିଳୁଥିବା ଚାହା ମଧ୍ୟରେ ସବୁଠାରୁ ଦାମୀ ଚାହା। 

ଏହି ଚାହା ୮.୫ କୋଟିରେ ଗୋଟିଏ କିଲୋଗ୍ରାମ ମିଳିଥାଏ।

ଡା. ହାଁଙ୍ଗ ପାଓ ଚାହା ଫୁଜିଆନ ଅଞ୍ଚଳରେ ଚୀନର ଓ୍ୱୁହି ପାହାଡ଼ିଆ ଅଞ୍ଚଳରେ ଚାଷ ହୋଇତାଏ। ଏଥିରେ ଅର୍କିଡ଼ ଫ୍ଲାଓ୍ୱାର ଭଳି ବାସ୍ନା ରହିଥାଏ। ଏହାର ସ୍ୱାଦ ଲମ୍ବା ସମୟ ପର୍ଯ୍ୟନ୍ତ ପାଟିରେ ରହିଥାଏ।

ଡ୍ରାଇ ଡା. ହାଙ୍ଗ ପାଓ ଚାହା ବ୍ରାଉନ ବା ମାଟିଆ ରଙ୍ଗର ହୋଇଥାଏ। ଏହାର ଆକାର ଲମ୍ବା ବନ୍ଧା ହୋଇଥିବା ରଶି ଭଳି ହୋଇଥାଏ। 

ଚୀନର ଲୋକକଥା ଅନୁଯାୟୀ ଜଣେ ସମ୍ରାଟଙ୍କର ମା ଏକ ରହସ୍ୟମୟୀ ବେମାରୀରେ ପିଡ଼ିତ ଥିଲେ। ଏହି ସମୟରେ ସେ ଓ୍ୱୁଇ ପର୍ବତକୁ ଆସିଥିଲେ। ସେଠାରେ ଚାରିଟି ସ୍ୱତନ୍ତ୍ର ଚାହା ପତ୍ରରୁ ଚାହା କରି ପିଇବା ପରେ ସେ ସୁସ୍ଥ ହୋଇଥିଲେ। 

ଫଳରେ ଉକ୍ତ ସମ୍ରାଟ ନିଜର ଆଭାର ବ୍ୟକ୍ତ କରିବା ସହିତ ଉକ୍ତ ଚାହା ଗଛର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ଏହି ଚାହାକୁ ମଦର୍ସ ଟ୍ରି ନାଁରେ ଜଣାଯାଇଥାଏ।